ପ୍ରଥମ ଥର ପୁଅକୁ ନେଇ ଜୁହୀ ଚାବଲା କହିଛନ୍ତି; ଖୁବ୍ ଶୀଘ୍ର ବଲିଉଡରେ ପାଦ ଦେଇପାରନ୍ତି ।

Spread the love

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଜୁହୀ ଚାବଲା ୯୦ ଦଶକର ଜଣେ ନାମୀଦାମୀ କଳାକାର ଥିଲେ । ଜୁହିଙ୍କ ଗୋଟିଏ ହସରେ ପୁଅମାନେ ନିଜର ହୃଦୟ ହରେଇ ବସୁଥିଲେ । ଜୁହି ନିଜର ଅଭିନୟ ମାଧ୍ୟମରେ ଲୋକଙ୍କ ହୃଦୟ ଜିଣିଛନ୍ତି କିନ୍ତୁ ନିଜର ସୁନ୍ଦରତା ଫଳରେ ଲୋକଙ୍କ ହୃଦୟ ଜିଣିବାରେ ମଧ୍ୟ ସଫଳ ହୋଇପାରିଥିଲେ । କିନ୍ତୁ ବର୍ତମାନ ସେ ନିଜ ପିଲାଙ୍କ ଯତ୍ନ ନେବାରେ ଖୁବ୍ ବ୍ୟସ୍ତ ହୋଇ ପଡିଛନ୍ତି । ଏହି ପରିପ୍ରେକ୍ଷୀରେ ଜୁହି ନିଜର ପିଲାଙ୍କ କ୍ୟାରିଆରକୁ ନେଇ ଏକ ବଡ ରହସ୍ୟ ଖୋଲିଛନ୍ତି । ଆସନ୍ତୁ ଜାଣିବେ ଆଜିର ଏହି ଲେଖାରେ ଆପଣଙ୍କ ପାଇଁ କଣ ସବୁ ଖାସ୍ ରହିଛି ।

ଜୁହି ନିଜ ଅଭିନୟ ଜୀବନ ସମୟରେ ଅନେକ ସୁପରହିଟ୍ ଚଳଚିତ୍ରର ଭେଟି ଦର୍ଶକଙ୍କୁ ଦେଇଛନ୍ତି । ଆଜି ମଧ୍ୟ ଜୁହିଙ୍କ ଅନେକ ପ୍ରଶଂସକ ରହିଛନ୍ତି । ଜୁହିଙ୍କ ସୁନ୍ଦରତା ଫଳରେ ତାଙ୍କର ଫିଲ୍ମ କ୍ୟାରିଆର ଖୁବ୍ ଭଲ ହୋଇଥିଲା । ବର୍ତ୍ତମାନ ଜୁହି ଫିଲ୍ମ ଜଗତରୁ ନିଜକୁ ଦୂରେଇ ଦେଇଛନ୍ତି କିନ୍ତୁ ବର୍ଷେ ଦୁଇ ବର୍ଷ ମଧ୍ୟରେ ସେ ସହକଳାକାର ରୂପେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି । ନିକଟରେ ଜୁହିଙ୍କ ଫିଲ୍ମ “ଏକ ଲଡକି କୋ ଦେଖା ତୋ ଏସା ଲଗା” ଫିଲ୍ମରେ ଜୁହିଙ୍କୁ ସହ କଳାକାର ଚରିତ୍ରରେ ଦେଖିବା ପାଇଁ ମିଳିଥିଲା ।

ମୋ ପୁଅଙ୍କୁ ଅଭିନୟରେ କ୍ୟାରିଆର କରିବା ଉଚିତ :

ଜୁହି ନିକଟରେ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଶେୟର କରିଛନ୍ତି; ଯେଉଁଥିରେ ସେ ନିଜ ପିଲାଙ୍କ କ୍ୟାରିଆରକୁ ନେଇ କିଛି କଥା ଶେୟାର କରିଛନ୍ତି । ଜୁହି କହିଛନ୍ତି, ମୋ ପୁଅକୁ ଅଭିନୟରେ ନିଜ କ୍ୟାରିୟର କରିବା ଉଚିତ । କାରଣ ସେ ଲୋକଙ୍କୁ ଭଲ ରୂପେ ହସାଇ ପାରୁଛି ଏବଂ ଏହା ସହ ସେ ଅନ୍ୟର ଅଭିନୟ ଠିକ୍ ରୂପେ କରିପାରୁଛି । ତାର ଏହି ବିଶେଷ ଗୁଣ ତାକୁ ଭବିଷ୍ୟତରେ ତାରକା କରାଇପାରେ । କହିବା ପାଇଁ ଚାହୁଁଛୁ; ଜୁହିଙ୍କ ପୁଅ ଲଣ୍ଡନର ଗୋଟିଏ ବୋଡିଙ୍ଗ ସ୍କୁଲରେ ପଢୁଛି ।

ମୋ ଝିଅ ଭବିଷ୍ୟତରେ ଲେଖିକା ହୋଇପାରେ :

ଜୁହି ନିଜ ପୁଅ ଅର୍ଜୁନଙ୍କ ପରେ ନିଜ ଝିଅ ଜାନଭିଙ୍କ ବିଷୟରେ କହିଛନ୍ତି । ସେ ପଢିବା ପାଇଁ ଖୁବ୍ ପସନ୍ଦ କରିଥାଏ । ଜୁହି କହିଛନ୍ତି, ଝିଅକୁ ଯେତେବେଳେ କୌଣସି ଉପହାର ବିଷୟରେ ପଚରା ଯାଇଥାଏ, ସେ କହିଥାଏ ତାକୁ କେବଳ ବହି ହିଁ ଦରକାର ଅଟେ । ଜୁହି କହିଛନ୍ତି; ମୋ ଝିଅକୁ ପଢିବା ପାଇଁ ଖୁବ୍ ପସନ୍ଦ ଅଟେ ଏବଂ ସେ ଭବିଷ୍ୟତରେ ଲେଖିକା ହେବା ପାଇଁ ଚାହୁଁଛି । କହିବା ପାଇଁ ଚାହୁଁଛୁ; ଜାନଭି ମଧ୍ୟ ନିଜ ଭାଇଙ୍କ ପରି ଲଣ୍ଡନର ବୋଡିଙ୍ଗ ସ୍କୁଲରେ ପଢୁଛନ୍ତି ।

ଆଜିକାଲି ଭାରତରେ ରହୁଛନ୍ତି ଜୁହି ଚାବଲା :

କହିବା ପାଇଁ ଚାହୁଁଛୁ; ଜୁହି ମଧ୍ୟ ଲଣ୍ଡନରେ ରହୁଛନ୍ତି କିନ୍ତୁ ଆଜିକାଲି ଜୁହି ଭାରତରେ ରହୁଛନ୍ତି । ବର୍ତ୍ତମାନ ଜୁହି ଉଭୟ ମୁମ୍ବାଇ ଏବଂ କୋଲକୋତାରେ ରହିବେ । ପରେ ସେ ଲଣ୍ଡନ ଫେରି ଯାଇପାରନ୍ତି । ବର୍ତ୍ତମାନ ଜୁହି ନିଜ ଅବସର ସମୟ କାଟିବା ପାଇଁ ଲଣ୍ଡନରୁ ଭାରତ ଆସିଛନ୍ତି ଏବଂ ନିଜ ପରିବାର ସହ ସମୟ ଅତିବାହିତ କରୁଛନ୍ତି କିନ୍ତୁ ବହୁତ ଶୀଘ୍ର ସେ ନିଜ ପିଲାଙ୍କ ସହ ଭେଟିବା ପାଇଁ ଲଣ୍ଡନ ଫେରି ଯାଇପାରନ୍ତି ।