ଏହି ମହିଳାଙ୍କ ପାଖରେ ରହିଛି ବଡ ଅଦ୍ଭୁତ ସ୍ୱାମୀ, ଯିଏ କି ରାତିରେ ପୁରୁଷ ଏବଂ ଦିନରେ ମହିଳା ହୋଇପରେ ।

Spread the love

ଏହି ଦୁନିଆରେ ଅଜବ ଗଜବ ଘଟଣା ଭାରି ରହିଛି । ପ୍ରକୃତିର ଚମତ୍କାରିତାକୁ ବୁଝିବା ଭାରି କଷ୍ଟକର ହୋଇଥାଏ । ଆଜି ପର୍ଯ୍ୟନ୍ତ ଆପଣମାନେ ଜୁଡବ୍ବା (ଯାଆଁଳା) ଭାଇ ଭଉଣୀ କଥା ଶୁଣିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କ ଜୁଡବା ପତି ପତ୍ନୀ ବିଷୟରେ କହିବୁ । ଆପଣ ଏଥିରେ ଚିନ୍ତା କରିବାର କଥା କିଛି ନାହିଁ କାହିଁକି ନା ଏହା ହେଉଛି ଏକ ସତ୍ୟ ଘଟଣା । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟଟି :

ଆପଣ ବର୍ତ୍ତମାନ ଏହା ଭାବୁଛନ୍ତି ଯେ, ଜୁଡ଼ବା ପତି ପତ୍ନୀ ଏହା କିପରି ସମ୍ଭବ ହୋଇପାରିବ ? ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ଦୁଇ ଜଣ ପତିପତ୍ନୀ ନିଜର ଅଦ୍ଵିତୀୟ ରୂପାକୃତି ଚେହେରା ପାଇଁ ସମଗ୍ର ଦେଶରେ ଚର୍ଚ୍ଚିତ ଅଛନ୍ତି । ସୂଚନା ମୁତାବକ ପତିଙ୍କ ନାମ ଅଲିନା ଓ ପତ୍ନୀଙ୍କ ନାମ ଅଲିସା ଦୁହେଁ ଋଷର ବାସିନ୍ଦା ଅଟନ୍ତି ।

ଅଲିନା ଓ ଅଲିସା ଦୁହେଁ ଏକ ସାଥିରେ ବାହାରକୁ ଗଲେ ସେମାନଙ୍କ ମଧ୍ୟରୁ କିଏ ଅଲିନା ଓ କିଏ ଅଲିସା ଚିହ୍ନିବା ସମସ୍ତଙ୍କୁ ମୁଶ୍କିଳ ହୋଇଥାଏ । କେବଳ ଏତିକି ହିଁ ନାହିଁ ଲୋକଙ୍କୁ ଭ୍ରମରେ ପକାଇବା ପାଇଁ ବେଳେବେଳେ ଦୁହେଁ ପତି ପତ୍ନୀ ଲୋକଙ୍କୁ ମଜା ମଧ୍ୟ କରିଥାନ୍ତି । ଯେପରି କି ଦୁହେଁ ଏକ ପ୍ରକାର ପୋଷାକ ପିନ୍ଧନ୍ତି ଏବଂ ଦୁହେଁ ପରସ୍ପରକୁ ଓଲଟା ନାମରେ ଡାକି କଥାବାର୍ତ୍ତା ହୁଅନ୍ତି… ଏହିପରି ଅନେକ ମଜା କରନ୍ତି ।

ଅଲିନା ଓ ଅଲିସଙ୍କର ଏହିପରି କୌତୁକିଆ ପାଇଁ ସାଧାରଣ ଲୋକ ଭାବି ପାରୁନାହାନ୍ତି ଯେ ସେମାନେ ଉଭୟ ପତି ପତ୍ନୀ ବୋଲି । ମିଡ଼ିଆ ରିପୋର୍ଟ ଅନୁସାରେ ଅଲିନା ଓ ଅଲିସା ଦୁହେଁ ଲଭ୍ ମେରେଜ୍ କରିଛନ୍ତି ।

ବିବାହ ପୂର୍ବରୁ ସେମାନେ ପରସ୍ପରକୁ ବହୁତ ପସନ୍ଦ କରୁଥିଲେ । କିନ୍ତୁ ସବୁଠାରୁ ଚକିତ କରିବାର କଥା ଏହା ଯେ, ବାସ୍ତବରେ ଅଲିନା ହେଉଛି ଜଣେ ପୁରୁଷ କିନ୍ତୁ ଦେଖିବାକୁ ଏକ ଝିଅ ପରି ଦେଖାଯାଉଛି । ସେମାନେ ରହୁଥିବା ଅଞ୍ଚଳରେ ଏହି ଦୁଇ ଜଣଙ୍କ ଯୋଡି ବେଶ୍ ଆଦୃତ ଓ ଲୋକ-ପ୍ରଶଂସିତ। ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି ।

ଏଲିନା ଏବଂ ଅଲିସା ଉଭୟଙ୍କ ଚେହେରାରେ ଏତେ ସାମଞ୍ଜସ୍ୟତା ରହିଛି ଯେ ସେମାନଙ୍କ ଘର ଲୋକ ହିଁ ସେମାନଙ୍କୁ ବେଳେବେଳେ ଚିହ୍ନିବା ରେ ଭୁଲ କରନ୍ତି । 2016 ମସିହାରେ ପ୍ରଥମେ ଏଲିନା ଓ ଅଲିଶାଙ୍କ ଫୋଟ ଭାଇରଲ ହୋଇଥିଲା ସୋସିଆଲ ମିଡିଆରେ । ଏହି ଦୁହେଁଙ୍କ ବ୍ୟବିତ ଏମିତି ଜୂଡବା ସ୍ୱାମୀ ସ୍ତ୍ରୀ ଆଉ କେଉଁଠି ଦେଖିବାକୁ ମିଳି ନାହିଁ ।