ନେତ୍ରହୀନ ହୋଇଥିବା କାରଣରୁ ରେଲୱେ ଚାକିରୀ ମିଳିନଥିଲା, ପରେ ଆଇଏସ୍ ଟପ୍ କରି ମୁହଁ ଭଙ୍ଗା ଉତ୍ତର ଦେଇଛନ୍ତି ।

Spread the love

ଜଣାନ୍ତୁ କିପରି ନେତ୍ରହୀନ ହେବା ସ୍ୱତେ ପ୍ରାଞ୍ଜଳ ହାରି ନଯାଇ ବିନା କୌଣସି କୋଚିଂରେ ପ୍ରଥମ ଚେଷ୍ଟାରେ upsc ପରୀକ୍ଷାରେ ସଫଳ ହୋଇଛନ୍ତି ।

ଚେଷ୍ଟା କରିବା ବ୍ୟକ୍ତି କଦାପି ଜୀବନରେ ହାରିନଥାନ୍ତି । ଏହି ଦୁନିଆରେ କିଛି ମଧ୍ୟ ଅସମ୍ଭବ ନୁହେଁ । ଏହି ଦୁଇଟି କଥା ବହୁ କମ ଲୋକଙ୍କ ମଧ୍ୟରେ ସତ୍ୟ ହୋଇଥାଏ ।ପ୍ରାୟତଃ ଆମେ ନିଜ ଜୀବନର ଛୋଟ ଛୋଟ ସମସ୍ୟାକୁ ନେଇ ଜୀବନର ଲକ୍ଷ୍ୟ ପଥରୁ ଦୁରେଇ ଯାଇଥାଉ । ରାସ୍ତାରେ ଛୋଟ ଛୋଟ ବାଧା ଆସିଲେ ମଧ୍ୟ ଆମେମାନେ ସାହସ ହାରି ଯାଇଥାଉ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ଝିଅଙ୍କ ବିଷୟରେ କହିବା ପାଇଁ ଯାଉଛୁ; ଯିଏ ଅସମ୍ଭାବକୁ ସମ୍ଭବ କରି ଦେଖାଇଛନ୍ତି । ସେ ଏପରି କିଛି କରି ଦେଖାଇଛନ୍ତି; ଯାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହାଙ୍କ ସହ ମିଶନ୍ତୁ, ଇଏ ହେଉଛନ୍ତି ମହାରାଷ୍ଟ୍ରର ବାସିନ୍ଧା ନେତ୍ରହୀନ ପ୍ରାଞ୍ଜଳ ପାଟିଲ :

ପ୍ରାଞ୍ଜଳ ଯେତେବେଳେ ୬ ବର୍ଷର ଥିଲେ, ସେହି ସମୟରେ ସ୍କୁଲର ଜଣେ ପିଲା ଭୁଲରେ ପ୍ରାଞ୍ଜଳଙ୍କ ଆଖିରେ ପେନ୍ସିଲ ମାରି ଦେଇଥିଲା । ଏହା ଦ୍ୱାରା ସେ ଆଖିର ଦୃଷ୍ଟି ଶକ୍ତି ହରାଇ ଦେଇଥିଲେ । ପ୍ରାଞ୍ଜଳ ଏହି ଦୁଖରୁ ବର୍ତ୍ତି ନଥିଲେ; ତାଙ୍କର ଦ୍ୱିତୀୟ ଆଖି ମଧ୍ୟ ସଂକ୍ରମଣ ଫଳରେ ଖରାପ ହୋଇ ଯାଇଥିଲା । ଏହି ସମୟରେ ଅନ୍ୟ କୌଣସି ବ୍ୟକ୍ତି ଥିଲେ, ଚିନ୍ତାରେ ଭବିଷ୍ୟତରେ କିଛି କରିପାରି ନଥାନ୍ତା । କିନ୍ତୁ ପ୍ରାଞ୍ଜଳ ଏହାକୁ ଆପେକ୍ଷ କରି ଦୁନିଆକୁ ନିଜ ହାତମୁଠାରେ କରିବା ପାଇଁ ଚେଷ୍ଟା କରିଥିଲେ ।

ପ୍ରାଞ୍ଜଳଙ୍କ ପିତା ତାଙ୍କର ଆଡମିସନ୍ ମୁମ୍ବାଇର ଶ୍ରୀମତୀ କମଳା ମେହେଟା ସ୍କୁଲରେ କରାଇଥିଲେ; ଯେଉଁଠି ନେତ୍ରହୀନ ପିଲାଙ୍କୁ ବେଲ୍ ଲିପି ଦ୍ୱାରା ଶିକ୍ଷା ଦିଆଯାଇ ଥାଏ ।ଏଠାରେ ୧୦ମ ପର୍ଯ୍ୟନ୍ତ ପଢିବା ପରେ ସେ ଚନ୍ଦାବାଇ କଲେଜରେ ଦ୍ୱାଦଶ କଳାରେ ୮୫ ପ୍ରତିଶତ ରଖି ପାସ କରିଥିଲେ । ସେଣ୍ଟଜାଭିଆର କଲେଜରୁ ସ୍ନାତକ ପାସ୍ କରି ଥିଲେ । ଏହା ପରେ ପ୍ରାଞ୍ଜଳ ଏକ ବନ୍ଧୁଙ୍କ ସାହାଯ୍ୟରେ upsc ପରୀକ୍ଷା ବିଷୟରେ ଜ୍ଞାନ ପାଇଥିଲେ ଏବଂ ସେ ଆଇଏସ୍ ହେବା ପାଇଁ ଚିନ୍ତା କରିଥିଲେ । ସେ ଦିଲ୍ଲୀର ଜେଏନୟୁ ୟୁନିଭରସିଟିରୁ ଏମଏ ମଧ୍ୟ କରିଥିଲେ । ପ୍ରାଞ୍ଜଳ ୨୦୧୫ରେ upsc ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ଏହା ସହ ସେ ଏମ୍ଫିଫିଲର ପାଠପଢା ମଧ୍ୟ ଆରମ୍ଭ କରିଥିଲେ । ଏହି ସବୁ ମଧ୍ୟରେ କେବଲ୍ ଅପରେଟର୍ କମଳ ସିଂହ ପଟେଲଙ୍କ ଦ୍ଵାରା ବିବାହର ପ୍ରସ୍ତାବ ଆସିଥିଲା । ପ୍ରାଞ୍ଜଳ ବିବାହ ପାଇଁ କେବଳ ଗୋଟିଏ ସର୍ତ୍ତ ରଖିଥିଲେ ଯେ, ବିବାହ ପରେ ମଧ୍ୟ ସେ ପାଠପଢା ଜାରି ରଖିବେ ।

ଏହାପରେ ପ୍ରାଞ୍ଜଳ ନିଜ ପିତାମାତା, ପତି ଏବଂ ସାଙ୍ଗ ମାନଙ୍କ ସହାୟତାରେ upsc ପରୀକ୍ଷା ପ୍ରଥମ ଚେଷ୍ଟାରେ ହିଁ ପାସ କରି 773 ରେଙ୍କ ରଖିଥିଲେ । ଏହାପାଇଁ ପ୍ରାଞ୍ଜଳ କୌଣସି କୋଚିଙ୍ଗ ମଧ୍ୟ ନେଇନଥିଲେ । ପ୍ରାଞ୍ଜଳ ରେଲୱେରେ ଆଇ.ଆର୍.ଏସ୍ ହେବା ପାଇଁ ସପ୍ନ ଦେଖିଥିଲେ କିନ୍ତୁ ରେଲୱେ ବିଭାଗର କିଛି ଅଧିକାରୀ ପ୍ରାଞ୍ଜଳଙ୍କ ଦୃଷ୍ଟିହୀନ କାରଣରୁ ଚାକିରୀ ଦେଇନଥିଲେ । ପ୍ରାଞ୍ଜଳଙ୍କୁ ଏହି ବିଷୟଟି ଭଲ ଲାଗିନଥିଲା । ସେ କହିଥିଲେ, ମୁଁ ଆଖି ନାହିଁ ବୋଲି ମୋତେ ଆପଣଙ୍କ ଦିବ୍ୟଙ୍ଗ ଭାବି ନେଲେ । ଏହା ପରେ ପ୍ରାଞ୍ଜଳ ସେମାନଙ୍କୁ ଉତ୍ତର ଦେବାକୁ ଯାଇ upsc ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ନିଜର ଦ୍ଵିତୀୟ ପ୍ରୟାସରେ 124 ରେଙ୍କ ଆଣି ରେଲୱେ ଅଧିକାରୀଙ୍କୁ ମୁହଁ ଭଙ୍ଗା ଉତ୍ତର ଦେଇଥିଲେ । ଏହାଛଡା ସେ ଦିବ୍ୟଙ୍ଗ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

ପ୍ରାଞ୍ଜଳଙ୍କ ଏହି କାହାଣୀ ଆମ ପାଇଁ ଏକ ଉଦାହରଣ ଅଟେ । ପ୍ରାଞ୍ଜଳ ଏହି ଲୋକ କଥାକୁ ନିଜ ଜୀବନରେ ସତ୍ୟରେ ପ୍ରମାଣ କରି ଦେଖାଇଛନ୍ତି ଯେ, ଚେଷ୍ଟା କରିବା ବ୍ୟକ୍ତିଙ୍କ କଦାପି ହାର ହୋଇନଥାଏ ।