ଛାଡପତ୍ର ପରେ ପୁଣି ଥରେ ଏକାଠି ହୋଇଛନ୍ତି ଜୁହି ଏବଂ ସଚିନ, ଦୁହେଁ କହିଛନ୍ତି ଝିଅର ଖୁସି ପାଇଁ କିଛି ମଧ୍ୟ ବଳିଦାନ ଦେଇପାରିବୁ ।

Spread the love

ପତିପତ୍ନୀଙ୍କ ସମ୍ପର୍କ ସାତ ଜନ୍ମ ପାଇଁ ହୋଇଥାଏ କିନ୍ତୁ ପରସ୍ପର ମଧ୍ୟ ବଢୁଥିବା ମତାନ୍ତର, ଝଗଡା କାରଣରୁ ଆଜିକାଲି ଛାଡ଼ପତ୍ରର ମାମୁଲି ଘଟଣା ହୋଇଯାଇଛି । ଛାଡପତ୍ର ପରେ ପତିପତ୍ନୀ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଯାନ୍ତି ଏବଂ ଏହାର କୁପ୍ରଭାବ ପିଲାଙ୍କ ଉପରେ ପଡିଥାଏ । ପିଲାଙ୍କୁ ପିତାମାତା ଉଭୟଙ୍କ ଭଲ ପାଇବା ଆବଶ୍ୟକ ପଡିଥାଏ । ଯେତେବେଳେ ସେମାନେ ପିତାମାତାଙ୍କ ପାଖରେ ରୁହନ୍ତି ନାହିଁ, ଏହାର ପ୍ରଭାବ ସେମାନଙ୍କ ମସ୍ତିଷ୍କ ଉପରେ ପଡିଥାଏ । ଏହି ପରିପ୍ରେକ୍ଷୀରେ ଆଜି ଆମେ ଟିଭି ଧାରାବାହିକର ଅଭିନେତ୍ରୀ ଜୁହି ପରମାରଙ୍କ ବୈବାହିକ ଜୀବନ ବିଷୟରେ କିଛି କହିବା ପାଇଁ ଯାଉଛୁ, ଯାହାଙ୍କ ଛାଡପତ୍ର ହୋଇ ଯାଇଥିଲା କିନ୍ତୁ ବର୍ତ୍ତମାନ ପତିପତ୍ନୀ ପୁଣିଥରେ ଏକତ୍ର ହୋଇ ଯାଇଛନ୍ତି ।

“କୁମକୁମ୍” ଧାରାବାହିକରୁ ଘରେ ଘରେ ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ଜୁହି ପରମାର ୨୦୦୯ ମସିହାରେ ସଚିନ ସରଫଙ୍କ ସହ ବିବାହ କରିଥିଲେ । ବିବାବର କିଛି ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହୋଇ ଯାଇଥିଲା । ଛାଡପତ୍ର ପରେ ଝିଅଙ୍କ ଯତ୍ନ ନେବାର ଦାୟିତ୍ୱ ଜୁହୀଙ୍କୁ ମିଳିଥିଲା । ଯାହାପରେ ଝିଅଟିକୁ ପିତାଙ୍କ ପ୍ରେମରୁ ବଞ୍ଚିତ ହେବା ପାଇଁ ପଡିଥିଲା । ନିଜ ଝିଅର ଦୁଃଖ ଦେଖିବା ପରେ ଜୁହି ଏବଂ ସଚିନ ପୁଣି ଥରେ ଏକତ୍ର ହେବା ପାଇଁ ଚିନ୍ତା କରିଛନ୍ତି ।

୨୦୧୮ରେ ଜୁହି ଏବଂ ସଚିନ ଛାଡପତ୍ର ନେଇଥିଲେ :

ଜୁହି ଏବଂ ସଚିନ ୨୦୦୯ରେ ରୀତିନୀତିରେ ବିବାହ କରିଥିଲେ । ପରେ ଦୁହେଁ ଖୁସିରେ ଜୀବନ ବିତାଇଥିଲେ । ବିବାହ ପରେ ଜୁହି ଜଣେ ଝିଅକୁ ଜନ୍ମ ଦେଇଥିଲେ । ଏହାପରେ ଦୁହିଁଙ୍କ ପରିବାର ହସଖୁସିରେ ସମୟ ବିତିଥିଲା କିନ୍ତୁ ୨୦୧୮ ମସିହାରେ ଦୁହିଁଙ୍କ ମଧ୍ୟରେ ମନାନ୍ତର ଯୋଗୁଁ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା ଏବଂ ଏହାର ପ୍ରଭାବ ଦୁହିଁଙ୍କ ଝିଅ ଉପରେ ପଡିଥିଲା । ଛାଡପତ୍ର ପରେ ଝିଅଙ୍କ ଯତ୍ନର ଦାୟିତ୍ୱ ଜୁହୀଙ୍କୁ ମିଳିଥିଲା ସତ କିନ୍ତୁ ଝିଅ ଦୁହିଙ୍କ ସହ ରହିବା ପାଇଁ ଚାହିଁଥିଲା ।

ଝିଅ ପାଇଁ ଏକତ୍ର ରହିବା ପାଇଁ ପ୍ରସ୍ତୁତ ହୋଇଥିଲେ ଜୁହି ଏବଂ ସଚିନ :

ନିକଟରେ ଜୁହି ଏବଂ ସଚିନ ଫିଲ୍ମ “ଆଲ୍ଲାଦିନ କି ସ୍ପେସିଆଲ” ସ୍କ୍ରିନିଙ୍ଗରେ ଦେଖିବା ପାଇଁ ମିଳିଥିଲା । ଯାହାପରେ ଦୁହେଁ ମିଡ଼ିଆ ସାମ୍ନାରେ ନିଜ ମନ କଥା ରଖିଥିଲେ ।ଜୁହି ଏବଂ ସଚିନଙ୍କ କହିବା ଅନୁସାରେ, ଆମେ ଆମ ଝିଅର ଠିକ ରୂପେ ଯତ୍ନ ନେବା ପାଇଁ ଚାହୁଁଛୁ । ଏହି କାରଣରୁ ଆମେ ଦୁହେଁ ଝିଅର ଠିକ ଯତ୍ନ ନେବା ପାଇଁ ଦୁହେଁ ପୁଣି ଥରେ ଏକତ୍ର ରହିବା ପାଇଁ ଚିନ୍ତା କରିଛୁ । ଦୁହେଁ କହିଛନ୍ତି; ଆମେ ଝିଅର ଠିକ ଯତ୍ନ ମିଳିତ ରୂପେ ନେଇପାରିବୁ ।

“ବିଗ୍ ବୋଷ”ରେ ବିଜୟତ୍ରୀ ହୋଇଥିଲେ ଜୁହି ପରମାର :

ଜୁହି ୨୦୧୧ ମସିହାରେ “ବିଗ୍ ବୋଷ”ର ବିଜୟତ୍ରୀ ହୋଇଥିଲେ । ଏହାପରେ ଜୁହିଙ୍କ ଲୋକ ପ୍ରିୟତା ବଢି ଯାଇଥିଲା । ଜୁହି “ବିଗ୍ ବୋଷ” ଜିତିବା ପରେ ଝିଅକୁ ଜନ୍ମ ଦେଇଥିଲେ ଏବଂ ଝିଅର ନାମ ହେଉଛି ସମାୟରା ଅଟେ । ଜୁହି ନିଜ ଝିଅଙ୍କୁ ବହୁତ ପ୍ରେମ କରନ୍ତି ।