ଝିଅମାନଙ୍କ ଏହି ଖାସ୍ ସଙ୍କେତ ଦ୍ୱାରା ଜାଣିପାରିବେ କି, ଝିଅ ଆପଣଙ୍କୁ ଭଲ ପାଉଛି କି ନାହିଁ ।

Spread the love

ସବୁବେଳେ ପୁଅମାନେ କୌଣସି ଝିଅକୁ ପସନ୍ଦ କରନ୍ତି, କିନ୍ତୁ ସେମାନଙ୍କୁ ଜଣା ନଥାଏ କି ଝିଅ ସେମାନଙ୍କୁ ପସନ୍ଦ କରୁଛନ୍ତି ନା ନାହିଁ । କାରଣ ଝିଅମାନେ ଏତେ ଶୀଘ୍ର ନିଜ ପ୍ରେମର ପ୍ରଦର୍ଶନ କରି ନଥାନ୍ତି । ଏହି ଅଭ୍ୟାସ ଗୋଟିଏ ପୁଅପାଇଁ ସମସ୍ୟାର କାରଣ ହୋଇଥାଏ । କିନ୍ତୁ ଆପଣଙ୍କୁ ଏହି କଥା ଜଣା ଥିବାର ଦରକାର କି, ଯଦି ଝିଅ କୌଣସି ପୁଅକୁ ଭଲ ପାଇଥାନ୍ତି, ତେବେ ସେମାନେ ସଙ୍କେତ ଦେଇଥାନ୍ତି ଯାହାକୁ ସେହି ପୁଅକୁ ବୁଝିବା ଆବଶ୍ୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସେହି ସଙ୍କେତ ଗୁଡ଼ିକ ବିଷୟରେ । ଯାହାଦ୍ୱାରା ଆପଣ ଜାଣିପାରିବେ କି, ଝିଅଟି ଆପଣଙ୍କୁ ପସନ୍ଦ କରୁଛି ।

ପ୍ରଥମେ ଆପଣ ଏହା ଭାବନ୍ତୁ କି, ଆପଣ ଦୁହେଁ କଥା ହେଉଛନ୍ତି ନା କଥା ହେବାକୁ ଚେଷ୍ଟା କରୁଛନ୍ତି । କାରଣ ଏହି ପରିସ୍ଥିତିର ସଙ୍କେତ ଅଲଗା ଅଲଗା ହୋଇଥାଏ । ଯଦି ଝିଅ ସହିତ ଆପଣ କଥା ହେଉଛନ୍ତି ଓ ମିଳାମିଶା କରୁଛନ୍ତି କିନ୍ତୁ ନିଜ ମନ କଥା କହିପାରୁ ନାହାଁନ୍ତି ଏବଂ ଝିଅ ମଧ୍ୟ ଆପଣଙ୍କୁ କିଛି କହୁନାହାଁନ୍ତି । ଏମିତିରେ ଆପଣ ଭାବନ୍ତି ଝିଅ ତରଫରୁ କିଛି ସଙ୍କେତ ମିଳୁ ।

ପ୍ରଥମ ସଙ୍କେତ ହେଉଛି –

ଯଦି ଝିଅ ଆପଣଙ୍କ ପାଖରେ ବସିଛନ୍ତି ଓ ବାରମ୍ବାର ସମୟ ଦେଖୁଛନ୍ତି, କିନ୍ତୁ ଆପଣଙ୍କୁ ଛାଡ଼ି ଯିବାକୁ ଇଚ୍ଛା କରୁନାହାନ୍ତି । ତେବେ ନିଶ୍ଚିତ ସେ ଆପଣଙ୍କୁ ପସନ୍ଦ କରୁଛନ୍ତି । ଯଦି ଝିଅ ସମୟ ଦେଖି ଚାଲି ଯାଆନ୍ତି ତେବେ କେବେବି ସେମାନଙ୍କ ପାଇଁ ସମୟ ବର୍ବାଦ କରନ୍ତୁ ନାହିଁ । କିନ୍ତୁ ଜାଣିବାକୁ ଚେଷ୍ଟା କରନ୍ତୁ ଝିଅର କିଛି କାମ ଥାଇପାରେ ଏମିତିରେ ଆପଣ ଦ୍ୱିତୀୟ ସଙ୍କେତ ର ଅପେକ୍ଷା କରନ୍ତୁ ।

ଦ୍ୱିତୀୟ ସଙ୍କେତ –

ଝିଅ ଯଦି ଲାଜ କରୁଛନ୍ତି ଓ ଆପଣଙ୍କ ସହିତ ନଜର ମିଶାଇ ପାରୁନାହାନ୍ତି, ତେବେ ସେ ଆପଣଙ୍କୁ ପସନ୍ଦ କରୁଛନ୍ତି । ଏହି ପରିସ୍ଥିତିରେ ଲାଜ କରୁଥିବା ଝିଅମାନେ ସୁନ୍ଦର ଓ ସୁଶୀଲ ହୋଇଥାନ୍ତି । ଝିଅମାନେ ସେତେବେଳେ ଲାଜ କରିଥାନ୍ତି ଯେତେବେଳେ ସେ ପ୍ରଥମ ଥରପାଇଁ ପ୍ରେମ କରିଥାନ୍ତି ।

ତୃତୀୟ ସଙ୍କେତ –

ଯଦି ଝିଅ ସହିତ ଆପଣ କଥା ହେଉ ନାହାନ୍ତି ଓ ଦୁହେଁ ଦୁହେଁଙ୍କ ସହ କଥା ହେଉ ନାହାନ୍ତି କିନ୍ତୁ ଦୁହେଁ ଦୁହେଁଙ୍କୁ ଦୂରରୁ ଦେଖୁଛନ୍ତି; ଏଭଳି ସ୍ଥିତିରେ ଯେତେବେଳେ ଆପଣ ଝିଅକୁ ଦେଖୁଛନ୍ତି ସେ ମଧ୍ୟ ଆପଣ ଦେଖିବାର ଜାଣି ପାରୁଛନ୍ତି । ସେହି ପରିସ୍ଥିତିରେ ଆପଣ ଜାଣିବାକୁ ଚେଷ୍ଟା କରନ୍ତୁ କି, ଝିଅ ସହିତ ନଜର ମିଶାଇବା ସମୟରେ ସେ ନଜର ମିଶାଉଛନ୍ତି ନା ନଜର ହଟାଉଛନ୍ତି । କାରଣ ଦୁଇଟି ପରିସ୍ଥିତିରେ ଜଣା ପଡ଼ିବ କି ଆପଣଙ୍କ ପ୍ରତି ଝିଅ ମନରେ କିଛି ଅଛି ।

ଚତୁର୍ଥ ସଙ୍କେତ –

ଯଦି ଝିଅ ଆପଣଙ୍କ ପାଖରେ ଅଛନ୍ତି ଓ କଥା ହେବା ପାଇଁ ବାହାନା କରୁଛନ୍ତି ଏବଂ ନର୍ଭସ ହେଉଛନ୍ତି । ତେବେ ଏହା ପ୍ରେମର ସଙ୍କେତ ହୋଇଥାଏ । ଯଦି ଆପଣ ପ୍ରଥମ ପ୍ରେମ ଓ ଝିଅ ଯଦି ପୂର୍ବରୁ କାହାକୁ ଭଲ ପାଇ ନାହାଁନ୍ତି, ତେବେ ସେମାନେ ନଜର ମିଶାଇବାରେ ଡରିଥାନ୍ତି । ଲୁଚି ଲୁଚି ଆପଣଙ୍କୁ ଦେଖିଥାନ୍ତି ଓ କଥା ହେବା ସମୟରେ ନର୍ଭସ ହୋଇଥାନ୍ତି । ଏହିସବୁ ସଙ୍କେତ କହିଥାଏ କି, ଝିଅ ଆପଣଙ୍କ ସହିତ ପ୍ରେମ କରୁଛି ।