ଝିଅମାନେ ଭୁଲ୍ ରେ ମଧ୍ୟ ଏହି ୫ଟି ଭୁଲ୍ କାମ କରନ୍ତୁ ନାହିଁ । ନଚେତ ପଛେ ପସ୍ତେଇବାକୁ ପଡ଼ିବ !

Spread the love

ସାଧାରଣତଃ ଆମେ ଆମ ଜୀବନରେ ଅନେକ ସମସ୍ୟା ମଧ୍ୟରେ ଗତି କରିଥାଉ । ଏହାକୁ ସବୁଦିନ ପାଇଁ ଦୂର କରିବା କଷ୍ଟସାଧ୍ୟ ହୋଇଥାଏ କିନ୍ତୁ ଏହାକୁ ଅଳ୍ପ ସମୟ ପାଇଁ ଦୂର କରିବା ପାଇଁ ସଫଳ ହୋଇପାରିବେ । ଯେଉଁଥିପାଇଁ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ଦେବାକୁ ହେବ । ଶାସ୍ତ୍ରରେ କୁହାଯାଇଛି ଆମେ କରୁଥିବା ସମସ୍ତ କାର୍ଯ୍ୟର କିଛି ନିର୍ଦ୍ଧିଷ୍ଟ ସମୟ ରହିଥାଏ ଅର୍ଥାତ କିଛି କାମ ରାତିରେ କରିବାର ଅଛି ଏବଂ ଆଉ କିଛି କାମ ସକାଳେ କରିବାର ଅଛି । କାରଣ ଏହା ଦ୍ୱାରା ଆପଣ ସୁଖ ପାଇବା ସହ ଏକ ସୁନ୍ଦର ଜୀବନ ପାଇପାରିବେ । ତେଣୁ ଏଭଳି କିଛି କାର୍ଯ୍ୟ ଅଛି, ଯାହାକୁ ରାତିରେ କରିବା ଉଚିତ ନୁହେଁ । ଆସନ୍ତୁ ଆଜି ଆମେ ଏହି ବିଷୟରେ ସମ୍ପୁର୍ଣ ରୂପେ ଜାଣିବା ।

୧) କେଶ ଖୋଲାକରି ଶୋଇବା –

ରାତ୍ରରେ ଶୋଇବା ବେଳେ ମହିଳାମାନେ ମୁଖ୍ୟତଃ କେଶ ଖୋଲାକରି ଶୋଇବା ଉଚିତ ନୁହେଁ । କାରଣ ଏଭଳି କରିବା ଦ୍ୱାରା ମନରେ ବିଭିନ୍ନ ନକରାତ୍ମକ ଭାବନା ସୃଷ୍ଟି ହୋଇଥାଏ । ଯାହା ଆପଣଙ୍କ ଜୀବନରେ ଗଭୀର ନକରାତ୍ମକ ପ୍ରଭାବ ପକାଇବା ସହ ବିଭିନ୍ନ କାର୍ଯ୍ୟରେ ଅସଫଳ ମଧ୍ୟ ହୋଇ ପାରନ୍ତି ।

୨) ଚାରି ଛକ ରାସ୍ତା –

ଚାରି ଛକ ରାସ୍ତା ଅର୍ଥାତ ଚାରଟି ରାସ୍ତା ଥିବା ମାର୍ଗରେ ବିଳମ୍ବିତ ରାସ୍ତାରେ ଯିବା କଦାପି ଶୁଭ ନୁହେଁ । ଶାସ୍ତ୍ର ଅନୁସାରେ ଏଭଳି ରାସ୍ତାରେ ଖରାପ ଶକ୍ତି ତଥା ଭୁତ ପ୍ରେତଙ୍କ ନିବାସ ହୋଇଥାଏ । କେବଳ ସେତିକି ହିଁ ନୁହେଁ ଏହି ରାସ୍ତାରେ ମୃତ ଶରୀରର କ୍ରିୟାକର୍ମ ମଧ୍ୟ କରାଯାଏ । ତେଣୁ ସେଠାରେ ନକରାତ୍ମକ ଶକ୍ତିକୁ ଦେଖିବାକୁ ମିଳିଥାଏ ।

୩) ରାତ୍ରରେ ଶୋଇବା ବେଳେ ଅଧିକ ସୁଗନ୍ଧ ତେଲ ଲଗାଇବା –

ଅଧିକାଂଶ ସମୟରେ ମହିଳାମାନେ ରାତ୍ରରେ ଶୋଇବା ସମୟରେ ଅଧିକ ସୁଗନ୍ଧ ହେଉଥିବା ତେଲକୁ ଲଗାଇଥାନ୍ତି । ଶାସ୍ତ୍ର ଅନୁସାରେ କୌଣସି ଅଧିକ ସୁଗନ୍ଧ ହେଉଥିବା ତେଲ କିମ୍ବା ଅତର ଲଗାଇବା ଉଚିତ ନୁହେଁ । କାରଣ ଏହା ବିଭିନ୍ନ ନକରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ । ତେଣୁ ରାତ୍ରରେ ଶୋଇବା ସମୟରେ କୌଣସି ଅତର ନ ଲଗାଇ ଭଗବାନଙ୍କୁ ପ୍ରାର୍ଥନା କରି ଶୋଇବା ଉଚିତ ।

୪) ରାତ୍ର ସମୟରେ କୌଣସି ପର ପୁରୁଷ ବା ସ୍ତ୍ରୀ ସହିତ ମିଳାମିଶି କରିବା –

ରାତ୍ର ସମୟରେ କୌଣସି ପରପୁରୁଷ କିମ୍ବା ପର ସ୍ତ୍ରୀ ସହିତ ମିଳାମିଶି କରିବା ଉଚିତ ନୁହେଁ । ଏଭଳି କରିବା ଦ୍ୱାରା ଆପଣଙ୍କର ଗୌରବର ନଷ୍ଟ ହେବା ସହ ସମ୍ମାନର ମଧ୍ୟ ହାନି ହୋଇପାରେ । ତେଣୁ ଏଭଳି କାର୍ଯ୍ୟ କରିବା ଠାରୁ ଦୂରେଇ ରହିବା ଆବଶ୍ୟକ ।

୫) ରାତ୍ର ୧୨ଟା ପରେ ଶାରୀରିକ ସମ୍ପକ ରଖିବା ଅନୁଚିତ –

ଶାସ୍ତ୍ର ଅନୁସାରେ ରାତ୍ର ୧୨ଟା ପରେ ଶାରୀରିକ ସମ୍ପର୍କ କରିବା ଉଚିତ ନୁହେଁ । କାରଣ ରାତ୍ର ୧୨ଟା ପରେ ଆଗାମୀ ଦିନର ଆରମ୍ଭ ହୋଇଥାଏ । ଏହି ବେଳକୁ ବ୍ରହ୍ମ ବେଳ ବୋଲି କୁହାଯାଏ । ତେଣୁ ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ଆଦୌ ଉଚିତ ନୁହେଁ । ଏଥି ଯୋଗୁଁ ବ୍ୟକ୍ତିର ପୁରୁଷତ୍ଵ ନଷ୍ଟ ହେବା ସହ ଖରାପ ଦିନର ଆରମ୍ଭ ହୋଇଯାଏ ।

ବନ୍ଧୁଗଣ ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।