ମାଆକୁ ମୁଖାଗ୍ନି ଦେଇ ଝିଅ ତୁଲାଇଲ ପୁଅର କର୍ତ୍ତବ୍ୟ :-

Spread the love

ବଡୋରା ନିକଟସ୍ଥ ମୋକ୍ଷ ଧାମରେ ଏକ ବୃଦ୍ଧାଙ୍କର ଅନ୍ତିମ ସଂସ୍କାରରେ ପହଞ୍ଚିଥିବା ଲୋକମାନେ ସେତେବେଳେ ଆଶ୍ଚର୍ଯ୍ୟ ଚକିତ ହୋଇ ଗଲେ ଯେତେବେଳେ ଜଣେ ବୃଦ୍ଧାଙ୍କୁ ତାଙ୍କର ସବୁଠାରୁ ସାନ ଝିଅ ମୁଖାଗ୍ନି ଦେବାର ଦେଖିଲେ । ଗୋଟିଏ ପୁଅ ଭଳି ନିଜ ବୃଦ୍ଧା ମା’ଆର ଅନ୍ତିମ ସଂସ୍କାର କରିବାର ସେ ଝିଅକୁ ଦେଖି ସମସ୍ତେ ସାବାସୀ ବା ପ୍ରଶଂସା କରୁଥିଲେ । କହିବାକୁ ଗଲେ ଆଜି ମଧ୍ୟ ସମାଜରେ ଲୋକେ ପୁଅ ଆଉ ଝିଅ ମଧ୍ୟରେ ଭେଦଭାବ ଦେଖିଥାନ୍ତି । କିନ୍ତୁ ଗୋଟିଏ ଝିଅ ତା’ର ମା’ଆର ଅନ୍ତିମ ସଂସ୍କାରରେ ହେଉଥିବା ସବୁ କ୍ରିୟାକୁ ବିଧିବଧ ପୂର୍ବକ ସମ୍ପାଦନା କରି ତାଙ୍କୁ ଅନ୍ତିମ ସଂସ୍କାର ଦେଲେ । “ବିନୋବା ବାର୍ଡ” ନିବାସୀ ବୃଦ୍ଧାଙ୍କର ସବୁଠାରୁ ସାନ ଜ୍ୱାଇଁ ଜୈନ ଦିଲ୍ଲୀପ କହିଲେ ଯେ, ତାଙ୍କର ଶାଶୁ 76 ବର୍ଷୀୟ ଜୈନ ପାର୍ବତୀ ବାଇ, ରାଜେନ୍ଦ୍ର ବାର୍ଡରେ ବାସ କରୁଥିଲେ ।

ବାର୍ଦ୍ଧକ୍ୟ ଅବସ୍ଥାରେ ଉପନୀତ ସ୍ବର୍ଗତ ପାର୍ବତୀ ବାଇଙ୍କ ମୃତ୍ୟୁ ହୋଇଗଲା । ଏହା ପୂର୍ବରୁ ତାଙ୍କର ଶ୍ୱଶୁର ଶଙ୍କର ରାଓଙ୍କର 8 ବର୍ଷ ପୂର୍ବେ ମୂର୍ତ୍ୟୁ ହୋଇ ସାରିଛି । ସେହି ଦିନ ଠାରୁ ପାର୍ବତୀ ବାଈ ଏକୁଟିଆ ରହୁଥିଲେ । ତାଙ୍କର ଦେଖା ଶୁଣା ତାଙ୍କର ଝିଅମାନେ ସୁଚାରୁ ରୁପେ ତୁଲାଇ ଆସୁଥିଲା । କହିବାକୁ ଗଲେ ବୃଦ୍ଧା ପାର୍ବତୀ ବାଇଙ୍କ ଦେଖାଶୁଣା ସେବାଶୌଚ ଝିଅମାନେ ବହୁତ ଭଲ ଭାବରେ କରିଥିଲେ । ଦିବଙ୍ଗତ ବୃଦ୍ଧାଙ୍କର ଚାରି ଜଣ ସନ୍ତାନ ଝିଅ ହିଁ ଥିଲେ । ସେମାନଙ୍କ ମଧ୍ୟରୁ ସବୁଠାରୁ ବଡ଼ ଝିଅ- ଅରୁଣା, ସ୍ୱାମୀ ରମେଶ ମୁଲତାଇ, ଦ୍ଵିତୀୟ ଝିଅ- ଶୋଭା, ସ୍ୱାମୀ- ଭରତ ବୈତୁଳର, ରାମନଗର, ତୃତୀୟ- ଛାୟା, ସ୍ୱାମୀ- ଗଣେଶ ମହାରାଷ୍ଟ୍ରର ଅଞ୍ଜନ ଗାଁ, ଏବଂ ସବୁଠାରୁ ସାନ ଝିଅ ରେଖା, ସ୍ୱାମୀ- ଦିଲ୍ଲୀପ ବିନୋବା ୱାର୍ଡରେ ରୁହନ୍ତି ।

ରେଖା ସବୁଠାରୁ ସାନ ଝିଅ ହେବା କାରଣରୁ ମାଆଙ୍କ ଦେଖାଚାହାଁ ଅଧିକ କରୁଥିଲେ । ବୃଦ୍ଧା ଗତ 22 ଦିନ ଧରି ଗମ୍ଭୀର ରୋଗରେ ପୀଡିତ ଥିଲେ । ସେ ଅନ୍ତିମ ନିଶ୍ୱାସ ନେବା ପୂର୍ବ 5 ଦିନ ଧରି ନିଜର ଛୋଟ ଝିଅ ରେଖା ଆଉ ଜ୍ୱାଇଁ ଦିଲ୍ଲୀପଙ୍କର ବିନୋବା ବାର୍ଡ ନିବାସରେ ରହୁଥିଲେ । ରବିବାର ଦିନ ଦ୍ୱିପହରେ ବୃଦ୍ଧାଙ୍କର ମୃତ୍ୟୁ ହେବା ପରେ ତାଙ୍କର ଅନ୍ତିମ ସଂସ୍କାର ବଡୋରା ସ୍ଥିତ ମୋକ୍ଷ ଧାମରେ କରାଗଲା । ସେଠାରେ ସମସ୍ତ ପ୍ରକାରର ବିଧିବଦ୍ଧ କ୍ରିୟାକଳାପ ତାଙ୍କର ଝିଅ ରେଖା ଓ ଜ୍ୱାଇଁ ଦିଲ୍ଲୀପ ତୁଲେଇ ଥିଲେ । ଏହି ସମୟରେ ସମାଜର ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ତାଙ୍କୁ ଅନ୍ତିମ ବିଦାୟୀ ଦେବା ପାଇଁ ବଡୋରା ମୋକ୍ଷ ଧାମରେ ପହଂଚି ଥିଲେ ।