ଝିଅ ଘରକୁ ଫୋନ କରି କହିଲା, ମୁଁ ମୋର ବ୍ୟାଗ୍ ରେ କିଛି ରଖିଛି, ଦେଖନ୍ତୁ ….

Spread the love

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ଫରୁଖାବାଦ ଜିଲ୍ଲାରେ କେତେକ ବେକାର ଯୁବକଙ୍କ ପାଇଁ ଚିନ୍ତିତ ହୋଇ ଝିଅଟି ଘର ଛାଡି କୁଆଡେ ଚାଲି ଯାଇଥିବା ଏକ ମାମଲା ସାମ୍ନାକୁ ଆସିଛି । ଛାତ୍ରୀ ଜଣକ ସୁଇସାଇଡ଼ ନୋଟ ବି ପଠେଇଛନ୍ତି । କୁହାଯାଉଛି ଯେ ରାସ୍ତା କଡର ରୋମିଓମାନଙ୍କ ପାଇଁ ଏହି ଝିଅଟି ବହୁତ ହଇରାଣ ହେଉଥିଲା । ସେମାନଙ୍କ ଡରରେ ସେ ଏହିପରି ଏକ ପଦକ୍ଷେପ ଉଠାଇବାକୁ ବାଧ୍ୟ ହୋଇଥିଲା । ପୀଡିତା ଝିଅ ଲାଲଗେଟ୍ ର ନିବାସୀ ଅଟେ । ଝିଅର ବାପା ଚାନ୍ଦ କୋତବାଲି ପୋଲିସ ଥାନାରେ ଅଭିଯୋଗ କରିଥିଲା । ଏହି ମାମଲାରେ ଏଏସପି ତ୍ରିଭୁବନ ସିଂହ ପିଡ଼ିତାଙ୍କୁ ଯାଞ୍ଚ ଆଉ କାଯ୍ୟକାରୀ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି ।

ଘର ଲୋକଙ୍କୁ ଫୋନ କରି କହିଲେ :- “ମୁଁ ଆତ୍ମହତ୍ୟା କରିବା ପାଇଁ ଗଙ୍ଗା ନଦୀ ଯାଉ ଅଛି”

ଛାତ୍ରୀର ପିତା ଚାନ୍ଦଙ୍କ କହିବା କଥା ଯେ, ତାଙ୍କର ଝିଅ ସକାଳୁ 7ଟାରେ ନିଜର ସାନ ଭାଇ ସହିତ କୋଚିଂଗ ଯାଇଥିଲା । ସେ ପ୍ରତି ଦିନ 8ଟା ହେବା ଯାଏଁ ଘରକୁ ଫେରି ଆସୁଥିଲା କିନ୍ତୁ ସେ ଆଜି ଘରକୁ ଆସିବା ପରିବର୍ତ୍ତେ ଘରକୁ ଫୋନ କରି କହିଲା ଯେ, ମୁଁ ଆତ୍ମହତ୍ୟା କରିବା ପାଇଁ ଗଙ୍ଗା ନଦୀ ଯାଉଅଛି ଓ ମୋ ବ୍ୟାଗ୍ ରେ କିଛି ରଖିଛି, ତାକୁ ଦେଖି ନେବେ ।

ଯେବେ ଝିଅର ବାପା, ଝିଅର ବ୍ୟାଗ୍ ଯାଞ୍ଚ କଲେ, ତାଙ୍କୁ ଏକ ଚିଠି ମିଳିଥିଲା । ଏହି ଚିଠିକୁ ପଢିବା ପରେ ମୁଁ ଖୋଜିବାର ବହୁତ ଚେଷ୍ଟା କଲି । କିନ୍ତୁ ଝିଅକୁ ଖୋଜି ପାଇପାରିଲେ ନାହିଁ । ଝିଅର ବାପା ସେ ସୁଇସାଇଡ଼ ନୋଟ୍ ଚିଠି ପୋଲିସକୁ ଦେଖାଇଛନ୍ତି ।

ଯେଉଁଥିରେ ଝିଅ ଲେଖିଛି- ଅମ୍ମୀ କ୍ଷମା କରିବ !  ଆଜି ମୁଁ କୋଚିଙ୍ଗ ଯାଉ ନାହିଁ । ବରଂ ଗଙ୍ଗା ନଦୀରେ କୁଦିବାକୁ ଯାଉଛି ।

ବମ ପକେଇବାର ଧମକି ବି ଦେଇଥିଲେ :-

ଝିଅ ଜଣକ ସୁଇସାଇଡ଼ ନୋଟ୍ ରେ ଲେଖିଛି ଯେ, ଚାରି ପାଞ୍ଚ ଜଣ ଟୋକା ମୋତେ ହଇରାଣ କରନ୍ତି ଆଉ ସେମାନେ ମୋତେ ଏହା ଧମକ ଦେଇଛନ୍ତି ଯେ, ଯଦି ମୁଁ ତାଙ୍କ ସହିତ ନ ଯିବି ତୋ ସେମାନେ ମୋତେ ଘରୁ ଉଠେଇ ନେବେ । ତାଙ୍କର ବାପା ଏହା କହିଛନ୍ତି ଯେ, ସେ ଟୋକାଙ୍କର ହିମ୍ମତ ଏତେ ବଢି ଯାଇଥିଲା ଯେ ସେମାନେ ବମ ଫିଙ୍ଗିବାର ଧମକି ମଧ୍ୟ ଦେଉ ଥିଲେ ।