ଯେଉଁମାନଙ୍କ ପାଖରେ ଭୋଟର କାର୍ଡ ଅଛି ସେମାନଙ୍କ ଲାଗି ଖୁସି ଖବର : ଭୋଟର ତାଲିକାରେ ନିଜ ନାମ ଅଛି କି ନାହିଁ ଘରେ ବସି ଜାଣିପାରିବେ

Spread the love

ଯେଉଁ ଲୋକଙ୍କ ପାଖରେ ଭୋଟର କାର୍ଡ ଅଛି, ସେମାନଙ୍କ ପାଇଁ ଖବର । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ପାଖରେ ବଭୋଟର କାର୍ଡ ଅଛି, ଯଦି ଆପଣଙ୍କ ପାଖରେ ମଧ୍ୟ ଭୋଟର କାର୍ଡ ଅଛି ତେବେ ଏହି ଖବର ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

୨୦୧୯ ମସିହାରେ ହେବାକୁ ଯାଉଥିବା ନିର୍ଵାଚରେ ଭୋଟ୍ ବଢାଇବା ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରିଦେଛନ୍ତି । ୨୦୧୯ ମସିହାର ଭୋଟର ତାଲିକାରେ ଆପଣଙ୍କ ନାମ ପଂଜିକୃତ ଅଛି କି ନାହିଁ ତାହା ଆପଣ ନିଜ ଘରେ ବସି ଯାଞ୍ଚ କରିପାରିବେ । ଏଥିପାଇଁ ଆପଣଙ୍କୁ ଆଉ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଧାଇଁଧୋପଡ଼ ହେବାକୁ ପଡିବ ନାହିଁ ।

ମୋଦି ସରକାରଙ୍କ ନିର୍ଦ୍ଧେଶ ଅନୁସାରେ ନିର୍ବାଚନ ଆୟୋଗ ଏକ ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି । ଏହି ତୋଳା ଫ୍ରି ନମ୍ବର ହେଉଛି ୧୯୫୦ । ଏହି ନମ୍ବରରେ ଏକ ଏସଏମଏସ୍ କରି ଏହି ସୂଚନା ମିଳିଯିବ କି ଆପଣଙ୍କ ନାମ ଭୋଟର ଲିଷ୍ଟରେ ଅଛି ନା ନାହିଁ ।

ନ୍ୟାସନାଲ ଭୋଟର୍ସ-ଡେ, ୨୫ ଜାନୁୟାରୀରେ ଅବସରରେ ଏହି ଟୋଲ ଫ୍ରି ନମ୍ବର ୧୯୫୦ କାର୍ଯ୍ୟକାରୀ କରାଯାଇଛି । ଏହି ନମ୍ବରରେ EPIC ନମ୍ବର ଦେଲେ ନାମ, ଠିକଣା ଓ ବୁଥ୍ ଆଦି ସମସ୍ତ ତଥ୍ୟ ମିଳିଯିବ । ଏହି ନମ୍ବରରେ ଆପଣ କୋଲ କରି ନିର୍ବାଚନ ସମ୍ପୃକ୍ତ ସମସ୍ତ ପ୍ରକାରର ସୂଚନା, ପ୍ରତିକ୍ରିୟା ଓ ପରାମର୍ଶ ପାଇପାରିବେ ଏବଂ ନିଜର ଅଭିଯୋଗ ମଧ୍ୟ ଦେଇପାରିବେ ।

ପ୍ରାଥମିକ ପର୍ଯ୍ୟାୟରେ ନିର୍ଧାରିତ ସମୟ ପର୍ଯ୍ୟନ୍ତ କାମ କରିବା ଅର୍ଥାତ ପ୍ରାତଃ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କାମ କରିବ । କିନ୍ତୁ ଲୋକସଭା ନିର୍ବାଚନର ଅଧିସୂଚନା ଜାରି ହେବା ପରେ ଏହି କୋଳ ସେଣ୍ଟର ପ୍ରାତଃ ୯ ଘଣ୍ଟା ରୁ ରାତି ୯ ଘଣ୍ଟା ପର୍ଯ୍ୟନ୍ତ ଲୋକଙ୍କୁ ସେବା ଯୋଗାଇବା । ଏହି ନମ୍ବରରେ ଆସିଥିବା ଅଭିଯୋଗକୁ ଏନଜିଏସ ପୋର୍ଟାଲରେ ରେକର୍ଡ କରିବା ପାଇଁ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ।