JEMର ମୁଖିଆ ମାସୁଦ ଆଜହର ଓ ଆତଙ୍କ ସହ ସାମିଲ ଥିବା ଲୋକେ ମଧ୍ୟ ଆତଙ୍କବାଦୀ : ସାଉଦି ଆରବ

Spread the love

ସାଉଦି ଆରବର ପ୍ରଧାନମନ୍ତ୍ରୀ କହିଛନ୍ତି କି ପାକିସ୍ତାନର ଅତଙ୍କବାଦକୁ କଦାପି ଶହ୍ୟନ କରିବା ଉଚିତ ନୁହେଁ ଓ ଯିଏ ଆତଙ୍କବାଦର ସମର୍ଥନ କରିଥାଏ ଆଉ ସେମାନଙ୍କୁ ଅର୍ଥ ବ୍ୟବସ୍ଥା ସାହାଯ୍ୟ କରିଥାଏ ତାକୁ ଚିହ୍ନଟ କରି ଦଣ୍ଡ ଦେବା ଦରକାର ।

ଅଲ-ଜୁବେର ଏକ ସାକ୍ଷାତକାର ରେ କହିଛନ୍ତି କୌଣସି ବି ବ୍ୟକ୍ତି ଯିଏ ଆତଙ୍କବାଦୀ ଅଟେ ତାକୁ ଚିହ୍ନଟ କରିବା ଦରକାର । ବିଚାର ଏହା ସନିଶ୍ଚିତ କରିବାର ଥିଲା କି କୌଣସି ରାଜନୈତିକ କାରଣ ରହିବାକୁ ହେବ ନାହିଁ କାରଣ କାହିଁକିନା ଲୋକ ନିଜ ରାଜନୈତିକ ବିରୋଧି ର ନାମ ନେଇ ତାକୁ ଆତଙ୍କବାଦ ରୂପରେ ଯେମିତି ଚିହ୍ନଟ ନ କରିବେ । ସାଉଦି ବିଦେଶ ମନ୍ତ୍ରୀ କହିଛନ୍ତି ପାକିସ୍ତାନର ଅତଙ୍କବାଦକୁ କଦାପି ସହ୍ୟ କରିବା ଉଚିତ ନୁହେଁ । ଯିଏ ଆତଙ୍କବାଦର ସମର୍ଥନ କରିଥାଏ ଆଉ ସେମାନଙ୍କୁ ଅର୍ଥ ବ୍ୟବସ୍ଥା ସାହାଯ୍ୟ କରିଥାଏ ତାକୁ ଚିହ୍ନଟ କରି ଦଣ୍ଡ ଦେବା ଦରକାର ।

ସେ କହିଛନ୍ତି “ମୋତେ ଲାଗୁଛି କି ଲୋକ ଏହା ମାନୁଛନ୍ତି କି, ମିଳିତ ବିବରଣୀ ଏକ ବ୍ୟକ୍ତି ବିଶେଷ (ଅଜହର) ଉପରେ ହେବା ଦରକାର ଥିଲା । କିନ୍ତୁ ଏମିତି ହେଲା ନାହିଁ । ଇଚ୍ଛା ଏହା ଥିଲା କି ( ଆତଙ୍କବାଦ ରୂପରେ ) ଚିହ୍ନଟ କରିବାର ପ୍ରକ୍ରିୟା ସ୍ପଷ୍ଟ ହେଉ, ରାଜନୈତିକ ନୁହେଁ । ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବଢିବା ଚିନ୍ତା ଉପରେ ପଚାରିବା ବେଳେ ସେ କହିଛନ୍ତି ସାଉଦି ଆରବ ମାନିବା ଏହା ଯେ ଦୁଇ ଦେଶ ଚିନ୍ତା କମ୍ କରିପାରିବେ ଓ ଶାନ୍ତିପୂର୍ଣ୍ଣ ଶୈଳୀରେ ସମସ୍ୟାର ସମାଧାନ କରି ପାରିବେ ।

ସାଉଦି ଆରବ ବିଦେଶ ମନ୍ତ୍ରୀ କହିଛନ୍ତି ଆମେ ଆଶା କରୁଛୁ ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଆଉ ଚିନ୍ତା ବଢ଼ିବନାହିଁ । ଦୁଇ ଦେଶ ବୁଝାମଣାର ନେତୃତ୍ୱରେ ଅଛି ଯାହାର ପ୍ରୋଟିନିଧିତ୍ୱ ଦୁଇ ଦେଶର ପ୍ରଧାନମନ୍ତ୍ରୀ କରୁଛନ୍ତି । ମୋତେ ଲାଗୁଛି ଚିନ୍ତାକୁ କମ୍ କରିବାର ଉପାୟ ଖୋଜି ନେବେ। କଣ ସାଉଦି ଆରବ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବା ପାଇଁ ପ୍ରୟାସ କରିବ , ସେ କହିଛନ୍ତି , ଆମେ ଭାରତ ଆଉ ପାଇଁ ପାକିସ୍ତାନର ଆମନ୍ତ୍ରଣ ବିନା ଦୁଇ ଦେଶର ଚିନ୍ତାରେ ଆମେ ସାମିଲ ହେବୁନାହିଁ ।

ସେ କହିଛନ୍ତି ” ଆମର ଦୁଇ ଦେଶ ସହିତ ଭଲ ସମ୍ପର୍କ ରହିଛି । ଆଉ ଯଦି ଦୁଇ ଦେଶ ଚାହାନ୍ତି ଆମେ କୌଣସି ଭୂମିକା ନେବୁ ତେବେ ଆମେ ଏହା ଉପରେ ବିଚାର କରିବୁ । ବିଦେଶ ମନ୍ତ୍ରୀ କହିଛନ୍ତି କି କୌଣସି ପରମାଣୁ ଶକ୍ତି ମଧ୍ୟରେ ସସସ୍ତ୍ର ସଂଘର୍ଷ ଦେଖିବାକୁ ଚାହୁଁ ନାହାନ୍ତି । କାହିଁକିନା ଏହା ହେବା ଦ୍ୱାରା କେବଳ ଆତଙ୍କବାଦୀଙ୍କୁ ଫାଇଦା ହେବ ।