ଜୀବନରେ ଏହି ୭ଟି କଥା କେବେ ମଧ୍ୟ ଭୁଲିବ ନାହିଁ, ହାତେ ମାପି ଚାଖଣ୍ଡେ ଚାଲିବ : ଆଚାର୍ଯ୍ୟ ଚାଣକ୍ୟ

Spread the love

ଆଚାର୍ଯ୍ୟ ଚାଣକ୍ୟ ମହାନ ଅନୁଭବ ସମ୍ପର୍ଣ୍ଣ ବ୍ୟକ୍ତି ଥିଲେ, ଯିଏ କି ନିଜ ଵିଦ୍ଵାନ, ବିଚକ୍ଷଣ ବୁଦ୍ଧି ଓ କ୍ଷମତା ବଳରେ ଭାରତୀୟ ଇତିହାସରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ । ମମୌର୍ଯ୍ୟ ସାମ୍ରାଜ୍ୟର ସଂସ୍ଥାପକ ଚାଣକ୍ୟ ନିଜର କୁଶିଳ ରାଜନୀତିଜ୍ଞ, ଚତୁର କୂଟନୀତିଜ୍ଞ ଓ ବରିଷ୍ଠ ଅର୍ଥଶାସ୍ତ୍ରବିତ ଭାବରେ ବିଶ୍ୱବିଖ୍ୟାତ ଅଟନ୍ତି ।

ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଚାଣକ୍ୟଙ୍କ ଦ୍ୱାରା ପ୍ରଦର୍ଶିତ ସିଦ୍ଧାନ୍ତ ଓ ଜୀବନଚର୍ଯ୍ୟା ନୀତିକୁ ସର୍ବସାଧାରଣ ଅନୁସରଣ କରି ଆସୁଛନ୍ତି କାରଣ ଆଚାର୍ଯ୍ୟ ଚାଣକ୍ୟ ନିଜର ଗଭୀରତମ ଅଧ୍ୟୟନ, ଚିନ୍ତନ ଏବଂ ଜୀବନରେ ଲାଭ କରିଥିବା ମହାନୁଭବକୁ ନିସ୍ଵାର୍ଥ ଭାବରେ ମାନବର କଲ୍ୟାଣ ନିମନ୍ତେ ସମର୍ପିତ କରି ଯାଇଛନ୍ତି । ଆସନ୍ତୁ ଜାଣିବା କେଉଁ ସାତଟି କଥା ଜୀବନରେ କଦାପି ଭୁଲିବ ନାହିଁ :

◆ ଯେଉଁ ଧର୍ମରେ ଦୟାନାହିଁ, ଯେଉଁ ଗୁରୁଙ୍କ ପାଖରେ ଜ୍ଞାନ ନାହିଁ, ଯେଉଁ ଭାଇ ପାଖରେ ଭଲ ପାଇବା ନାହିଁ, ଯେଉଁ ସ୍ତ୍ରୀକୁ ବିଶ୍ୱାସ କରିହୁଏ ନା ସେମାନଙ୍କୁ ତ୍ୟାଗ କରିବା ଉଚିତ୍ ।

◆ ଯିଏ ଗୁରୁଦ୍ରବ୍ୟ ହରଣ କରେ, ପରସ୍ତ୍ରୀ ଗମନ କରେ, ସ୍ୱାର୍ଥ ପାଇଁ ବନ୍ଧୁତା କରେ ସେ ଚାଣ୍ଡାଳ ପଦବାଚ୍ୟ । ଯାହା ପାଖରେ ବିଦ୍ୟା, ଧନ, ତପ, ଦାନ, ଧର୍ମ ନଥାଏ ସେ ପଶୁଠାରୁ ହୀନ ହୋଇଥାଏ । ଯିଏ ପ୍ରକୃତ ଜ୍ଞାନୀ ସେ ପରସ୍ତ୍ରୀକୁ ମାଆ, ପରଧନକୁ ମାଟି, ସବୁ ପ୍ରାଣୀଙ୍କୁ ଆପଣାର ବୋଲି ଜ୍ଞାନ କରେ ।

◆ ଯେଉଁଠି ଖାଇବା ପିଇବାର ଅଭାବ, ଭୟ, ଲଜ୍ଜା, ବୁଦ୍ଧି, ତ୍ୟାଗ ଆଦିର ଅଭାବ ସେଠି ରହିବା ଉଚିତ୍ ନୁହେଁ ଓ ଯେଉଁମାନେ ଉପରେ ଉପରେ ସହାନୁଭୂତି ଦେଖାନ୍ତି ଭିତରେ ଚେର କାଟନ୍ତି ସେମାନଙ୍କ ଠାରୁ ଦୂରେଇ ରହିବ ।

◆ ଯାହାର ସଂସ୍କାର ଯେମିତି ତାର ଆଚରଣ ସେମିତି । ସେହିପରି ମିତ୍ରକୁ ଧର୍ମ କାମରେ ଲଗାଇବ । ପୁତ୍ରକୁ ଉପଯୁକ୍ତ ଶିକ୍ଷା ଦେବ । ସ୍ତ୍ରୀକୁ ନିଜ ନିୟନ୍ତ୍ରଣରେ ରଖିବ ।

◆ ଶକ୍ତିବାନ କେବେ ସାଧୁ ହୋଇପାରେ ନାହିଁ । ଧନବାନ ମନଚାରୀ ହୋଇପାରେ ନାହିଁ । ସୁନ୍ଦରୀ ଯୁବତୀ ଖୁବ୍ କମ୍ ପତିବ୍ରତା ହୋଇଥାନ୍ତି । ସେହିପରି ଲୁପ୍ତ ଧନ ଉଦ୍ଧାର କରାଯାଇପାରେ, ହଜି ଯାଇଥିବା ଜିନିଷ ଖୋଜି ଅଣାଯାଇପାରେ ମାତ୍ର ଶରୀର ଚାଲିଗଲେ ଆଉ ଫେରିପାରେନା ।

◆ ସଂସାରରେ ଖୁବ୍ କମ୍ ପ୍ରାଣୀ ଅଛନ୍ତି ଯାହାର ଭିତର ବାହାର ସମାନ । ନଚେତ୍ ସବୁ ଅଲଗା ଅଲଗା । ହାତୀର ଦାନ୍ତ ଅଛି ମାତ୍ର ଖାଦ୍ୟ ଖାଇବାରେ ସେ ଦାନ୍ତ କାମ ଦିଏ ନାହିଁ । ବାହାରେ ଭଲ ଭିତରେ ଖରାପ ହୋଇପାରେ । ତେଣୁକରି ହାତେ ମାପି ଚାଖଣ୍ଡେ ଚାଲିବ ।

◆ ଲୁହାକୁ ଲୁହା, କଣ୍ଟା କୁ କଣ୍ଟା ରେ ହଟାଇଦେବା ଆବଶ୍ୟକ । ଶଠେ ଶାଠ୍ୟମ୍ ସମାଚରେତ୍ । ଅର୍ଥାତ୍ ଯେସାକୁ ତେସା, ହାରାମଜାଦାକୁ କୁରାଢୀ ପଶା ।