ଯଦି ଜୀବନ ସାରା ସୁସ୍ଥ ରହିବାର ଅଛି ତୋ ଏହି 10ଟି ଜିନିଷ ସେବନ କରନ୍ତୁ

Spread the love

ଆଜିକାଲି ଦୁନିଆରେ ସମସ୍ତ ଲୋକ କିଛି ନା କିଛି ରୋଗର ଶିକାର ହୋଇଥାନ୍ତି । ଯାହାର କାରଣ ଅନିୟମିତ ଖାଦ୍ୟପେୟ, ଖରାପ ଦିନଚର୍ଯ୍ୟ, ବ୍ୟାୟାମ ନ କରିବା ଇତ୍ୟାଦି ଅଟେ । ଆଜିକାଲି ଲୋକମାନଙ୍କ ମଧ୍ୟରେ ଏମିତି ଅନେକ ଗମ୍ଭୀର ରୋଗ ଦେଖିବାକୁ ମିଳିଥାଏ ଯେପରିକି ଟିବି, କ୍ୟାନସର, ହାର୍ଟ ପ୍ରବ୍ଲେମ, ମେଦବହୁଳତା, ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା, ମୁଣ୍ଡ ଯନ୍ତ୍ରଣା, ମାଇଗ୍ରେନ, ଆଖି ଓ କାନ ଜନିତ ରୋଗ, ଡାଇବେଟିସ, ବ୍ଲଡ଼ ପ୍ରେସର ଇତ୍ୟାଦି । କିନ୍ତୁ ଆୟୁର୍ବେଦରେ ବର୍ଣ୍ଣିତ ଥିବା ଏମିତି କିଛି ଜିନିଷ ଅଛି, ଯାହାର ସେବନ କରି ବ୍ୟକ୍ତି ସବୁଦିନ ପାଇଁ ସୁସ୍ଥ ରହିପାରିବ । ତା’ହେଲେ ଆସନ୍ତୁ ଜାଣିବା :

1) ପ୍ରତିଦିନ ଅଁଳା ଜୁସ, ଅଁଳା ପାଉଡର ସେବନ କରିବା ଦ୍ୱାରା ସବୁ ପ୍ରକାରର ଶାରୀରିକ ଦୋଷ ଦୂର ହୋଇଥାଏ । ଅଁଳାରେ ଭରପୁର ମାତ୍ରାରେ ଭିଟାମିନ ସି ରହିଥାଏ । ଯାହାକି ଆଖି ଓ କେଶ ନିମନ୍ତେ ବହୁତ ଲାଭଦାୟକ ହୋଇଥାଏ ।

2) ଏଲବେରାର ଜୁସ କିମ୍ବା ଏଲବେରାର ତାଜା ରସ ବାହାର କରି ସେବନ କରିବା ଦ୍ୱାରା ସବୁ ପ୍ରକାରର ବାତ, ପିତ୍ତ ଓ କଫ ପରି ରୋଗରୁ ମୁକ୍ତି ମିଳିଥାଏ । ଏଲବେରା ତ୍ୱଚା ପାଇଁ ବହୁତ ଲାଭକାରୀ ହୋଇଥାଏ ଏହାର ସେବନ କରିବା ଦ୍ୱାରା ତ୍ୱଚା ଉପରେ କୁଞ୍ଚନ ପଡି ନଥାଏ ଏବଂ ସବୁ ପ୍ରକାରର ଚର୍ମ ରୋଗ ଦୂର ହୋଇଥାଏ ।

3) ନିମ୍ବ ହଜାର ଗୁଣରେ ପରିପୂର୍ଣ୍ଣ ଅଟେ । ଆଜିକାଲି ନିମ୍ବର ଉପଯୋଗ ଏଲପେଥିକ ଔଷଧ ନିର୍ମାଣରେ ବି ହେବାରେ ଲାଗିଛି । ନିମ୍ବର ତାଜା ପତ୍ର ସେବନ କରିବା ଦ୍ୱାରା ତ୍ୱଚାର ରୋଗ ଓ ଦାନ୍ତର ରୋଗ ଦୂର ହୋଇ ଥାଏ ଓ ତାହା ସହିତ ନିମ୍ବ ପତ୍ର ସେବନ କରିବା ଦ୍ୱାରା ଆଖିର ଦୃଷ୍ଟି ଶକ୍ତି ବଢିଥାଏ ଏବଂ ହାର୍ଟ ରୋଗ ଦୂର ହୋଇଥାଏ ।

4) ତ୍ରିଫଳା ଚୂର୍ଣ୍ଣ ସବୁଠାରୁ ଅଧିକ ଚମତ୍କାରୀ ଚୁର୍ଣ୍ଣ ବା ପାଉଡର ଅଟେ । ଏହାର ନିୟମିଟି ସେବନ କରିବା ଦ୍ୱାରା 100 ରୁ ଅଧିକ ରୋଗରୁ ମୁକ୍ତି ମିଳିଥାଏ । ତ୍ରିଫଳା ସବୁ ପ୍ରକାରର ବାତ, ପିତ୍ତ ଓ କଫ ରୋଗର ନାଶ କରିଥାଏ । ଆଉ ରୋଗ ପ୍ରତିରୋଧକ କ୍ଷମତା ବି ବଢ଼େଇ ଥାଏ । ଏହାର ନିୟମିତ ସେବନ ଦ୍ୱାରା ବୃଦ୍ଧାପଣ ଦୂର ହୋଇଥାଏ ।

5) ଡାଳିମ୍ବର ମଞ୍ଜି ବା ଡାଳିମ୍ବ ଜୁସ ନିୟମିତ ସେବନ କରିବା ଦ୍ୱାରା ଦୁର୍ବଳ ହୃଦୟ ମଜବୁତ ହୋଇଥାଏ । ଏହା ହୃଦୟର ସ୍ପନ୍ଦନକୁ ସବୁବେଳେ ନିୟନ୍ତ୍ରିତ ରଖିଥାଏ ।

6) ପ୍ରତିଦିନ ମହୁ ସେବନ କରିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ । ମହୁରେ ଭରପୁର ମାତ୍ରାରେ ଏନ୍ଟିବେକଟରିୟଲ ତତ୍ତ୍ୱ ରହିଥାଏ ଯାହାକି ଶରୀରରେ ବ୍ୟାକ୍ଟେରିଆର ପ୍ରଭାବକୁ ନିଷ୍କ୍ରିୟ କରିଦେଇ ଥାଏ ।

7) ଲେମ୍ବୁରେ ଭରପୁର ମାତ୍ରାରେ ଭିଟାମିନ ସି ରହିଥାଏ । ଯାହାକି କେଶ ଓ ଆଖି ପାଇଁ ବହୁତ ଲାଭଦାୟକ ହୋଇଥାଏ । ପ୍ରତିଦିନ ଉଷୁମ ପାଣିରେ ଲେମ୍ବୁ ଆଉ ମହୁ ମିଶେଇ ପିଇଲେ ଓଜନ ଶୀଘ୍ର କମ୍ ହୋଇ ଯାଇ ଥାଏ । ଏହା ପେଟର ଚର୍ବିକୁ କାଟି କରି ବାହାରକୁ ବାହାର କରି ଦେଇଥାଏ ।

8) ଡାଇବେଟିସ ପରି ଗମ୍ଭୀର ରୋଗକୁ ଦୂର କରିବା ପାଇଁ ଲାଉ ଓ କଲରାର ଜୁସ ବା ତରକାରୀ ଖାଇବା ଆବଶ୍ୟକ ଅଟେ । ଏହା ଦ୍ୱାରା ସୁଗର ଲେବୁଲ ନିୟନ୍ତ୍ରଣରେ ରହିଥାଏ ଏବଂ ଧିରେ ଧିରେ ଡାଇବେଟିସର ପ୍ରଭାବ କମ୍ ହେବାରେ ଲାଗିଥାଏ ।

9) ମେଥି ଦାନାକୁ ଚୂନ କରି ଏକ ଚାମୁଚ ପ୍ରତିଦିନ ହାଲୁକା ଗରମ ପାଣି ସହିତ ଖାଇବା ଦ୍ୱାରା ହାଡ଼ ଓ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଶୀଘ୍ର ଦୂର ହେବାରେ ଲାଗିଥାଏ । ଏହା ଗଣ୍ଠି ଯନ୍ତ୍ରଣା ପାଇଁ ରାମବାଣ ଔଷଧ ଅଟେ ।

10) ଶାରୀରିକ ଦୁର୍ବଳତା ଓ ଥକାପଣକୁ ଦୂର କରିବା ପାଇଁ ପ୍ରତିଦିନ ଅଶ୍ୱଗନ୍ଧା ଚୂନକୁ କ୍ଷୀର ସହିତ ମିଶେଇ ଖାଆନ୍ତୁ । ଏହା ଦ୍ୱାରା ଥକାପଣ ଓ ଦୁର୍ବଳତା ଶୀଘ୍ର ଦୂର ହୋଇଯିବ ଏବଂ ନିଦ ବି ଭଲ ଆସିବ ।