ଯେ କୌଣସି ମୁହୂର୍ତ୍ତରେ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିପାରେ : ଭାରତୀୟ ବାୟୁସେନା

Spread the love

ନୂଆଦିଲ୍ଲୀ: ପାକିସ୍ଥାନ ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ଯବାନ ମୃତ୍ୟ ବାରଣ କରିଛନ୍ତି । ପ୍ରତିଶୋଧ ନେବା ପାଇଁ ଭାରତୀୟ ଯବାନ ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇ ରହିଛି । ପାକିସ୍ଥାନର ମାଟିରେ ହିଁ ପାକିସ୍ଥାନ ଆତଙ୍କବାଦୀ ସଂଗଠନକୁ ତଳିତଳାନ୍ତ କରି ଧ୍ବଂସ କରିବା ପାଇଁ ବୀର ଯବାନ ଚେଷ୍ଟା ଜାରି ରଖିଛି । ଏନେଇ ଭାରତୀୟ ସେନା ପାକିସ୍ତାନ ମାଟିରେ ଥିବା ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ସମସ୍ତ ଆଡ୍ଡାକୁ ଚିହ୍ନଟ କରି ସାରିଲେଣି । ପାକିସ୍ତାନର ବାହାବଳପୁର ଠାରୁ ୨୦୦ କିଲୋମିଟର ପରିଧି ମଧ୍ୟରେ ରହିଥିବା ଜୈସ୍‌-ଇ- ମହମ୍ମଦର ଏହି ସମସ୍ତ ଆଡ୍ଡାକୁ ଧ୍ୱଂସ କରିଦେବା ପାଇଁ ଭାରତୀୟ ବାୟୁସେନା ସଂପୂର୍ଣ୍ଣ ସମର୍ଥ ବୋଲି କହିଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ବୀରେନ୍ଦ୍ର ସିଂହ ଧନଓ୍ଵା ।

ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ବୀରେନ୍ଦ୍ର ସିଂହ ଧନଓ୍ଵା ଆହୁରି ମଧ୍ୟ କହିଛନ୍ତି ଯେ, ଆମକୁ ପାକିସ୍ତାନ ବିରୋଧରେ ଯୁଦ୍ଧ ଡାକରା ଦେବା ପାଇଁ ପଡ଼ିବ ନାହିଁ କିମ୍ବା ଅନ୍ୟ କୌଣସି ରାଷ୍ଟ୍ରର ସହାୟତା ମଧ୍ୟ ନେବାକୁ ପଡ଼ିବ ନାହିଁ । ଭାରତୀୟ ବାୟୁ ସେନା ନିକଟରେ ଆଜିର ତାରିଖରେ ଯେଉଁ ସମସ୍ତ ଲଢ଼ୁଆ ବିମାନ ଓ ଯୁଦ୍ଧାସ୍ତ୍ର ମହଜୁଦ୍‌ ରହିଛି ତାହାକୁ ବ୍ୟବହାର କରି ଭାରତୀୟ ବାୟୁସେନା ପାକିସ୍ତାନ ମାଟିରେ ହିଁ ଆତଙ୍କବାଦର ମୂଳତ୍ପାଟନ କରି ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ସମସ୍ତ ଆଡ୍ଡାର ଧ୍ୱଂସ ସାଧନ କରି ପାରିବ ।

ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ସମସ୍ତ ଆଡ୍ଡାକୁ ଚିହ୍ନଟ କରିଯିବା ପରେ ଭାରତୀୟ ଆକାଶ ମାର୍ଗରେ ରହି ପାକିସ୍ଥାନର ସମସ୍ତ ଆଡ୍ଡାକୁ ଧ୍ୱଂସ କରିବେ ତାହାର ବ୍ଳୁପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ସରିଛି, କେବଳ ଅପେକ୍ଷାରେ ରହିଛି ଉପର ମହଲରୁ ନିର୍ଦ୍ଦେଶ ପାଇଁ । ଉପର ମହଲରୁ ନିର୍ଦ୍ଦେଶ ମିଳିବା ମାତ୍ରେ ସଂଗେ ସଂଗେ ଅବିଳମ୍ବେ ଭାରତୀୟ ବାୟୁସେନା ଆକ୍ରମଣ କରିବା । ଏହିପାଇଁ ବାୟୁସେନା ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରିସାରିଛି ।

ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ବୀରେନ୍ଦ୍ର ସିଂହ ଧନଓ୍ଵା କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଆମର କେବଳ ଦୁଇଟିର ଅପେକ୍ଷା, ପ୍ରଥମ ଉପର ମହଲରୁ ନିର୍ଦ୍ଦେଶ ଓ ଦ୍ୱିତୀୟଟି ହେଲା ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦର ସମସ୍ତ ଆଡ୍ଡାକୁ ଧ୍ୱଂସ କରି ମାଟିରେ ମିଶାଇବା ।