ଅଭିନେତ୍ରୀ ରେଖାଙ୍କୁ ଅମିତାଭଙ୍କ ଠାରୁ ଦୂରେଇ ପାଇଁ ଜୟା ବଚ୍ଚନ ନେଇଥିଲେ ଏହିପରି ପଦକ୍ଷେପ….

Spread the love

ରେଖାଙ୍କୁ ରାତ୍ର ଭୋଜନରେ ଡାକି ଜୟା କହିଥିଲେ ଏହିପରି କିଛି କଥା ଏବଂ ଏହାପରେ ରେଖା ସର୍ବଦା ପାଇଁ ଅମିତାଭଙ୍କ ଠାରୁ ଦୁରେଇ ଯାଇଥିଲେ ।

ବଲିଉଡ ଫିଲ୍ମ ଜଗତର ମହାନାୟକ ଅମିତାଭ ବଚ୍ଚନ ଆଜି ମଧ୍ୟ ନିଜ ଅଭିନୟର ଦମରେ ଲୋକଙ୍କ ହୃଦୟରେ ନିଜର ସ୍ଥାନ ବଜାୟ ରଖିଛନ୍ତି କିନ୍ତୁ ଏକଦା ସମୟ ଥିଲା, ଯେତେବେଳେ “ବିଗ ବି” ଓ ନିଜ ଅନ୍ଦାଜରେ ଜଲୱା ଦେଖାଉଥିବା ରେଖାଙ୍କ ପ୍ରେମ ସମ୍ପର୍କ ଦୁନିଆରେ ପ୍ରସିଦ୍ଧ ଥିଲା । ଯେଉଁଠି ଦେଖିଲେ ସେହି ଦିନ ଗୁଡିକରେ ଦୁହିଁଙ୍କ ପ୍ରେମର ଚର୍ଚ୍ଚା ଥିଲା । ବିବାହ ପରେ ମଧ୍ୟ ଅମିତଭ ଏବଂ ରେଖାଙ୍କ ପ୍ରେମ ସମ୍ପର୍କକୁ ବଜାୟ ରଖିବା ପାଇଁ ଚାହୁଁଥିଲେ । ଅନ୍ୟପକ୍ଷରେ ଜୟା ଶାନ୍ତିରେ ନିଜ ପରିବାରକୁ ଭାଗ ଭାଗ ହେବାରୁ ବଞ୍ଚାଇବା ପାଇଁ ଚାହୁଁଥିଲେ । ଏହି ସମ୍ବନ୍ଧରେ ଏକ ବିଷୟରେ ଆମେ ଆଜି ଆପଣଙ୍କୁ କହିବା ପାଇଁ ଚାହୁଁଛୁ; ଯାହାପରେ ଅମିତାଭ ରେଖାଙ୍କ ଜୀବନରୁ ସର୍ବଦା ପାଇଁ ଦୂରେଇ ଯାଇଥିଲେ ।

ଅମିତାଭ ଏବଂ ରେଖାଙ୍କ ମଧ୍ୟରେ ଟ୍ରାଇଂଙ୍ଗଲ ପ୍ରେମ ସମ୍ପର୍କ ଥିଲା । ଏଠାରେ ଆମେ ଆଜି ଜୟା, ରେଖା ଏବଂ ଅମିତାଭଙ୍କ ବିଷୟରେ କହିବା ପାଇଁ ଚାହୁଁଛୁ, ଯାହା ବିଟାଉନର ଚର୍ଚ୍ଚାର ବିଷୟ ଵସ୍ତୁ ଥିଲା । ଜୟା ରେଖାଙ୍କୁ କିଛି କହିବା ପାଇଁ ଚାହୁଁଥିଲେ, ତେଣୁ ରେଖାଙ୍କୁ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ କିନ୍ତୁ ଜୟାଙ୍କ ଦ୍ୱାରା ରେଖାଙ୍କୁ ଦିଆଯାଇଥିବା ଏକ ରାତ୍ରି ଭୋଜନ ସବୁ କିଛି ବଦଳାଇ ଦେଇଥିଲା ।

୧୯୭୭ ମସିହା, ଯେତେବେଳେ ରେଖା ସିନ୍ଥିରେ ସିନ୍ଦୁର ଲଗାଇ ଥିଲେ ଓ ମାଆ ହେବା ଖବର ମିଡିଆରେ ପ୍ରଚାରିତ ହୋଇଥିଲା ଏବଂ ଅମିତାଭଙ୍କ ସହ ନିଜ ସମ୍ପର୍କର ଚର୍ଚ୍ଚା ଚାରିଆଡେ କରି ଚାଲିଥିଲେ । ରେଖା ଏବଂ ଅମିତାଭ ବଚ୍ଚନଙ୍କ ପ୍ରେମର ଚର୍ଚ୍ଚା ସେହି ଦିନ ଗୁଡିକରେ ବହୁତ ଚାଲିଥିଲା । ଅନ୍ୟପକ୍ଷରେ ଜୟା ଜଣେ ଭଲ ପତ୍ନୀ ହେବାର ଭୂମିକା ତୁଲାଉଥିଲେ ଏବଂ ନିଜ ପରିବାର ଓ ପିଲାଙ୍କ ମଧ୍ୟରେ ସମୟ ଅତିବାହିତ କରୁଥିଲେ । ତେଣୁ ଜୟା ଏହି ପ୍ରକାରର ଖବରକୁ ବିଶେଷ ଧ୍ୟାନ ଦେଉନଥିଲେ । ଥରେ କିଛି ଏହିପରି ଘଟିଥିଲା, ଅମିତାଭ ସୁଟିଙ୍ଗ କରିବା ପାଇଁ ମୁମ୍ବାଇରୁ ବାହାରକୁ ଚାଲି ଯାଇଥିଲେ, ସେହି ସମୟରେ ଜୟାଙ୍କୁ ଏକ ସୁଯୋଗ ମିଳି ଯାଇଥିଲା, ରେଖାଙ୍କ ସହ କଥାବାର୍ତ୍ତା ହେବା ପାଇଁ ! ଜୟା ସୁଯୋଗ ଦେଖି ରେଖାଙ୍କୁ ରାତ୍ର ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ ।

ଜୟା ରେଖାଙ୍କୁ ରାତ୍ର ଭୋଜନ ପାଇଁ ନିମନ୍ତ୍ରଣ କରିବା ପାଇଁ ଫୋନ କରିଥିଲେ । ଜୟାଙ୍କ ଫୋନ ରିସିଭ କରିବା ସମୟରେ ରେଖା କିଛି କୁଣ୍ଠାବୋଧ କରିଥିଲେ କିନ୍ତୁ ପରେ ରେଖା ଫୋନ ରସିଭ କରିଥିଲେ । ଫୋନ ରିସିଭ କରିବା ସମୟରେ ଭାବୁଥିଲେ, କାଳେ ଜୟା ରେଖାଙ୍କୁ କିଛି ଭଲ ଖରପ କହିବେ । କିନ୍ତୁ ଏହିପରି କିଛି ଘଟିନଥିଲା । ଜୟା ବହୁତ ଆଦରର ସତ୍କାରରେ ରେଖାଙ୍କୁ ରାତ୍ର ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ଜୟାଙ୍କ ନିମନ୍ତ୍ରଣ ମିଳିବା ପରେ ରେଖା ଚିନ୍ତା କରିଥିଲେ ଏହିପରି ନ ହେଉ ଯେ, ତାଙ୍କୁ ଘରକୁ ଡାକି ଲଜ୍ଜିତ କରିପାରନ୍ତି ।

ଏହା ସବୁ ଭାବିଭାବି ରେଖା ରାତ୍ରି ଭୋଜନ ପାଇଁ ପ୍ରସ୍ତୁତ ହୋଇ ଜୟାଙ୍କ ଘରକୁ ଯାଇ ପହଞ୍ଚିଥିଲେ । ଜୟା ରେଖାଙ୍କୁ ସମ୍ମାନର ସହ ସ୍ୱାଗତ କରିଥିଲେ । ତାଙ୍କ ସହ ବର୍ତ୍ତାଳାପ କରିଥିଲେ । ବାର୍ତ୍ତାଳାପ ସମୟରେ ଅମିତାଭଙ୍କ ବିଷୟ ଆସିନଥିଲା । ରାତ୍ର ଭୋଜନ କରିବା ପରେ ଜୟା ରେଖାଙ୍କୁ ନିଜ ଘର ଦେଖାଇଥିଲେ । ଯେତେବେଳେ ରେଖା ଫେରିବା ପାଇଁ ଲାଗିଲେ, ସେହି ସମୟରେ ଜୟା ରେଖାଙ୍କୁ ବହାରକୁ ଛାଡିବା ପାଇଁ ଆସିଥିଲେ । ଏହି ଦୁଇ ମୁହୂର୍ତ୍ତ ଥିଲା ଯାହା ସବୁକିଛି ବଦଳାଇ ଦେଇଥିଲା । ଜୟା କବାଟ ପାଖରେ ବହୁତ ପ୍ରେମ ସତ୍କାରରେ ରେଖାଙ୍କୁ ଛାଡିଥିଲେ ଏବଂ କହିଥିଲେ ଯାହା ମଧ୍ୟ ହୋଇଯାଉ ମୁଁ ଅମିତାଭଙ୍କୁ ଛାଡ଼ିବି ନାହିଁ । ଏହା ଶୁଣିବା ପରେ ରେଖା ନିସବ୍ଧ ହୋଇ ଯାଇଥିଲେ ଏବଂ ସେହି ସମୟରେ ରେଖା କିଛି କହି ପାରିନଥିଲେ ।

ଜୟା ଏବଂ ରେଖାଙ୍କ ରାତ୍ରି ଭୋଜନ ଖବର ତା’ପରଦିନ ସକାଳେ ମିଡ଼ିଆର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା ଏବଂ ଏହିପରି ଖବର ମିଡ଼ିଆର ପୃଷ୍ଠାରେ ପ୍ରଥମ ପୃଷ୍ଟାରେ ହିଁ ଛପା ଯାଇଥିଲା । ଏହି ସମୟରେ ଜୟା ଏବଂ ରେଖା କିଛି କହିନଥିଲେ । ଦୁହେଁ ଦୁହିଁଙ୍କ ବିରୁଦ୍ଧରେ କିଛି କହିନଥିଲେ, ଏହି ରାତ୍ରି ଭୋଜନ ପରେ ଅମିତାଭଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ଦେଖା ଯାଇଥିଲା । ସେ ରେଖାଙ୍କ ଠାରୁ ଦୁରେଇ ଯାଇଥିଲେ । କାରଣ ଅମିତାଭ ଜାଣି ସାରିଥିଲେ ଯେ ଜୟା, ରେଖା ଏବଂ ଅମିତାଭଙ୍କ ସମ୍ପର୍କ ବିଷୟରେ ଜାଣି ସାରିଥିଲେ କିନ୍ତୁ ପରିବାର ଯୋଗୁଁ ସେ ମୁହଁ ଖୋଲି ପାରୁନାହାନ୍ତି । ଏହିପରି ଜୟା ବଚ୍ଚନ ନିଜ ପରିବାରକୁ ଭାଙ୍ଗିବାରୁ ବଞ୍ଚାଇ ଦେଇଥିଲେ ଏବଂ ଆଜି ଖୁସିରେ ନିଜ ପତି ଏବଂ ପିଲାଙ୍କ ସହ ଜୀବନ ଅତିବାହିତ କରୁଛନ୍ତି ।