ବିବାହିତା ହୋଇ ମଧ୍ୟ ଜୟା ପ୍ରଦାଙ୍କୁ ମିଳିଲା ନାହିଁ ସ୍ତ୍ରୀର ଅଧିକାର, ତିନୋଟି ପିଲାଙ୍କର ସାବତ ମାଆ…

Spread the love

ଭାରତୀୟ ଜନତା ପାର୍ଟି ସହ ହାତ ମିଶାଇ ଜୟା ପ୍ରଦା ଏବେ ରାଜନୀତିରେ ଲମ୍ବା ଖେଳ ଖେଳିବା ପାଇଁ ମନ କରିଛନ୍ତି । କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ କିଛି ଖାସ୍ ନୁହଁ ।

ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ଜୟା ପ୍ରଦା ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ବଲିଉଡ ବ୍ୟତୀତ ରାଜିନୀତିରେ ମଧ୍ୟ ଜୟା ପ୍ରଦାଙ୍କ କ୍ୟାରିୟର୍ ଦୀର୍ଘ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲୁରହିଛି । ଜୟା ପ୍ରଦା ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ପାର୍ଟିରେ ରାଜନୀତି କରିଛନ୍ତି । କିନ୍ତୁ ବର୍ତ୍ତମାନ ସେ ବିଜେପି ସହ ହାତ ମିଶାଇଛନ୍ତି । ଜୟା ପ୍ରଦା ବିଜେପି ସାମିଲ ହେବା ପରେ କୁହାଯାଉଛି ଯେ, ସେ ଉତ୍ତରପ୍ରଦେଶର ରାମପୁର ଲୋକସଭା କ୍ଷେତ୍ରରେ ଆଜମ୍ ଖାଁଙ୍କ ବିରୋଧରେ ଲଢ଼ିବେ । ଆଜ୍ଞା ହଁ, ଜୟା ପ୍ରଦା ବର୍ତ୍ତମାନ ତାଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିସାରିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ଆଜି ଆପଣଂକ ପାଇଁ କଣ ଖାସ ରହିଛି ।

ଭାରତୀୟ ଜନତା ପାର୍ଟିର ହାତ ଧରି ଜୟା ପ୍ରଦା ବର୍ତ୍ତମାନ ରାଜନୀତିରେ ଲମ୍ବା ଖେଳ ଖେଳିବା ପାଇଁ ମନ କରିଛନ୍ତି । କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ କିଛି ଖାସ୍ ନୁହେଁ । ଜୟା ପ୍ରଦାଙ୍କ ବ୍ୟକ୍ତିଗତ ଜୀବନରେ ବହୁତ କିଛି ଦେଖିବାକୁ ମିଲିଛି, କିନ୍ତୁ ସେ କେବେ ମଧ୍ୟ ହାର ମାନି ନାହାନ୍ତି ଓ ଆଜି ବିଜେପି ଭଳି ଏକ ଦୃଢ଼ ପାର୍ଟି ଜରିଆରେ ସେ ଏକ ନୂଆ ଯାତ୍ରା ଆରମ୍ଭ କରିଛନ୍ତି । କିନ୍ତୁ ଏହା ମଧ୍ୟରେ ତାଙ୍କର ବୈବାହିକ ଜୀବନ ଚର୍ଚ୍ଚକୁ ଆସିଯାଇଛି । ଜୟା ପ୍ରଦାଙ୍କ ଜୀବନ ବହୁତ ରହସ୍ୟ ପୁର୍ଣ ରହିଛି ।

୩୦ ବର୍ଷର କ୍ୟାରିୟରରେ ୩୦୦ଟି ଫିଲ୍ମ କରିଛନ୍ତି ଜୟା ପ୍ରଦା :

ଜୟା ପ୍ରଦା ନିଜ ଫିଲ୍ମ କ୍ୟାରିୟରର ଆରମ୍ଭ ୧୪ ବର୍ଷ ବୟସରୁ କରିଥିଲେ । ଜୟା ପ୍ରଦା ବଲିଉଡ୍ ରେ ୩୦ ବର୍ଷ ପର୍ଯ୍ୟନ୍ତ କାମ କରିଛନ୍ତି ଓ ସେ ୩୦୦ଟି ଫିଲ୍ମରେ କାମ କରିଛନ୍ତି । ଗୋଟିଏ ପରେ ଗୋଟିଏ ଭଲ ଫିଲ୍ମରେ ଅଭିନୟ କରିଥିବା ଜୟା ପ୍ରଦା ନିଜ ଯୁଗର ସବୁଠୁ ଭଲ ଓ ଟପ୍ ଅଭିନେତ୍ରୀ ଥିଲେ । କିନ୍ତୁ ତାଙ୍କୁ ସେହିଭଳି ପ୍ରସିଦ୍ଧି ମିଳି ପାରିନାହିଁ ଯାହା ରେଖା ଓ ଜୟା ବଚ୍ଚନଙ୍କୁ ମିଳିଛି । କହିବାକୁ ଗଲେ, ଜୟା ପ୍ରଦା ନିଜ କ୍ୟାରିୟରରେ କେବେ ନିରାଶ ହୋଇ ନାହାନ୍ତି ତଥାପି ସେ ନିରନ୍ତର ଭାବରେ ନିଜ କାମ କରି ଚାଲିଥିଲେ ।

ଶ୍ରୀକାନ୍ତ ନାହଟାଙ୍କ ସହ କରିଥିଲେ ବିବାହ :

ଜୟା ପ୍ରଦାଙ୍କ ସଫଳ ପୂର୍ଣ୍ଣ କ୍ୟାରିୟରରେ ବିରତି ସେତେବେଳେ ହୋଇଥିଲା ଯେତେବେଳେ ତାଙ୍କର ଘରେ ଇଂକୋମ ଟେକ୍ସର ରିଟ୍ ପଡ଼ିଥିଲା । ଏହି ସମୟରେ ପ୍ରଯୋଜକ ଶ୍ରୀକାନ୍ତ ନାହୋଟା ତାଙ୍କୁ ବହୁତ ସାହାଯ୍ୟ କରିଥିଲେ । ଏହାପରେ ଦୁଇଜଣଙ୍କ ମଧ୍ୟରେ ବନ୍ଧୁତାର ସମ୍ପର୍କ ବଢି ଚାଲିଲା ଓ ପରେ ଏହା ପ୍ରେମରେ ପରିଣତ ହୋଇଥିଲା । ପ୍ରେମ ଯେତେବେଳେ ଅନ୍ତିମ ଚରଣରେ ପହଂଚି ଥିଲା, ସେତେବେଳେ ଦୁଇ ଜଣ ବିବାହ କରିଥିଲେ । ବିବାହ କରିବା ପରେ ମଧ୍ୟ ଜୟା ପ୍ରଦାଙ୍କୁ ସ୍ତ୍ରୀର ଅଧିକାର ମିଳି ନଥିଲା ଓ ବିବାହିତା ହୋଇଥିବା ପରେ ମଧ୍ୟ ସେ ସ୍ୱାମୀ ଠାରୁ ଅଲଗାରେ ରହୁଛନ୍ତି ।

ମିଳିପାରିଲା ନାହିଁ ଜୟା ପ୍ରଦାଙ୍କୁ ସ୍ତ୍ରୀର ଅଧିକାର :

ଶ୍ରୀକାନ୍ତ ନାହଟା ଜୟା ପ୍ରଦାଙ୍କ ସହ ବିବାହ ତ କରିଦେଲେ କିନ୍ତୁ ସେ ନିଜର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଲେ ନାହିଁ । ଯାହା ଯୋଗୁଁ ଜୟା ପ୍ରଦାଙ୍କୁ ପତ୍ନୀର ଅଧିକାର ମିଳିପାରିଲା ନାହିଁ । କେବଳ ଏତିକି ନୁହେଁ, ଶ୍ରୀକାନ୍ତ ଓ ଜୟା ପ୍ରଦାଙ୍କ ଵିଵାହକୁ ତାଙ୍କ ପ୍ରଥମ ପତ୍ନୀ କୌଣସି ପ୍ରକାରର ବିରୋଧ କରି ନଥିଲେ । ଦ୍ଵିତୀୟ ବିବାହ ହୋଇଥିବା ଯୋଗୁଁ ଜୟା ପ୍ରଦା ଶ୍ରୀକାନ୍ତ ନାହଟାଙ୍କ ସହ ଏକାଠି ରହିପାରିଲେ ନାହିଁ । କାରଣ ତାଙ୍କ ଘରେ ତାଙ୍କ ପ୍ରଥମ ପତ୍ନୀ ଓ ୩ଟି ପିଲା ରହୁଛନ୍ତି । ପରେ ଜୟା ପ୍ରଦା ଗୋଟିଏ ପିଲାକୁ ପୋଷି ଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ପତ୍ନୀର ଅଧିକାର ମିଳି ନାହିଁ ।