ନାତୁଣୀ ନବ୍ୟାଙ୍କ ବୟଫ୍ରେଣ୍ଡଙ୍କୁ ଆଲିଙ୍ଗନ କରିଲେ ଜୟା ବଚ୍ଚନ ! ସାଧାରଣ ଲୋକ କହିଲେ “ନାତୁଣୀ ପାଇଁ ପୁଅ ମିଳିଗଲେ ନା କଣ !”

Spread the love

ଏହି କଥାରେ କିଛି ସନ୍ଦେହ ନାହିଁ ଯେ, ବଚ୍ଚନ ପରିବାରର ଲୋକପ୍ରିୟତା ବୋଲଉଡ଼ ଏବଂ ସାଧାରଣ ଲୋକଙ୍କ ଭିତରେ ବହୁତ ଅଧିକ ।ଏମିତିରେ ତାଙ୍କ ପରିବାର ସହିତ ଜଡ଼ିତ ସବୁ ଲୋକଙ୍କ ଖବର ଇଣ୍ଟରନେଟରେ ଭାଇରଲ ହୋଇଥାଏ । ଆମେ ଆଜି ଆପଣ ମାନଙ୍କୁ ଏହି ଅନୁଛେଦ ମାଧ୍ୟମରେ ଏକ ଜରୁରୀ ଖବର ଜଣାଇବାକୁ ଯାଉଛୁ । ନିକଟ ଅତୀତରେ ଏକ ଫ୍ୟାସନ ଶୋ’ ଚାଲିଥିଲା । ଏଥିରେ ଜୟା ବଚ୍ଚନ ଶୋ’ ସରିବା ପରେ ଏମିତି ଜଣେ ଲୋକଙ୍କୁ ଆଲିଙ୍ଗନ କରିଛନ୍ତି । ଆକର୍ଷଣୀୟ କଥା ଏହା ଯେ, ଜୟା ଯାହାଙ୍କୁ ଆଲିଙ୍ଗନ କରିଛନ୍ତି; ସେହି ବ୍ୟକ୍ତିଙ୍କ ନାମ ଜୟାଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦାଙ୍କ ସହ ମଧ୍ୟ ଜଡ଼ିତ । ପ୍ରକୃତରେ କଥା ହେଉଛି ଯେ, ବିଗତ କିଛି ଦିନ ହେବ ଏହି ବ୍ୟକ୍ତିଙ୍କୁ ନବ୍ୟାଙ୍କ ସହ ଦେଖାଯାଇଛି ।ଏମିତିରେ ଖବର ମଧ୍ୟ ଆସୁଛି ଯେ, ଏମାନେ ରିଲେସନରେ ଅଛନ୍ତି । ଏବେ ଏହି କଥାରେ କେତେ ସତ୍ୟତା ଅଛି ଏବଂ ପ୍ରକୃତରେ ଏହି ବ୍ୟକ୍ତି ଜଣକ କିଏ ? ଏହି ସବୁ ପ୍ରଶ୍ନର ଉତ୍ତର ପାଇଁ ଖବର ପଢ଼ିବାଟି ସଂପୂର୍ଣ୍ଣ ପଢନ୍ତୁ ।

ନବ୍ୟା ନିଜ ମା’ ଶ୍ୱେତା ବଚ୍ଚନଙ୍କ ଭଳି ମିଡିଆ ଲାଇମ ଲାଇଟରୁ ସବୁବେଳେ ଦୁରାଇ ରହିବାକୁ ପସନ୍ଦ କରନ୍ତି । ମାତ୍ର ବଚ୍ଚନ ପରିବାର ସହ ଜଡ଼ିତ ଥିବାରୁ ମିଡିଆ ତାଙ୍କୁ କେଉଁଠାରୁ ବି ଖୋଜିବାକୁ ସଫଳ ରୁହନ୍ତି । ଏଥିପାଇଁ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ ସମସ୍ତ ଖବର ଆପଣ ମାନଙ୍କ ଠାରେ ପହଂଚିଯାଏ । ଚାଲନ୍ତୁ ଏବେ କୁହାଯାଇ ଥିବା ନବ୍ୟାଙ୍କର ଏହି ବୟଫ୍ରେଣ୍ଡ ବିଷୟରେ ମଧ୍ୟ ଜାଣିନେବା । ଏହି ବ୍ୟକ୍ତି ଆଉ କେହି ନୁହେଁ ବଲିଉଡ ଅଭିନେତା ଜାବେଦ ଜାଫରୀଙ୍କ ପୁଅ ମୀଜାନ ଜାଫରୀ । ମୀଜାନ ଏବଂ ନବ୍ୟାଙ୍କର ସାଙ୍ଗରେ କିଛି ଫୋଟୋ ଆଗରୁ ଭାଇରଲ ହୋଇ ସାରିଛି । ଏମିତିରେ ଲୋକଙ୍କର ସନ୍ଦେହ ଥିଲା ଯେ, ଏହି ଦୁଇଜଣଙ୍କ ଭିତରେ କିଛି ଚାଲିଛି ।

ବର୍ତ୍ତମାନ ଯେତେବେଳେ ପ୍ରକୃତରେ ନବ୍ୟାଙ୍କର ଆଈ ମୀଜାନଙ୍କୁ ଆଲିଙ୍ଗନ କରିଲେ, ସେତେବେଳେ ଏହି ଖବରର ସତ୍ୟତା କିଛି ଜଣା ପଡ଼ିଲା ।ଏହି ପୁରା ମାମଲା ଅବୁ ଜାନୀ ଏବଂ ସଂନ୍ଦୀପ ଖୋସଲାଙ୍କର ଫ୍ୟାସନ ଶୋ’ରେ ହୋଇଥିଲା । ଏମାନେ ନିଜ ସଫଳତାର ପଥ ଉଦ୍ଦେଶ୍ୟରେ ୩୩ ତମ ବର୍ଷ ପାଳନ କରୁଥିଲେ । ସେଠାରେ ଗେଷ୍ଟ ଭାବରେ ଜୟା ବଚ୍ଚନ, ଅଭିଷେକ ବଚ୍ଚନ ଏବଂ ଶ୍ୱେତା ବଚ୍ଚନ ମଧ୍ୟ ଉପସ୍ଥିତ ଥିଲେ ।ସେଠାରେ ରମ୍ପରେ ଚାଲୁଥବା ମଡେଲ ମାନଙ୍କ ମଧ୍ୟରେ ଜାବେଦ ଜାଫରୀଙ୍କ ପୁଅ ମୀଜାନ ଜାଫରୀ ମଧ୍ୟ ଥିଲେ । ଏମିତିରେ ଯେତେବେଳେ ଫ୍ୟାସନ ଶୋ’ ସରି ଆସିଲା, ଜୟା ବଚ୍ଚନ ସେତେବେଳେ ଟିକେ ଆଗ୍ରହ ପ୍ରକାଶ କରି ଷ୍ଟେଜ ଉପରକୁ ଯାଇ ମୀଜାନଙ୍କୁ ଆଲିଙ୍ଗନ କରିଥିଲେ । ଏହି ଖୁସିର ସମୟ କ୍ୟାମେରାରେ ରହି ଯାଇଥିଲା ।

ଲୋକଙ୍କୁ ବିଶ୍ୱାସ ହେବରେ ଲାଗିଛି ଯେ, ନବ୍ୟା ଏବଂ ମୀଜାନଙ୍କ ଭିତରେ କିଛି ତ ଅଛି । କେହି ଜଣେ କମେଣ୍ଟ କରି ପଚାରିଥିଲେ ମଧ୍ୟ “ଜୟା ମାମ ବୋଧହୁଏ ଆପଣ ନବ୍ୟାଙ୍କ ପାଇଁ ପୁଅ ପାଇଗଲେ” । ଏମିତିରେ କହିଦଉଛୁ ଯେ, କିଛିଦିନ ପୂର୍ବରୁ ପିଙ୍କବିଲାରେ ଦେଇଥିବା ଏକ ଇଣ୍ଟରଭିଉରେ ସେ ଏହି କଥାକୁ ସମସ୍ତଙ୍କ ଆଗରେ କହିଥିଲେ ଯେ, ଏହା ସତ ଯେ ସେ ରିଲେସନରେ ଅଛନ୍ତି ମାତ୍ର ସେଇ ଝିଅ ନବ୍ୟା ନୁହେଁ । ଆମେ ଦୁଇଜଣ କେବଳ ଭଲ ସାଙ୍ଗ । ଏବେ ସେ ସତ କହୁଥିଲେ କି ସତକୁ ଲୁଚାଇବାକୁ ଚାଂହୁଥିଲେ ସେକଥା ସେ ହିଁ ଜାଣିଛନ୍ତି । ଆମେ ଆପଣଙ୍କୁ ଏହା ମଧ୍ୟ କହିଦେଉଛୁ ଯେ, ନବ୍ୟାଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିକୁ ଆସିବାକୁ ଏବେ କିଛି ଇଚ୍ଛା ନାହିଁ । ଏକଥା ତାଙ୍କ ମା’ ଶ୍ୱେତା ବଚ୍ଚନ ଏକ ଇଣ୍ଟରଭିଉରେ କହିଥିଲେ ।

ଆଶା କରୁଛୁ ଆପଣଙ୍କୁ ଏହି ଅନୁଛେଦରେ ପ୍ରଦାନ କରାଯାଇଥିବା ତଥ୍ୟ ଆପଣଙ୍କୁ ପସନ୍ଦ ଆସିଥିବା । ଯଦି ପସନ୍ଦ ଆସେ ତେବେ ଗୋଟିଏ Like କରନ୍ତୁ । ଧନ୍ୟବାଦ !

ସୌଜନ୍ୟ : https://www.newstrend.news