ଆତଙ୍କ ହାଲମ ପରେ ଯବାନଙ୍କ ପତ୍ନୀ କହିଲେ ଡିୟୁଟିକୁ ଯାଅ ନାହିଁ, ଯବାନ ଡିୟୁଟିକୁ ଯିବାକୁ ଅଟଳ ରହିବାରୁ ଆତ୍ମହତ୍ୟା କଲେ ପତ୍ନୀ

Spread the love

ଅହମ୍ମଦାବାଦ: ଗୁଜୁରାଟର ଦେବଭୂମି ଦ୍ୱାରକା ଜିଲ୍ଲାରେ ସେନାର ଏକ ଯବାନଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି । କାହିଁକିନା ସେ ନିଜ ପତୀ ଙ୍କ ସୁରକ୍ଷାକୁ ନେଇ ବହୁତ ଚିନ୍ତିତ ଥିଲେ । ପୋଲିସ୍ ସମୋବାର ଦିନ ଏହା ଜଣାଇଛନ୍ତି । ସେ କହିଛନ୍ତି ଯେ ୨୨ ବର୍ଷିୟ ମିନାକ୍ଷୀ ଜେଠୱା ନିଜ ପତୀ ଭୁପେନ୍ଦ୍ର ସିଂହଙ୍କ ସୁରକ୍ଷାକୁ ନେଇ ପୁଲୱାମା ହମଲା ପରେ ସେ ଚିନ୍ତିତ ଥିଲେ ।

ଶନିବାରରେ ସେ ଖାମ୍ଭିଳିଆ ସହରର ଥିବା ନିଜ ଘରେ ସେ ଫାଶିରେ ଝୁଲା ହୋଇଥିବା ଦେଖିବାକୁ ମିଳିଲେ । ମହିଳାଙ୍କ ପତୀ ଜାମ୍ମୁ-କାଶ୍ମୀରର ଗୁଲମୋର୍ଗ ଟେନାତ ଅଛନ୍ତି କିନ୍ତୁ ଘଟଣାର ସମୟରେ ସେ ଘରକୁ ଆସିଥିଲେ । ଏକ ସ୍ଥାନୀୟ ପୁଲିସ ଅଧିକାରୀ କହିଛନ୍ତି ଯେ ଦୁଇ ବର୍ଷ ପୂର୍ବେ ହିଁ ଏମାନଙ୍କ ବିବାହ ହୋଇଥିଲା ।

ମିନାକ୍ଷୀ ଚାହୁଁନଥିଲେ ଯେ ପୁଣିଥରେ ତାଙ୍କ ପତୀଙ୍କୁ କାଶ୍ମୀର ଫେରି ଯାଆନ୍ତୁ

ପୋଲିସ ଦ୍ୱାରା ଜଣା ପଡ଼ିଛି ଯେ ଯେଠୱା ନିଜ ପତ୍ନୀଙ୍କୁ କହିଥିଲେ କି ସେ ଡ୍ୟୁଟି ରେ ହିମୋଖ୍ସଲନରୁ କେମିତି ବଞ୍ଚିଥିଲେ । ଏହାର ସୁଚନା ମିଳିବା ଆଉ ପୁଲୱାମା ହମଲାକୁ ଦେଖି ସୈନିକଙ୍କ ପତ୍ନୀ ବହୁତ ଭୟଭିତ ହୋଇଯାଇଥିଲେ । ପୋଲିସ୍ ଅଧିକାରୀ କହିଥିଲେ ସୈନିକଙ୍କ ଯିବାର ତାରିଖ ପାଖକୁ ଆସିବା ସମୟରେ ହିଁ ସେ ଫାଶି ଲଗାଇଦେଇଥିଲେ ।

୧୪ ଫେବୃଆରୀରେ ଜୈସ୍-ଇ-ମହମ୍ମଦର ଆତଙ୍କିୟ ରେ ପୁଲୱାମାର ଅବିନ୍ତିପାର ଇଲାକାରେ ସିଆରପିଏଫର ଯବାନଙ୍କ ଉପରେ ଆତ୍ମଘାତୀ ହମଲା କରିଥିଲା । ଏହି ହମଲାରେ ଅଧୋସୈନିକ ବଳରେ ୪୦ ଯବାନ ସହିଦ ହୋଇଥିଲେ ଆଉ କେତେକ ଯବାନ ଆଘାତ ହୋଇଥିଲେ । ଏହି ହାମଲା ପରେ ପୁରା ଦେଶରେ ଆତଙ୍କ ବ୍ୟାପିଗଲା । ଚାରିଆଡେ ଆତଙ୍କ ଓ ପାକିସ୍ତାନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମସ୍ତେ କହିବାକୁ ଲାଗିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କହିଥିଲେ ଏହି ହାମଲାରେ ଜଡିତ ଥିବା ଦୋଷୀମାନଙ୍କୁ କ୍ଷମା କରାଯିବନାହିଁ । ସେ କହିଥିଲେ ଯେ ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ପୁରା ସ୍ୱାଧୀନତା ଦିଆଯାଇଛି ।