କାମଳ ରୋଗ (ଜଣ୍ଡିସ) ନିମନ୍ତେ ଏହି ବୃକ୍ଷ ରାମବାଣ ସଦୃଶ । ସମୂଳେ ଦୂରେଇ ଯିବ ଏହି ରୋଗ, ଜାଣନ୍ତୁ କିପରି କରିବେ ବ୍ୟବହାର ?

Spread the love

ଆଜିର ସମୟରେ ରୋଗ ହେବା ଏକ ସାଧାରଣ କଥା ହୋଇଗଲାଣି । ଅନେକ ଲୋକମାନେ ବିଭିନ୍ନ ପ୍ରକାରର ରୋଗରେ ପୀଡିତ ଅଟନ୍ତି । ଆଜିର ଦିନମାନଙ୍କରେ ରୋଗର ସବୁଠାରୁ କାରଣ ଲୋକମାନଙ୍କର ଖରାପ ଖାଦ୍ୟପେୟ, ଦୈନନ୍ଦିନ ଜୀବନ ଶୈଳୀ ଏବଂ ବଞ୍ଚି ରହିବାର ଅଭ୍ୟାସ ଅଟେ । ସୁସ୍ୱାଦ ଖାଇବା ଲୋଭରେ ଲୋକେ ଭିନ୍ନ ଭିନ୍ନ ପ୍ରକାରର ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତି । ଯାହାଫଳରେ ଅଳ୍ପ ସମୟରେ ସେମାନେ ବିଭିନ୍ନ ରୋଗର ଆକ୍ରାନ୍ତ ହୋଇପଡନ୍ତି । ବିଗତ କିଛି ବର୍ଷ ମଧ୍ୟରେ ଲୋକଙ୍କ ଖାଦ୍ୟପେୟରେ ପରିବର୍ତ୍ତନ ହୋଇଯାଇଛି । ପୁର୍ବ ଭଳି ଲୋକେ ବର୍ତ୍ତମାନ ସ୍ୱାସ୍ଥ୍ୟକର ଭୋଜନ କରୁନାହାନ୍ତି ।

ଆଜିର ସମୟର ଯୁବାବର୍ଗ ଫାଷ୍ଟ ଫୁଡ଼ ଏବଂ ରାସ୍ତାକଡ଼ରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଅଧିକ ଖାଆନ୍ତି । ଫାଷ୍ଟ ଫୁଡ଼ ଏବଂ ରାସ୍ତାକଡ଼ରେ ମିଳୁଥିବା ଖାଦ୍ୟରେ ଅନେକ ପ୍ରକାରର ହାନିକାରକ ଦ୍ରବ୍ୟ ମିଶ୍ରିତ ହୋଇଥାଏ, ଯାହା ସ୍ୱାସ୍ଥ୍ୟ ଦୃଷ୍ଟିରୁ କଦାପୀ ଭଲ ନୁହେଁ । ସମୟର ଅଭାବରେ ଲୋକେ ବଜ଼ାରରେ ମିଳୁଥିବା ବନ୍ଧା ହୋଇଥିବା (ପ୍ୟାକେଟ ଫୁଡ) ଖାଦ୍ୟ ଏବଂ ମ୍ୟାଗି ଭଳି ଖାଦ୍ୟ ଉପରେ ନିର୍ଭର କରନ୍ତି । ଏହି ଖାଦ୍ୟ ପଦାର୍ଥ ଗୁଡିକର ବ୍ୟବହାର ଫଳରେ ଅନେକ ପ୍ରକାରର ଭୟଙ୍କର ରୋଗର ସମ୍ମୁଖୀନ ହେବା ପାଇଁ ପଡିଥାଏ । ସେଥି ମଧ୍ୟରୁ କାମଳ ରୋଗ ଏକ ଭୟଙ୍କର ରୋଗ ଅଟେ ।

କାମଳ ରୋଗ ଯୋଗୁଁ ସମ୍ପୂର୍ଣ୍ଣ ଶରୀର ରଙ୍ଗ ହଳଦିଆ ହୋଇଯାଇଥାଏ :

ଆପଣମାନେ ଜାଣି ରଖନ୍ତୁ ଯେ, କାମଳ ରୋଗ ଏକ ଭୟଙ୍କର ରୋଗ ଅଟେ । ଠିକ ସମୟରେ ଏହାର ଉପଚାର ନ କରିବା ଦ୍ଵାରା ଅନେକ ଲୋକଙ୍କ ମୃତ୍ୟୁ ହୋଇ ଯାଇଥାଏ । କାମଳ ରୋଗ ଯୋଗୁଁ ଆଖିର ଧଳା ଅଂଶ, ତ୍ୱଚା ଏବଂ ରଲେସ୍ମା ଝିଲ୍ଲୀ ହଳଦିଆ ରଙ୍ଗରେ ପରିଣତ ହୋଇ ଯାଇଥାଏ । ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କର ପରିଶ୍ରା ହଳଦିଆ ରଙ୍ଗ ହୋଇଥାଏ । ସୂଚନା ଅନୁସାରେ, ରକ୍ତରେ ବିଲିରୁବିନର ମାତ୍ରା ବଢିଯିବା ଦ୍ଵାରା ଶରୀର ହଳଦିଆ ହୋଇ ଯାଇଥାଏ । ଏହି ରୋଗରୁ ବଞ୍ଚିବା ପାଇଁ ଅନେକ ପ୍ରକାରର ଘରୋଇ ଚିକିତ୍ସା କରାଯାଇ ପାରିବ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ବୃକ୍ଷଲତା ବିଷୟରେ କହିବୁ, ଯାହାର ବ୍ୟବହାର ଫଳରେ ଅଳ୍ପ ଦିନରେ ଏହି ରୋଗରୁ ମୁକ୍ତି ମିଳି ପାରିବ ।

ଗିଲୟ କିମ୍ବା ଗୁଡୁଚି :

ଗିଲୋୟର ନାମ ଆପଣମାନେ ଶୁଣିଥିବେ, ଏହାକୁ ଗୁଡୁଚି ମଧ୍ୟ କୁହାଯାଏ । ଭାରତ ସମେତ ଏସିଆ ମହାଦେଶର ଅନ୍ୟ ଦେଶମାନଙ୍କରେ ମଧ୍ୟ ଏହି ଚମତ୍କାରୀ ଉଦ୍ଭିଦ ମିଳିଥାଏ । ଗିଲୋୟକୁ ଔଷଧ ରୂପରେ ବ୍ୟବହାର କରାଯାଏ । ଏହାର ଡେମ୍ଫକୁ ଗୁଣ୍ଡ କରା ଯାଇଥାଏ, ଯାହା ଗୁଡୁଚି ସତ୍ୱ ନାମରେ ଜଣାଯାଏ । ଏକ ଅଧ୍ୟୟନ ମାଧ୍ୟମରେ ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଉପଚାର ନିମନ୍ତେ ୧୬ମିଲିଗ୍ରାମ ଗୁଡୁଚି ଦିଆଯାଇଥିଲା । ଏଥିଦ୍ଵାରା ଏହି ରୋଗ ଯୋଗୁଁ ମରୁଥିବା ଲୋକଙ୍କ ସଂଖ୍ୟା ୬୧.୫ ପ୍ରତିଶତରୁ ୨୫ ପ୍ରତିଶତକୁ ଚାଲି ଆସିଥିଲା । ଏହାର ବ୍ୟବହାର ଦ୍ଵାରା ଲୋକେ ଜ୍ଵର ଏବଂ ଶାରୀରିକ ପୀଡ଼ରୁ ମଧ୍ୟ ମୁକ୍ତି ପାଇବାର ଦେଖାଦେଲା । ଗୁଡୁଚିର ଗୁଣ୍ଡକୁ ଗରମ ପାଣିରେ ମିଶାଇ ଦିନକୁ ଦୁଇଥର ନେବା ଦରକାର ।

ବସାକା :

ଏହା ଏକ ପ୍ରକାରର ପ୍ରତ୍ୟହ ମିଳୁଥିବା ଔଷଧୀୟ ବୃକ୍ଷ ଅଟେ । ଏହାର ବ୍ୟବହାର ଦ୍ଵାରା କାମଳ ସହ ବାଙ୍କାଇଟିସ ଏବଂ ଫୁସଫୁସ ଜନିତ ରୋଗର ଉପଚାର ହୋଇଥାଏ । ଯଦି ଆପଣ ଅନ୍ୟ କୌଣସି ଔଷଧର ବ୍ୟବହାର କରୁଥିଲେ, ଏହାର ବ୍ୟବହାରରୁ ଦୂରରେ ରୁହନ୍ତୁ । ଏହାର ପତ୍ରକୁ କାମଳ ରୋଗପାଇଁ ବ୍ୟବହାର କରାଯାଏ । ଏହାର ପତ୍ରର ଦୁଇ ଟୋପା ରସକୁ ମୁଲେଠିର ଛାଲର ଗୁଣ୍ଡ ସହ, ସମାନ ପରିମାଣରେ ଚିନି ଏବଂ ମହୁ ସହ ଗୋଳାଇ ସେବନ କରିଲେ କାମଳ ରୋଗରୁ ଆରାଗ୍ୟ ମିଳିଥାଏ ।

ଆରୋଗ୍ୟ ବର୍ଦ୍ଧିନି ବଟିକା :

ଏହା ଏକ ପ୍ରକାରର ଜଡି-ବୁଟି ଅଟେ । ଏହାକୁ କାମଳ, ଫେଟି ଲିବାର ସିଣ୍ଡ୍ରମ, ଭାଇରଲ ହେପିଟାଇଟିସ ଏବଂ ଅଲକୋହଳିକ ହେପିଟାଇଟିସ ଭଳି ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ । ଏହି ବଟିକା ମସ୍ତିଷ୍କ, ଯକୃତ ଏବଂ ବୃକକ ଉପରେ ଭଲ ପ୍ରଭାବ ପକାଇଥାଏ ବୋଲି ଏକ ପରୀକ୍ଷାରୁ ଜଣା ପଡିଛି ।