ଜାଣିନିଅନ୍ତୁ ପ୍ୟାନ କାର୍ଡର ନୂଆ ନିୟମ ଯାହା ୫ ଡିସେମ୍ବର ଠାରୁ ଲାଗୁ ହୋଇଛି – ନଚେତ ପସ୍ତେଇବେ,

Spread the love

ଅଧିକାଂଶ ଲୋକମାନଙ୍କ ପାଖରେ ପ୍ୟାନ କାର୍ଡ ଅଛି । ଯଦି ଆପଣ ପାଖରେ ପ୍ୟାନ କାର୍ଡ ଅଛି କିମ୍ବା ପ୍ୟାନ କାର୍ଡ ତିଆରି କରିବା ପାଇଁ ଭାବୁଛନ୍ତି, ତେବେ ଅନୁଛେଦଟି ସମ୍ପୂର୍ଣ୍ଣ ପଢନ୍ତୁ । ପ୍ୟାନ କାର୍ଡ ବନାଇବା ପୂର୍ବରୁ ପ୍ୟାନ କାର୍ଡର ନୂଆ ନିୟମ ବିଷୟରେ ଜାଣନ୍ତୁ ଏହି ମାସ ଠାରୁ ପ୍ୟାନ କାର୍ଡ ସମ୍ବନ୍ଧିତ ନିୟମ ଗୁଡିକୁ ବଦଳାଇ ଦିଆ ଯାଉଛି । ଆୟକର ବିଭାଗ ପ୍ୟାନ କାର୍ଡକୁ ନେଇ ଏକ ନୂଆ ନିୟମ ଜାରି କରିଛନ୍ତି । ୨୦୧୮ ମସିହା ଡିସେମ୍ବର ମାସ ୫ ଏହି ନିୟମ ଜାରି କରାଯାଇଛି । ନୂଆ ନିୟମ ଅନ୍ତର୍ଗତ ଆସନ୍ତା ବର୍ଷରେ ଯେଉଁମାନେ ୨୫୦୦୦୦ ଟଙ୍କା କିମ୍ବା ଏହାଠାରୁ ଅଧିକ ନେଣଦେଣ କରୁଛନ୍ତି, ତେବେ ସେହି ବ୍ୟକ୍ତିମାନଙ୍କ ପାଇଁ ପ୍ୟାନ କାର୍ଡ ଅତ୍ୟନ୍ତ ଜରୁରୀ ଅଟେ ।

ସବୁ ସଂସ୍ଥାଗୁଡିକୁ ୩୧ ମାର୍ଚ୍ଚ ୨୦୧୯ ପୂର୍ବରୁ ସେଣ୍ଟ୍ରାଲ ବୋର୍ଡ ଅଫ ଡାୟରେକ୍ଟର ଟେକ୍ସେସରେ ପ୍ୟାନ କାର୍ଡ ପାଇଁ ଆବେଦନ କରିବାକୁ ପଡିବ । ଏହି ବିଷୟରେ ଆୟକର ବିଭାଗ ତରଫରୁ ନୂଆ ସୂଚନା ଜାରି କାରା ଯାଇଛି । ପ୍ୟାନ କାର୍ଡ ପାଇଁ କଣ ନୂଆ ନିୟମ ତିଆରି ହୋଇଛି ଏବଂ ନୂଆ ପ୍ୟାନ କାର୍ଡ ଆବେଦନ କରିବା ପାଇଁ କଣ ନିୟମ କରା ଯାଇଛି ? ଏହି ସବୁ କଥା ଜାଣିବା ବହୁତ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା ଏହି ବିଷୟରେ –

ନୂଆ ନିୟମ

ନୂଆ ନିୟମ ଅନୁସାରେ ଆୟକର ବିଭାଗ ପ୍ୟାନ କାର୍ଡର ଆବେଦନ ଫର୍ମରେ ମଧ୍ୟ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ଆପଣଙ୍କୁ ନିଜର ପିତାଙ୍କର ନାମ ଲେଖିବା ଦରକାର ନାହିଁ । ଯଦି ଆପଣ ନିଜ ବାପାଙ୍କର ନାମ ଦେଉ ନାହାନ୍ତି ତଥାପି ଆପଣଙ୍କର ଆବେଦନକୁ ସ୍ଵୀକାର କରାଯିବ । ଏହି ନିୟମ ୫ ଡିସେମ୍ବର ଠାରୁ ଲାଗୁ ହୋଇଯାଇଛି ।

ଆୟକର ବିଭାଗର ନୂଆ ନିୟମ ଅନୁସାରେ ସ୍ଥାନୀୟ କମ୍ପାନୀ କିମ୍ବା ଦୋକାନ ମାଲିକ ଯେଉଁମାନେ ପ୍ରତି ବର୍ଷ ୫ ଲକ୍ଷ ଟଙ୍କା ନେଣଦେଣ କରନ୍ତି କିମ୍ବା ତାହା ଠାରୁ ଅଧିକ ନେଣଦେଣ କରନ୍ତି ସେମାନଙ୍କୁ ପ୍ୟାନ କାର୍ଡ ଆବେଦନ କରିବା ଜରୁରୀ ଅଟେ ।

ଯଦି ଆପଣ କୌଣସି କମ୍ପାନୀର ମ୍ୟାନେଜରିଙ୍ଗ ଡାୟରେକ୍ଟର, ଡାୟରେକ୍ଟର, ପାର୍ଟନର, ଚୀଫ ଏଗଜିକ୍ୟୁଟିସ୍, ଅଧିକାରୀ, ମୁଖ୍ୟ ଅଧିକାରୀ କିମ୍ବା କମ୍ପାନୀର ମାଲିକ ଅଟନ୍ତି ଏବଂ ସେହି କମ୍ପାନୀର ପ୍ୟାନ କାର୍ଡ ନାହିଁ ତେବେ ଆପଣଙ୍କ ପାଇଁ ପ୍ୟାନ କାର୍ଡ ଆବେଦନ କରିବା ଜରୁରୀ ଅଟେ । ଏହା ୩୧ ମାର୍ଚ ୨୦୧୯ ପୂର୍ବରୁ ଆବେଦନ କରିବା ଆବଶ୍ୟକ ଅଟେ ।

ପ୍ୟାନ କାର୍ଡ ଦେଶର କର ଜମା କରିବା ପାଇଁ ବହୁତ ଜରୁରୀ ଅଟେ । ଯଦି ଆପଣ ବ୍ୟାଙ୍କ ଖାତା ଖୋଲିଛନ୍ତି କିମ୍ବା ଆୟକର ରିଟର୍ନ ବାନ୍ଧୁଛନ୍ତି, ତେବ ଏଥିରେ ଆପଣଙ୍କୁ ପ୍ୟାନ କାର୍ଡ ଆବଶ୍ୟକତା ହୋଇଥାଏ ।

ଭାରତ ପରି ଦେଶ, ଯେଉଁଠାରେ ଲୋକ ସଂଖ୍ୟା ପାଖାପାଖି ୧୩୫ କୋଟି ଜନସଂଖ୍ୟାରୁ ଉର୍ଦ୍ଧ୍ଵ କିନ୍ତୁ କରଦାତାଙ୍କ ସଂଖ୍ୟା ବହୁତ କମ ଅଟେ । ୨୦୧୪ ମସିହାରେ ପଖାପାଖି ୩.୮୦ କୋଟି ଥିଲା କିନ୍ତୁ ୨୦୧୭ରେ ଏହା ୬.୮୬ କୋଟି ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ସରକାର ଅନୁସାରେ କରଦାତାର ସଂଖ୍ୟା ବଢିଲେ କଳାଧନରେ ଅଙ୍କୁଶ ହୋଇପାରିବ । ଯଦି ଆପଣ ପ୍ୟାନ କାର୍ଡ ଆବେଦନ କରିବାକୁ ଯାଉଛନ୍ତି ତେବେ ଏହି ନିୟମ ଗୁଡିକ ଠିକ ପ୍ରକାରରେ ନିଶ୍ଚିତ ଜାଣିନିଅନ୍ତୁ ।

ଆଶା କରୁଛୁ ଯେ ଏହି ପ୍ୟାନ କାର୍ଡ ସମ୍ବନ୍ଧିତ ସୂଚନା ଜାଣିବା ପରେ ଆପଣଙ ନିଶ୍ଚୟ ଉପକୃତ ହେବେ ଏବଂ share କରି ଅନ୍ୟଙ୍କୁ ମଧ୍ୟ ଜଣାନ୍ତୁ ।