ଜାଣନ୍ତୁ କଣ ପାଇଁ “ସୋ ରୁମ୍” ଗୁଡିକର ଘଣ୍ଟାଗୁଡିକର ସମୟ ୧୦ ଘଣ୍ଟା ୧୦ ମିନିଟ୍ ହିଁ ଦେଖାଯାଇଥାଏ । ବିଷୟଟି ଜାଣିସାରିବା ପରେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

Spread the love

ଆପଣମାନେ ଦେଖିଥିବେ “ସୋ ରୁମ୍” ଗୁଡିକରେ ଘଣ୍ଟାଗୁଡିକର ସମୟ ୧୦ ଘଣ୍ଟା ୧୦ ମିନିଟ୍ ସେଟ୍ କରି ରଖାଯାଇଥାଏ । କିନ୍ତୁ ଜାଣିଛନ୍ତି, କଣ ପାଇଁ ଏପରି ସମୟ ସେଟ୍ କରାଯାଇଥାଏ ?

“ସୋ ରୁମ୍” ଗୁଡିକର ଘଣ୍ଟାଗୁଡିକ, ସେ ହାତ ଘଣ୍ଟା ହେଉ କିମ୍ବା କାନ୍ଥ ଘଣ୍ଟା ହେଉ, ଆପଣ ଦେଖିବେ ସବୁ ଘଣ୍ଟାଗୁଡିକର ସମୟ ଏକାପରି ଥିବ ଅର୍ଥାତ୍ ୧୦ ଘଣ୍ଟା ୧୦ ମିନିଟ୍ ହିଁ ସେଟ୍ କରି ଯଖାଯାଇଥାଏ । ଆପଣମାନେ ଜାଣିଛନ୍ତି ଏହା ପଛରେ ଥିବା କରଣ କଣ ? ଆଜି ଆମେ ଆମ ଏହି ଲେଖାରେ ଆପଣମାନଙ୍କୁ ଏହି ବିଷୟରେ ଜଣାଇବୁ ।

ମୁଁ ମୋ ପିଲାବେଳେ ଏହି ପ୍ରଶ୍ନ ବହୁତ ଥର ବହୁତ ଲୋକଙ୍କୁ ପଚାରିଛି ଯେ, କଣ ପାଇଁ “ସୋ ରୁମ୍” ଗୁଡିକର ଘଣ୍ଟା ଗୁଡିକରେ ଏପରି ସମୟ ସେଟ୍ କରାଯାଇଥାଏ ? କିନ୍ତୁ ବହୁତ ସମୟରେ ବହୁତ ଲୋକ ଏହି ଉତ୍ତର ମୋତେ ଦେଇଛନ୍ତି ଯେ, ଏପରି ଏଥିପାଇଁ କରାଯାଇ ଥାଏ, “ସୋ ରୁମ୍” ଗୁଡିକର ଘଣ୍ଟାଗୁଡିକ ଯେ କେହି ବି ଉଦ୍ଭାବନ କରିଥିଲେ ସେ ହିଁ ଏହି ନିୟମ ସୃଷ୍ଟି କରିଥିଲେ । ଆଉ ସେହି ଉଦ୍ଭାବକଙ୍କ ସମ୍ମାନ ଉଦ୍ଦେଶ୍ୟରେ ଏପରି “ସୋ ରୁମ୍” ଗୁଡିକର ଘଣ୍ଟା ଗୁଡିକରେ ଏହିପରି ସମୟ ସେଟ୍ କରାଯାଇଥାଏ । କିନ୍ତୁ ଆପଣମାନଙ୍କୁ ଅବଗତ କରାଇଦେବାକୁ ଚାଁହୁନ ଯେ, ସତରେ ଏପରି କିଛି ନାହିଁ । ଆସନ୍ତୁ ଘଟଣାର ସତ୍ୟାସତ୍ୟ କଣ ଜାଣିବା !

ନକରାତ୍ମକ ଚେହେରାକୁ ବଦଳେଇବା :

Timex, Rolex ପରି ପ୍ରସିଦ୍ଧ କମ୍ପାନିଗୁଡିକ ନିଜ ଘଣ୍ଟା ଗୁଡିକରେ ୮.୨୦ ମିନିଟ୍ ସମୟ ସେଟ୍ କରିଥାନ୍ତି । ଏହା ଏଥିପାଇଁ କରାଯାଇଥାଏ କାରଣ ଘଣ୍ଟା ତିଆରି କରିଥିବା କମ୍ପାନିର ନାଁ ଦେଖିବା ଲୋକଙ୍କୁ ଠିକ୍ ସେ ଦେଖାଯାଇ ପାରିବ । ଏହା ଦେଖି ଗ୍ରାହକ ବହୁତ ଆକର୍ଷିତ ହୋଇ ଘଣ୍ଟା କିଣିବାକୁ ଇଚ୍ଛା ପ୍ରକାଶ କରିବେ । କିନ୍ତୁ ପରେ କମ୍ପାନିଗୁଡିକ ଦ୍ଵାରା ଏହି ସମୟ ଗୁଡିକୁ ବଦଳେଇ ଦିଆଯାଇଥିଲା । ଘଣ୍ଟା ତିଆରି କରିବା କମ୍ପାନି ଗୁଡିକୁ ଅନୁଭବ କରିଲେ ଯେ, ୮.୨୦ ମିନିଟ୍ ସମୟ ସେଟ୍ କରି ଯେଉଁ ଚିତ୍ର ପ୍ରକଟ କରୁଛନ୍ତି, ସେହି ଚିତ୍ର ଗ୍ରାହକଙ୍କ ଉପରେ ନକରାତ୍ମକ ଚିନ୍ତା ଧାରା ମନରେ ସୃଷ୍ଟି କରୁଛି । ଆପଣଙ୍କୁ କହିବାକୁ ଚାହୁଁଛି, ୮ ଟା ବାଜି ୨୦ ମିନିଟ୍ ଚିତ୍ର ଗୋଟେ ଦୁଖୀ ଚେହରାର ଦର୍ଶାଉଛି । ତେଣୁ ୮.୨୦ ସମୟକୁ ବଦଳାଇ ୧୦.୧୦ ସମୟ ସେଟ୍ କରାଯାଇଛି । ୧୦.୧୦ ସମୟଟି ଗୋଟେ ହସୁଥିବା ଚେହରାର ପ୍ରତିକ ପାରି ଦେଖାଯାଉଛି । ତେଣୁ ପ୍ରତ୍ୟକ ଘଣ୍ଟା ଦୋକାନ ଗୁଡିକରେ ଘଣ୍ଟା ଗୁଡିକରେ ୧୦ଘଣ୍ଟା ୧୦ମିନିଟ୍ ସେଟ୍ କରାଯାଇଥାଏ ।

୧୦ ଘଣ୍ଟା ୧୦ମିନିଟ୍ ବିଜୟର ପ୍ରତୀକ ଅଟେ :

୧୦:୧୦ ସମୟରେ ଘଣ୍ଟାର କଣ୍ଟା ଗୁଡିକ ଇଂରାଜୀ ଅକ୍ଷର ଭି (V) ସଦୃଶ ଦେଖାଯାଇଥାଏ, ଯାହାକି ବିଜୟର ପ୍ରତୀକ ଅଟେ । ଏହି ପ୍ରତୀକ ଲୋକଙ୍କୁ ପ୍ରେରଣା ଯୋଗେଇଥାଏ । ଏହି କାରଣ ମଧ୍ୟ ବାସ୍ତବିକ କାରଣ ମଧ୍ୟରୁ ଗୋଟିଏ ହୋଇଥାଇପାରେ କିନ୍ତୁ ଏହାର କୌଣସି ସଠିକ୍ ପ୍ରମାଣ ନାହିଁ ।

ଘଣ୍ଟା କମ୍ପାନି ଗୁଡିକର ନାମ ଦର୍ଶାଇବା ପାଇଁ :

କିଛି ଲୋକ କୁହନ୍ତି ଯେ, ଘଣ୍ଟା ନିର୍ମାତା କମ୍ପାନୀଗୁଡିକ ନିଜ ନାମ ଘଣ୍ଟାର ଠିକ୍ ୧୨ ସମୟର ତଳେ ଲେଖିଥାନ୍ତି । ଏଥିପାଇଁ ୧୦:୧୦ ସମୟ ସେଟ୍ କରିବା ଦ୍ଵାରା ଲୋକଙ୍କ ନଜର ଠିକ୍ ଘଣ୍ଟା ନିର୍ମାତାଙ୍କ ନାମ ଉପରେ ପଡିବ ଯାହା ଫଳରେ ଲୋକମାନେ ଘଣ୍ଟା କିଣିବାକୁ ଆକୃଷ୍ଟ ହେବେ । ଅନ୍ତତଃ ଏହି ସମୟ (୧୦:୧୦ସମୟ) ସେଟ୍ କରିବାର ଉଦେଶ୍ୟ ହେଉଛି କେବଳ ନିଜର ବ୍ୟବସାୟ ।

ହିରୋସିମା ଆଉ ନାଗା ସାଖୀ ଉପରେ ଆକ୍ରମଣ :

ଅନ୍ୟ ଗୋଟିଏ ଗପକୁ ଯଦି ମନେ ପକାଇବା, ତାହା ହେଲେ ୧୦:୧୦ ସମୟରେ ହିରୋସିମା ଉପରେ ଲିଟିଲ୍ ବୋମା ନାମକ ପରମାଣୁ ବୋମା ପକାଯାଇଥିଲା । ଏଥିପାଇଁ ଏହି ଆକ୍ରମଣରେ ମରିଯାଇ ଥିବା ଲୋକଙ୍କୁ ସହାନୁଭୂତି ଜଣାଇବା ଉଦ୍ଦେଶ୍ୟରେ ଘଣ୍ଟା କମ୍ପାନିର ମାଲିକମାନେ ଏହି ସମୟକୁ ବାଛିଥିଲେ । କିନ୍ତୁ ଏହି ସତ୍ୟ ବି ପୂରାପୂରି ଭାବରେ ସତ୍ୟ ନୁହେଁ । କାରଣ ହିରୋସିମା ଉପରେ ବୋମା ୮.୧୦ ସମୟରେ ପକାଯାଇଥିଲା ।

ଲୋକେ ଏହା ମଧ୍ୟ କହୁଛନ୍ତି ଯେ….

କିଛି ଲୋକ ଏହା କହୁଛନ୍ତି ଯେ, “ଘଣ୍ଟା” ୧୦ ବାଜି ୧୦ ମିନିଟ୍ ସମୟରେ ପ୍ରସ୍ତୁତ ହୋଇଥିଲା, ଆଉ କିଛି ଲୋକ କହୁଛନ୍ତି ଯେ, ଯଦି ଏହି ସମୟ ଆମେ ସେଟ୍ କରିବା ତା’ହେଲେ ଘଣ୍ଟାର କଣ୍ଟା ଆମେ ଠିକ୍ ଭାବରେ ଦେଖି ପାରୁ ।