ଜମ୍ମୁ କାଶ୍ମୀରର ହଦୱାଡ଼ା ଠାରେ ଭାରତୀୟ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ହେଇଥିବା ଫାଇରିଙ୍ଗରେ ୫ ଯବାନ ସହିଦ …..

Spread the love

ଜମ୍ମୁ କାଶ୍ମୀର ହଦୱାଡ଼ା ଠାରେ ଦୁଇ ଦିନରୁ ହେଉଥିବା ଫାଇରିଙ୍ଗ ରେ ୫ ଯବାନ ସହିଦ ହେଇଗଲେ । ଏହି ସହିଦ ହେଇଥିବ ୫ ଯବାନ ମାନଙ୍କ ମଧ୍ୟରୁ ସେନା ର ୧ ଯବାନ CRPF ର ୨ ଯବାନ ଓ ପୋଲିସ ର ୨ ଯବାନ ସହିଦ ହେଲେ ଓ ଗୋଟିଏ ନାଗରିକ ଙ୍କ ମୃତ୍ୟୁ ହେଇଯାଇଛି । ଆତଙ୍କବାଦୀ ଙ୍କ ସେଠାରେ ଉପସ୍ଥିତି ଥିବାର ଜାଣି ଭାରତୀୟ ଯବାନ ହଦୱାଡ଼ା ଜିଲ୍ଲାର ବାବାକୁଣ୍ଡ ସାହିରେ ଘେରି ଖୋଜା ଚାଲିବା ସମୟରେ ଆତଙ୍କବାଦୀ ମାନେ ଯବାନ ମାନଙ୍କ ଉପରେ ଫାଇରିଙ୍ଗ କରିବା ଆରମ୍ଭ କରିଦେଲେ । ଓ ଅନେକ ଥର ରହି ରହି ଫାଇରିଙ୍ଗ କରୁଥିଲେ ଓ ଫାଇରିଙ୍ଗ କରିବା ବନ୍ଦହେବା ପରେ ଯବାନ ସେଠାରୁ ଫେରୁଥିବା ସମୟରେ ଆତଙ୍କବାଦୀ ପୁଣି ଯବାନ ମାନଙ୍କ ଉପରେ ଫାଇରିଙ୍ଗ କରିବା ଆରମ୍ଭ କରିଦେଲେ ।

କିନ୍ତୁ ବର୍ତ୍ତମାନର ସ୍ଥିତିରେ ସେଠାରେ ଏବେ ଆଉ ଫାଇରିଙ୍ଗ ହେଉନାହିଁ । ଯବାନ ଓ ଆତଙ୍କବାଦୀ ଙ୍କ ମଧ୍ୟରେ ହେଉଥିବା ଫାଇରିଙ୍ଗ ରେ ଯାହା କ୍ଷତି ହେଲା ତାହା ଚିନ୍ତାର କଥା ଅଟେ କାରଣ ଦୁହେଁଙ୍କ ମଧ୍ୟରେ ହେଇଥିବା ଫାଇରିଙ୍ଗ ପରେ ବହୁତ ଘର ଗୁଡ଼ିକ ଭାଙ୍ଗି ପଡିଛି ଓ ସେହି ଭିତରେ ସହିଦ ହୋଇଥିବା ଯବାନ ମାନଙ୍କୁ ଖୋଜିବାକୁ ପଡ଼ିବ ।

କିନ୍ତୁ ସେହି ଭଙ୍ଗା ହୋଇ ପଡ଼ିଥିବା ଘର ମାନଙ୍କରେ କେବଳ ସହିଦ ଯବାନ ହିଁ ନୁହେଁ ସେଥିରୁ ଗୋଟିଏ ଜୀବନ୍ତ ଯବାନ ଙ୍କୁ ସୁରକ୍ଷା ରୂପରେ ବାହାରକୁ କଡ଼ାଯାଇଥିଲା । ତେଣୁ ଆଜି ମଧ୍ୟ ସେଠାରେ ଖୋଜା ଚାଲୁଛି ହୋଇପାରେ ଅନ୍ୟ ଯବାନ ମଧ୍ୟ ମିଳି ପାରନ୍ତି । ଏହା ଉତ୍ତର କାଶ୍ମୀର ଅଟେ ଯେଉଁଠାରେ କି ବର୍ତ୍ତମାନ ଇଣ୍ଟରନେଟ ର ସୁବିଧା ବନ୍ଦ କରାଯାଇଛି ।

ଏହି ସବୁ ହେବାର କାରଣ ଏହା ମଧ୍ୟ ହେଇପାରେ କି, ଯେତେବେଳେ ଆତଙ୍କବାଦୀ ଜମ୍ମୁ କାଶ୍ମୀରର ପୁଲୱାମା ଠାରେ ଆକ୍ରମଣ ହେବା ଯୋଗୁଁ ୪୨ ଯବାନ ସହିଦ ହେଇଥିଲେ ଓ ତାର ସଠିକ ଉତ୍ତର ନେବା ପାଇଁ ଭାରତୀୟ ବାୟୁସେନା ପାକିସ୍ତାନ ବିରୋଧରେ ଶକ୍ତ ପଦକ୍ଷେପ ନେଇ ପାକିସ୍ତାନ ର ପାଲାକୋଟ୍ ଠାରେ ବମ ପକେଇବା ଦ୍ୱାରା ଆତଙ୍କବାଦୀ ମୃତ୍ୟୁ ହୋଇଥିଲେ । ତେଣୁ ସେହି ଆତଙ୍କବାଦୀ ପୁଣି ଭାରତକୁ ଆସି ଫାଇରିଙ୍ଗ କରୁଛନ୍ତି ।