ଜମ୍ମୁ-କାଶ୍ମୀର ଭାରତର ଅଙ୍ଗ ଅଟେ, ଆତଙ୍କମାନଙ୍କ ସହ ଅନୁଗ୍ରହର ରିଆତି ନାହିଁ ।

Spread the love

ବିଜେପି ଅଧ୍ୟକ୍ଷ ଅମିତ ଶାହ ରବିବାର ଦିନ ଜମ୍ମୁରେ ଦଳର ବିଜୟ ସଂକଳ୍ପ ସମ୍ମିଳନକୁ ସମ୍ବୋଧିତ କରିଲେ । ଏହି ମଧ୍ୟରେ ଅମିତ ସାହ, ଦେଶରେ ବ୍ୟାପିଥିବା ଆତଙ୍କବାଦ ଓ ଜମ୍ମୁ-କାଶ୍ମୀରକୁ ଅଲଗା କରିବା ପାଇଁ ଚାହୁଁଥିବା ଲୋକଙ୍କ ଉପରେ ଖୁବ୍ ବର୍ଷିଲେ । ଅମିତ ସାହ କହିଲେ କି, ଜମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଅଟେ । ଜମ୍ମୁ-କାଶ୍ମୀରକୁ ଭାରତରୁ କେହି ମଧ୍ୟ ଅଲଗା କରିପାରିବେ ନାହିଁ । ଅମିତ ସାହ କହିଲେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଆତଙ୍କବାଦ ପ୍ରତି ଜିରୋ ଟୋଲେରାନ୍ସର ନୀତିକୁ ଆପଣେଇଛନ୍ତି ।

ଅମିତ ସାହ କହିଲେ, ଜମ୍ମୁ ଓ ଲଢାକକୁ ପ୍ରଥମେ ଭେଦଭାବର ସାମ୍ନା କରିବାକୁ ପଡ଼ିଲା । ବିଜେପି ସରକାର ଏହି କ୍ଷେତ୍ରରେ ବିକାଶର କବାଟ ଖୋଲି ରଖିଛି । କଂଗ୍ରେସ, ନେସନଲ କନଫ୍ରେନ୍ସ ଓ ପି.ଡ଼ି.ପି, ଏ ସବୁ ପରିବାରବାଦୀ ପାର୍ଟୀ ଅଟେ । ସେମାନେ ଜମ୍ମୁ-କାଶ୍ମୀରର ବିକାଶ ବଦଳରେ ନିଜର ବିକାଶ ପାଇଁ କାମ କରିଥିଲେ ।

ଅମିତ ସାହ କଂଗ୍ରେସ ଓ ରାହୁଲ ଗାନ୍ଧୀକୁ ଲକ୍ଷ୍ୟ କରି କହିଲେ, ରାହୁଲ ଗାନ୍ଧୀ କାଶ୍ମୀରର ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଥାନ୍ତି । ଏହି ବିଷୟରେ ମୁଁ ସେମାନଙ୍କୁ କହିବାକୁ ଚାହୁଁଛି, ଯଦି ଆଜି ଜମ୍ମୁ ଓ କାଶ୍ମୀର ର ପରିସ୍ଥିତି ଉପରେ ପ୍ରଶ୍ନ ଉଠାଉଛନ୍ତି ତ ଏହା କେବଳ ତୁମ ଜେଜେବାପା ଜବାହରଲାଲ ନେହେରୁଙ୍କ କାରଣରୁ । ଯେତେବେଳେ ଆମ ସେନା ପାକିସ୍ତାନ ଅଧିକୃତ କାଶ୍ମୀରକୁ ଜିତିବାକୁ ଯାଉଥିଲା, ତେବେ କିଏ ସେମାନଙ୍କୁ ରକିଥିଲେ ? ସେ ଜବାହରଲାଲ ନେହେରୁ ଥିଲେ ।

ଅମିତ ସାହ କହିଲେ କି, ସୋନିଆ-ମନମୋହନଙ୍କ ସରକାର ସମୟ ତ୍ରୟୋଦଶ (13th) ଅର୍ଥବ୍ୟବସ୍ଥା ସମ୍ପୃତି ଅନ୍ତର୍ଗତ ମାତ୍ର ୯୮ ହଜାର କୋଟି ଦିଆଯାଇଥିଲା । କିନ୍ତୁ ମୋଦି ସରକାର ଚତୁର୍ଦଶ (14th) ଅର୍ଥବ୍ୟବସ୍ଥା ସମ୍ପୃତିର ଅନ୍ତର୍ଗତ ୧ ଲକ୍ଷ ୯୮ ହଜାର କୋଟିର ଧନ ରାଶି ଜମ୍ମୁ-କାଶ୍ମୀରର ବିକାଶ ପାଇଁ ଦେଲେ ।