ଜୈସ ପୁଣି ଥରେ ଦେଲା ଧମକ- ମୋଦିଙ୍କ ରାଲିରେ ୨କେଜିର rdxରେ ଉଡିବ ମଞ୍ଚ, ଏହି ଚିଠି ସମସ୍ତଙ୍କ ନିଦ ଉଡାଇ ଦେଲା ।

Spread the love

ଦିଲ୍ଲୀ- କାନପୁର ରୋଡ଼ରେ କାନପୁର ପୂର୍ବରୁ ୩୦ କିଲୋମିଟର ଦୂରତାରେ ୨୭ ଫେବ୍ରୁଆରୀରେ ଗୋଟିଏ ପୁଲିଆ କୁ ବ୍ଲାଷ୍ଟ କରି ଉଡାଇବାର ଅଛି । ଦେଢ଼ କିଲୋ RDX ବିସ୍ଫୋଟ ଦ୍ୱାରା ଦିଲ୍ଲୀ ଓ କାନପୁର ଶତାବ୍ଦୀକୁ ନିସାନାରେ ରଖାଯାଇଛି । ଆନନ୍ଦ ବିହାର ବସ ଷ୍ଟେସନରେ ଗୋଟିଏ ଦିନ ପୂର୍ବରୁ ବିସ୍ଫୋରଣ କରାଇ ଦିଆଯିବ ।

କାଳିନ୍ଦୀ ଏକ୍ସପ୍ରେସର ଯେଉଁ ରେଲବଗିରେ ଧମାକା ହୋଇଥିଲା, ସେହି ବଗିରୁ ମିଳିଥିବା ଏକ ପ୍ଲାଷ୍ଟିକ ବ୍ୟାଗରୁ ଏକ ପତ୍ର ବା ଚିଠି ହସ୍ତଗତ କରାଯାଇଥିଲା । ସେହି ଚିଠି ରେ ଏହି ଧମକ ପୂର୍ଣ କଥା ଗୁଡ଼ିକ ଲେଖା ଯାଇଥିଲା । ଚିଠିର ସବୁଠୁ ଉପରେ ଡାହାଣ କୋଣରେ ୭୮୬ ଲେଖା ଯାଇଛି । ତାର ତଳ ଭାଗରେ ଜୈସ-ଏ-ମହମ୍ମଦ ଏଜେଣ୍ଟ ବୋଲି ଲେଖାଯାଇଛି ।

ଚିଠିର ଆରମ୍ଭ ରେ ଏହି କଥାକୁ ବୈଠକ କରି ସମସ୍ତଙ୍କୁ ଅବଗତ କରାଇ ଦିଆଯାଇଛି ବୋଲି ଲେଖା ହୋଇଛି । ଦ୍ଵିତୀୟ ଲାଇନରେ ମୋଦିଙ୍କ ମଂଚକୁ ବୋମାରେ ଉଡାଇ ଦିଆଯିବା ବୋଲି ଲେଖା ହୋଇଛି । ଏଥିପାଇଁ ୨କେଜିର RDX ମଂଚରେ ଲଗାଇବା ପାଇଁ କାଠର ବଲ୍ଲୀଆରେ ଭରାଯିବ ।

ଏହି କାମ କରିବା ପାଇଁ ୨ରୁ ୩ କୋଟି ଟଙ୍କା ଦିଆଯିବ । ଏହି ଧମକ ଭରା ଚିଠିର ଯାଞ୍ଚ ଏଟିଏସ କରୁଛି । ଚିଠି ଦ୍ୱାରା ମିଳିଥିବା ଧମକୀ ଗୁଡିକୁ ଗମ୍ଭୀରତାର ସହ ନିଆ ଯାଇଛି । ସମସ୍ତ ଉଚ୍ଚ ଅଧିକାରୀଙ୍କୁ ଏହି ବିଷୟରେ ଅବଗତ କରାଯାଇଛି । କିଛି ଯାଞ୍ଚ ଅଧିକାରୀଙ୍କ କହିବା ଅନୁଯାୟୀ ଯେଉଁ ହିସାବରେ ଚିଠି ଲେଖା ଯାଇଛି ତାହା କାହାର ଥଟା ବୋଲି ମନେ ହେଉଛି ।