ଜୁଲାଇ ୪ରୁ ଆରମ୍ଭ ହେଉଛି ଜଗନ୍ନାଥ ଯାତ୍ରା, ଏହି ଦିନ ରାଶି ଅନୁସାରେ ଏହି ମନ୍ତ୍ର ଗୁଡିକର ଜପ କରନ୍ତୁ ।

ଭଗବାନ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରା ଆଷାଢ଼ ମାସରେ ଶୁକ୍ଳପକ୍ଷର ଦ୍ଵିତୀୟା ତିଥିରେ ଆରମ୍ଭ ହୁଏ । ଏହି ଯାତ୍ରାରେ ଭଗବାନ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ରଥ ଉପରେ ବିରାଜମାନ କରାଯାଏ । ଭଗବାନ ଜଗନ୍ନାଥଙ୍କ ଏହି ରଥକୁ ଭକ୍ତମାନଙ୍କ ଦ୍ଵାରା ଟଣା ଯାଏ ଏବଂ ଏହି ରଥ ବଡ଼ଦାଣ୍ଡରୁ ବାହାରି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ । ଗୁଣ୍ଡିଚା ମନ୍ଦିରରେ ଭଗବାନ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ସହ ସାତ ଦିନ ପର୍ଯ୍ୟନ୍ତ ବିଶ୍ରାମ କରନ୍ତି ।
ପ୍ରକୃତରେ ଏହି ମନ୍ଦିରକୁ ଭଗବାନ ଜଗନ୍ନାଥଙ୍କ ମାଉସି ଘର ବୋଲି କୁହାଯାଏ ଏବଂ ଭଗବାନ ଜଗନ୍ନାଥ ଏହି ମନ୍ଦିରକୁ ଆସି କିଛିଦିନ ପାଇଁ ବିଶ୍ରାମ କରନ୍ତି । ସାତ ଦିନ ପର୍ଯ୍ୟନ୍ତ ବିଶ୍ରାମ କରିବା ପରେ ଭଗବାନ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥକୁ ପୁଣି ପୁରୀ ମନ୍ଦିରକୁ ନିଆଯାଏ ଏବଂ ସେମାନଙ୍କୁ ପୁଣି ରତ୍ନ ସିଂହାସନରେ ସ୍ଥାପନ କରାଯାଏ । ଭଗବାନ ଜଗନ୍ନାଥଙ୍କ ଫେରି ଆସିବାକୁ ବାହୁଡା ଯାତ୍ରା କୁହାଯାଏ ଏବଂ ବାହୁଡା ଯାତ୍ରାରେ ଲକ୍ଷ ଲକ୍ଷ ଲୋକ ଏକତ୍ରିତ ହୁଅନ୍ତି ।
ଗୁଣ୍ଡିଚା ମନ୍ଦିର ସହ ସମ୍ପୃକ୍ତ କିଛି କଥା :
ଗୁଣ୍ଡିଚା ମନ୍ଦିର ସହ ଏକ କଥା ସମ୍ପୃକ୍ତ ଅଛି ଯେ, ଦେବ ଶିଳ୍ପୀ ବିଶ୍ଵକର୍ମା ଏଠାରେ ଭଗବାନ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ପ୍ରତିମା ତିଆରି କରିଥିଲେ ଏବଂ ପରେ ଏହି ପ୍ରତିମା ଗୁଡିକୁ ପୁରୀ ମନ୍ଦିରରେ ସ୍ଥାପନ କରାଯାଇଥିଲା ।
ଜୁଲାଇ ୪ରୁ ଜଗନ୍ନାଥ ଯାତ୍ରା ଆରମ୍ଭ ହେଉଛି :
ଏହି ବର୍ଷ ଭଗବାନ ଜଗନ୍ନାଥଙ୍କ ଯାତ୍ରା ଜୁଲାଇ ମାସ ୪ ତାରିଖରେ ଆରମ୍ଭ ହେଉଛି । ଏହି ଯାତ୍ରା ବିଶ୍ଵ ପ୍ରସିଦ୍ଧ ଅଟେ ଏବଂ ପ୍ରତି ବର୍ଷ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଲୋକେ ଏଠାରେ ସମ୍ମିଳିତ ହୁଅନ୍ତି । ଯଦ୍ୟପି, ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଅନ୍ୟ କିଛି କାରଣରୁ ଏହି ଯାତ୍ରାରେ ସମିଳିତ ହେବାକୁ ଆସିପାରନ୍ତି ନାହିଁ ଏବଂ ଭଗବାନ ଜଗନ୍ନାଥଙ୍କର ଦର୍ଶନ କରିପାରନ୍ତି ନାହିଁ । ଯଦି ଆପଣ କୌଣସି କାରଣରୁ ଏହି ଯାତ୍ରାରେ ସମ୍ମିଳିତ ହୋଇପାରୁ ନାହାଁନ୍ତି, ତେବେ ଆପଣ ତଳେ ନିଜ ରାଶି ଅନୁସାରେ ଉଲ୍ଲେଖ ଥିବା ମନ୍ତ୍ରକୁ ଜପ କରନ୍ତୁ । ଏହି ମନ୍ତ୍ରକୁ ଜପ କରିବା ଫଳରେ ଭଗବାନ ଶ୍ରୀ ଜଗନ୍ନାଥ ପ୍ରସନ୍ନ ହୋଇଯିବେ ଏବଂ ତାଙ୍କ ଯାତ୍ରାରେ ସମ୍ମିଳିତ ନ ହୋଇ ମଧ୍ୟ ଆପଣ ଜଗନ୍ନାଥଙ୍କ ଆଶୀର୍ବାଦ ପାଇପାରିବେ ।
ଆପଣଙ୍କ ରାଶି ଅନୁସାରେ ଏହି ମନ୍ତ୍ରର ଜପ କରନ୍ତୁ –
ମେଷ ରାଶି :
ଓଁ ପଧାୟ ଜଗନ୍ନାଥାୟ ନମଃ
ବୃଷ ରାଶି :
ଓଁ ଶିଖିନେ ଜଗନ୍ନାଥାୟ ନମଃ
ମିଥୁନ ରାଶି :
ଓଁ ଦେବାଦୀଦେଵ ଜଗନ୍ନାଥାୟ ନମଃ
କର୍କଟ ରାଶି :
ଓଁ ଅନନ୍ତାୟ ଜଗନ୍ନାଥାୟ ନମଃ
ସିଂହ ରାଶି :
ଓଁ ବିଶ୍ଵରୂପେଣ ଜଗନ୍ନାଥାୟ ନମଃ
କନ୍ୟା ରାଶି :
ଓଁ ବିଷ୍ଣବେ ଜଗନ୍ନାଥାୟ ନମଃ
ତୁଳା ରାଶି :
ଓଁ ନାରାୟଣ ଜଗନ୍ନାଥାୟ ନମଃ
ବିଛା ରାଶି :
ଓଁ ଚତୁମୂର୍ତ୍ତି ଜଗନ୍ନାଥାୟ ନମଃ
ଧନୁ ରାଶି :
ଓଁ ରତ୍ନନାଭଃ ଜଗନ୍ନାଥାୟ ନମଃ
ମକର ରାଶି :
ଓଁ ଯୋଗୀ ଜଗନ୍ନାଥାୟ ନମଃ
କୁମ୍ଭ ରାଶି :
ଓଁ ବିଶ୍ଵମୂର୍ତ୍ତୟେ ଜଗନ୍ନାଥାୟ ନମଃ
ମୀନ ରାଶି :
ଓଁ ଶ୍ରୀପତି ଜଗନ୍ନାଥାୟ ନମଃ
ଉପରେ କୁହାଯାଇଥିବା ମନ୍ତ୍ରର ଜପ ଅତିକମରେ ୨୧ଥର କରିବେ ଏବଂ ଏହି ମନ୍ତ୍ର ଜପ କରୁଥିବା ସମୟରେ ଏକ ଦୀପ ନିଜ ସମ୍ମୁଖରେ ନିଶ୍ଚୟ ପ୍ରଜ୍ଵଳନ କରିବେ । ଏହି ମନ୍ତ୍ର ଛଡା ତଳେ କୁହାଯାଇଥିବା ମନ୍ତ୍ରକୁ ମଧ୍ୟ ଜପ କରିଲେ ବହୁତ ଶୁଭ ହୋଇଥାଏ ଏବଂ ଏହି ମନ୍ତ୍ରର ଜପ କରିବା ଫଳରେ ଭଗବାନ ଜଗନ୍ନାଥଙ୍କ କୃପା ଅପର କୃପା ପ୍ରାପ୍ତ ହୋଇଥାଏ । ଏହି ମନ୍ତ୍ରର ଜପ ଆପଣ ୩୧ ଥର କରିବେ ।
ନୀଳାଞ୍ଚଳ ନିବାସାୟ ନିତ୍ୟାୟ ପରମାତ୍ମାନେ ।
ବଳଭଦ୍ର ସୁଭଦ୍ରାଭ୍ୟାମ୍ ଜଗନ୍ନାଥାୟ ତେ ନମଃ ।।