ଯଦି ଯୁଦ୍ଧ ହେଲା ତେବେ ଦିଲ୍ଲୀରେ ପାକିସ୍ତାନର ଝଣ୍ଡା ଉଡିବ:- ଶାହାବାଜ ସରିଫ।

Spread the love

ଲାହୋର:– ପାକିସ୍ତାନ ନେସନାଲ ଏସମ୍ବଲି ରେ ବିପକ୍ଷ ନେତା ଏବଂ ପାକିସ୍ତାନ ମୁସଲିମ ଲିଗ-ନବାଜ ର ଅଧ୍ୟକ୍ଷ ସାହଵାଜ ସରିଫ ଭାରତୀୟ ର ନେତୃତ୍ୱ ରେ ଯୁଦ୍ଧ ଆରମ୍ବ ହେବରୁ ବଂଚିବା ପାଇଁ ଅପିଲ କରିଥିଲେ। ଭାରତୀୟ ବାୟୁ ସେନା ତରଫରୁ ପାକିସ୍ତାନ କବଜା ରେ ଥିବା କାଶ୍ମୀର ର ଵାଲାକୋଟ ନିକଟରେ ଘଟିଥିବା ଘଟଣା କୁ ନେଇ ବ୍ୟକ୍ତ କରିବା ସହ କହିଥିଲେ ଯେ ଭାରତ ସହ ଯୁଦ୍ଧ କରିବା ବିଷୟରେ ପୁନଃବାର ବିଚାର କରିବା ପାଇଁ ଅପିଲ କରିଥିଲେ। ଏହା ସହିତ ସେ ଚେତାବନୀ ମଧ୍ୟ ଦେଇଛନ୍ତି ଯେ,’ ଯଦି ଭାରତ ଯୁଦ୍ଧର ଆରମ୍ଭ କରୁଛି ତେବେ ପାକିସ୍ତାନ ନିଜ ଝଣ୍ଡା ଦିଲ୍ଲୀ ରେ ଉଡାଇବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦକ୍ଷିଣ ଏସିଆ ର ନିର୍ଦୋଷ ଲୋକମାନଙ୍କୁ ଯୁଦ୍ଧରେ ସାମିଲ ନ କରିବାକୁ ନେଇ କହିଛନ୍ତି ଯେ,’ମୋଦି ଗୋଟିଏ ପଟେ ଗରିବ ଲୋକମାନଙ୍କ ଗୋଡ ଧୋଉଥିବା ବେଳେ ଅନ୍ୟ ପଟେ ନିର୍ଦୋଷ ଲୋକମାନଙ୍କ ରକ୍ତ ବୁହାଉଛନ୍ତି।’ ସେ କହିଛନ୍ତି ଭାରତକୁ ବହୁତ ସମ୍ଭାଳି ଓ ନିଜ ଦାୟିତ୍ୱ କୁ ସମ୍ପନ୍ନ କଲା ଭଳି ପଦକ୍ଷେପ ନେବା ଦରକାର ଓ ଦକ୍ଷିଣ ଏସିଆର ଲୋକୋ ମାନଙ୍କୁ ଯୁଦ୍ଧ ଠାରୁ ଦୂରେଇ ରଖିବା ଦରକାର।

ସାହଵାଜ ଚେତାବନୀ ଦେଇଛନ୍ତି ଯେ ପାକିସ୍ତାନ ର ଧୈର୍ଯ୍ୟ କୁ ଭାରତ ଦୁର୍ବଳତା ବୋଲି ନ ଭାବୁ। ସେ କହିଛନ୍ତି, “ପାକିସ୍ଥାନ ର ପଦକ୍ଷେପ କୁ ଭାରତ ଯଦି ଦୁର୍ବଳତା ବୋଲି ଭାବୁଛି ତାହେଲେ ଭାରତ ଭୁଲ କରୁଛି।” ସେ କହିଛନ୍ତି ପାକିସ୍ତାନ ସାଥିରେ ପୁରା ଦେଶ ଓ ସଶସ୍ତ୍ର ସେନାବାହିନୀ ଅଛି। ସେ କହିଲେ, ପାକିସ୍ତାନ ର ସେନାରେ ଗୁଣବତ୍ତା ଭରି ହୋଇ ରହିଛି। ତଥା ସମସ୍ତଙ୍କ ସାମନା ରେ ବହାଦୁରୀ ର ପରିଚୟ ସୃଷ୍ଟି କରିଛି। ସେଥିପାଇଁ ସେ ସେନା ଉପରେ ଗର୍ବ ବି କରିଛନ୍ତି। ସେ ଏହା ବି କହିଛନ୍ତି ଯେ,’ମୁଁ ମଧ୍ୟ ଯୁଦ୍ଧ କ୍ଷେତ୍ର କୁ ଯାଇ ଦେଶ ପାଇଁ ପ୍ରାଣବଳି ଦେବି।’

ଭାରତ ମଙ୍ଗଳବାର ଦିନ କହିଛି କି ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଦେଶ ର ଅନ୍ୟ ଜାଗାରେ ବି ପୁଲୱାମା ଭଳି ଆକ୍ରମଣ କରିବାର ଯୋଜନା କରିଛି ଏବଂ ଏଥିପାଇଁ ଗୁପ୍ତ ସୂଚନା ଅନୁଯାୟୀ ପାକିସ୍ତାନ କବଜା ରେ ଥିବା କାଶ୍ମୀର ର ଵାଲାକୋଟ ନିକଟ ରେ ଆକ୍ରମଣ କରି ବଡ ସଂଖ୍ୟା ରେ ଆତଙ୍କୀ ମାନଙ୍କୁ ନଷ୍ଟ କରିଥିଲା

କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳ ର ସୁରକ୍ଷା ସମିତି ର ପ୍ରଧାନମନ୍ତ୍ରୀ ଆବାସରେ ମଙ୍ଗଳବାର ଦିନ ସକାଳେ ହୋଇଥିବା ବୈଠକ ପରେ ବିଦେଶ ସଚିବ ବିଜୟ ଗୋଖଲେ ଏକ ଲିଖିତ ବୟାନ ପଢ଼ୁଥିବା ସମୟରେ ମିଡିଆ କୁ କହିଥିଲେ, ‘ସୁନିଶ୍ଚିତ ଖବର ମିଳିଥିଲା ଯେ ଜୈସ-ଏ-ମହମ୍ମଦ ଦେଶ ର ବିଭିନ୍ନ ଜାଗାରେ ଆତ୍ମଘାତୀ ଆତଙ୍କବାଦୀ ହମଲା କରିବାର ଯୋଜନା କରିଛି ଓ ଏଥିପାଇଁ ଫିୟାଦିନ ଜିହାଦୀୟ ଙ୍କୁ ପରୀକ୍ଷିତ କରୁଥିଲା। ଆସନ୍ନ ସଂକଟକୁ ଦେଖି ଆତ୍ମରକ୍ଷାର୍ଥ ହମଲା ଜରୁରୀ ହୋଇ ଯାଇଥିଲା।’

ସେ କହିଥିଲେ ଯେ ଗୁପ୍ତ ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଭାରତ ଜୈସ ର ବାଲାକୋଟ ରେ ଥିବା ସବୁଠୁ ବଡ ପରୀକ୍ଷଣ ଶିବିରକୁ ଆକ୍ରମଣ କରିଥିଲା। ଏହି ଆକ୍ରମଣ ରେ ବଡ ସଂଖ୍ୟା ରେ ଆତଙ୍କବାଦୀ, ପରିକ୍ଷକ ଓ ବରିଷ୍ଠ କମାଣ୍ଡର ପ୍ରାଣ ହରାଇଥିଲେ। ଏହି ଶିବିରର ମୁଖିଆ ଜୈସ ର ର ପ୍ରମୁଖ ମସୁଦ ଅଜହର ର ସମ୍ପର୍କୀୟ ମୌଲାନା ୟୁସୁଫ ଅଜହର ଥିଲା।