ଯଦି ଟ୍ରେନକୁ ରୋଡ଼ ଉପରେ ଚଲାଯାଏ, ତେବେ କଣ ହେବ ? ଆସନ୍ତୁ ଜାଣିବା

Spread the love

ବନ୍ଧୁଗଣ ଆପଣମାନେ ପ୍ରାୟତଃ ସମସ୍ତେ ଥରେ ବହୁତ ଟ୍ରେନରେ ଯାତ୍ରା କରିଥିବେ । ପ୍ରାୟ କେତେକଙ୍କ ମନରେ ପ୍ରଶ୍ନ ଆସିଥିବକି ଟ୍ରେନ ଲୁହାର ଧାରଣା ଉପରେ କଣ ପାଇଁ ଚାଲିଥାଏ ।ସାଧାରଣ ବସ୍ ଟ୍ରକ ମାନଙ୍କ ପରି ରୋଡ଼ରେ କଣ ପାଇଁ ଚାଲେନାହିଁ । ତେବେ ବନ୍ଧୁଗଣ ଆଜି ଆମେ ଜାଣିବା କଣ ସତରେ ଟ୍ରେନ ରୋଡ଼ ଉପରେ ଚାଲିପାରିବ ଏହାର ଉତ୍ତର ଜାଣିବା ପାଇଁ ବିଷୟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ବନ୍ଧୁଗଣ ଟ୍ରେନର ପ୍ରତ୍ୟେକ ପାର୍ଟ ଲୁହାରେ ତିଆରି ହୋଇଥାଏ। ଏହା ଏକ ସବୁଠାରୁ ଓଜନିଆ ଗାଡି। ଯାହାକୁ ରେଲଗାଡି ମଧ୍ୟ କୁହାଯାଏ । ରେଳର ଅର୍ଥ ହେଉଛି ଲୁହାର ରାସ୍ତା ଯାହା କେବଳ ରେଳଗାଡ଼ି ଯିବା ପାଇଁ ହିଁ ତିଆରି ହୋଇଛି । କାରଣ ସେହି ରାସ୍ତା ହିଁ ଏତେ ଓଜନିଆ ଗାଡିର ଓଜନକୁ ସହିପାରି ଥାଏ । ଆମର ପ୍ରଶ୍ନ ଥିଲାକି କଣ ଟ୍ରେନଟି ରୋଡ଼ ଉପରେ ବି ଚାଲି ପାରିବ । ଯଦି ଟ୍ରେନକୁ ରୋଡ଼ ଉପରେ ଚଳାଯାଏ ତେବେ ଏହାକୁ ଅନେକ ସମସ୍ୟାର ଶିକାର ହେବା ପାଇଁ ପଡିବ । ଯେମିତିକି ଆମର ରୋଡ଼ ବାଲି, ଗୋଡି, ପିଚୁ ରେ ତିଆରି ହୋଇଛି । ଯାହା ଟ୍ରେନର ଓଜନକୁ ସହିପାରି ନଥାଏ ।କାରଣ ଟ୍ରେନର ଚକ ଲୁହାରେ ତିଆରି ଓ ପତଳା ହେବ କାରଣରୁ ଏହା ରୋଡ଼ରେ ଗଳି ପଡିବ । କିନ୍ତୁ ଲୁହାର ଧାରଣା ଉପରେ ଆରାମ ରେ ଚାଲିପାରିବ । କାରଣ ଟ୍ରେନର ଚକ ଓ ଲୁହ ଧାରଣା ଏକ ସାମଞ୍ଜସ୍ୟ ହୋଇଥିବାରୁ ଦୁହିଁଙ୍କର ସମାନତା ଠିକ୍ ରହେ । ଯାହା ଫଳରେ ରେଳ ଲାଇନ ଉପରେ ଠିକ୍ ଭାବରେ ଟ୍ରେନଟି ଗତି କରିଥାଏ ।

ଯଦି ଟ୍ରେନକୁ ରୋଡ଼ ଉପରେ ଚଳାଯାଏ ତେବେ ଟ୍ରେନ ଚକ ଓ ରୋଡ଼ର ସାମଞ୍ଜସ୍ୟ ନ ରହିବା କାରଣରୁ ଟ୍ରେନ ଚକ ରୋଡ଼ ଉପରେ ଠିକ୍ ଭାବରେ ଚାଲିପାରେ ନାହିଁ । ଯାହାକୁ ଟ୍ରେନର ଇଂଜିନ ଠିକ୍ ଭାବରେ ଟାଣି ପାରି ନଥାଏ । ଯଦି ଟ୍ରେନରେ ଇଲେକ୍ଟ୍ରିକ ଇଂଜିନ ଲଗାଯାଏ ତେବେ ଟ୍ରେନର ଚକ ରୋଡ଼ରେ ଗଳି ପଡିବା କାରଣରୁ ଇଂଜିନର ପିଂଟୋଗ୍ରାପ ଠିକ୍ ଭାବରେ ସଂଯୋଗ ହୋଇପାରେ ନାହିଁ । ଯାହା ସବୁଠାରୁ ବଡ ସମସ୍ୟା ହୋଇଥାଏ । ସବୁଠାରୁ ବଡ ସମସ୍ୟା ସେତେବେଳେ ଆସିବ ଯେବେ ରୋଡ଼ରେ କୌଣସି ବୁଲାଣି ଆସିଥାଏ ଓ ଇଞ୍ଜିନ କୁ ବୁଲାଇବାକୁ ପଡେ ।

କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଟ୍ରେନ କୌଣସି ଷ୍ଟେରିଂ ନଥାଏ । ତାହା ସ୍ଵୟଂଚାଳିତ ଲୁହା ଧାରଣା ଉପରେ ଚାଲିଥାଏ । ଟ୍ରେନକୁ କେବଳ ରେଳ ଧାରଣା ଉପରେ ହିଁ ଚାଲିବା ପାଇଁ ତିଆରି କରାଯାଇଛି ।