ଯଦି ଆମେ ଏହି ଭୁଲ୍ କରିବୁ ତ, ଭାରତ ପାକିସ୍ଥାନର “ନାମ୍ ନିଶାନ୍” ଲିଭାଇଦେବା !

Spread the love

ଜମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କି ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚିନ୍ତା ଚରମ ସୀମାରେ ପହଂଚିଛି । ଭାରତ ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ଜଣାଉଛି ତ ପାକିସ୍ତାନ ଏହାକୁ ସିଧା ପ୍ରତ୍ୟାଖ୍ୟାନ କରିଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି କି ଏହି ଆକ୍ରମଣରେ ଯଦି ପାକିସ୍ତାନର କୌଣସି ହାତ ଥାଏ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମକୁ ପ୍ରମାଣ ଦିଅନ୍ତୁ । ଆମେ କାର୍ଯ୍ୟାନୁଷ୍ଠାନ କରିବୁ ।

ଏବେ ଭାରତ ଆଉ ପାକିସ୍ତାନ ମଧ୍ୟରେ ବିଗିଡିଥିବା ପରିସ୍ଥିତି ଉପରେ ପଡୋଶୀ ମୁଳ୍କ ର ପୁର୍ବ ରାଷ୍ଟ୍ରପତି ପର୍ବେଜ ମୁସରଫ୍ ଙ୍କ ତାଜା ବିବରଣୀ ଆସିଛି । ଆରବ ଅମୀରାତରେ ରହୁଛନ୍ତି ପର୍ବେଜ ମୁସରଫ୍ । ଭାରତ ସହିତ ଯୁଦ୍ଧକୁ ନେଇ ପାକିସ୍ତାନକୁ ଚେତାବନୀ ଦେଇଛି । ପର୍ବେଜ ମୁସରଫ୍ କହିଛନ୍ତି ଯଦି ପାକିସ୍ତାନ, ଭାରତ ଉପରେ ଏକ ପରମାଣୁ ବୋମା ପକାଉଛି ତେବେ ଏମିତି ସ୍ଥିତିରେ ଭାରତ ପାକିସ୍ତାନ ଉପରେ ୨୦ ପରମାଣୁ ବୋମା ପକାଇ ମାନଚିତ୍ରରୁ ଆମର ନାମ ଓ ଚିହ୍ନ ଉଡାଇଦେଵ ।

ପର୍ବେଜ ମୁସରଫ୍ କହିଛନ୍ତି ଦୁଇ ଦେଶର ମଧ୍ୟରେ ବିଗିଡିଥିବା ପରିସ୍ଥିତି ପରେ ପରମାଣୁ ବୋମା ରେ ଆକ୍ରମଣ ହେବନାହିଁ । ସେ କହିଛନ୍ତି ଯଦି ପାକିସ୍ତାନ ପଡୋଶୀ ମୁଳ୍କ ଉପରେ ପରମାଣୁ ଆକ୍ରମଣ କରୁଛି ତେବେ ଭାରତ ଜବାବି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ମାନଚିତ୍ରରୁ ନାମ ଓ ଚିହ୍ନ ଉଡାଇଦେଵ । ପର୍ବେଜ ମୁସରଫ୍ ଭାରତ ସହିତ ଲଢିବା ଉପାୟ ବୁଝାଇ କହିଲେ କି ପାକିସ୍ତାନକୁ ଭାରତ ଉପରେ ୫୦ ପରମାଣୁ ବୋମା ପକାଇବାକୁ ପଡିବ । ତେବେ ଆମ ଉପରେ ୨୦ ବୋମା ନ ପକାଇ ପାରିବ ।