ଯଦି ଗାଡ଼ିରେ ଯାତ୍ରା ସମୟରେ ବାନ୍ତି ହୋଉଥାଏ, ତା’ହେଲା ଆପଣାନ୍ତୁ ଏହି ସବୁ ଉପାୟ

Spread the love

ବୁଲିବାର ମଜା କାହାକୁ ବା ଭଲ ଲାଗେ ନାହିଁ, କିନ୍ତୁ ବୁଲିବାର ମଜା ଆପଣଙ୍କୁ ସେତେବେଳେ ଭଲ ଲାଗେ ଯେତେବେଳେ କୌଣସି ସମସ୍ୟାର ସମ୍ମୁଖିନ କରିବାକୁ ପଡ଼ିବ ନାହିଁ । ଅଧିକାଂଶ ଲୋକଙ୍କ ବୁଲିବା ସମୟରେ ଶାରୀରିକ ଅସୁସ୍ଥତା ଅନୁଭବ କରନ୍ତି । ବିଶେଷ କରି ଅଧିକାଂଶ ଲୋକ ଯାତ୍ରା ସମୟରେ ବାନ୍ତିର ସମସ୍ୟା କରିଥାନ୍ତି । କିଛି ଲୋକଙ୍କୁ କାର୍, ଟ୍ରେନ କିମ୍ବା ବସରେ ଅଧିକ ଲମ୍ବା ରାସ୍ତା ଯାତ୍ରା କରିଲେ ବାନ୍ତି ଲାଗେ । ସେମିତି ତ ସେମାନେ ଠିକ୍ ରୁହନ୍ତି, କିନ୍ତୁ ଝଟର କରିବା ସମୟରେ ବହୁତ ଅଶ୍ୱସ୍ଥ ଅନୁଭବ କରନ୍ତି । କେତେକ ଲୋକଙ୍କୁ ପାହାଡିଆ ଅଞ୍ଚଳରେ ବୁଲିବା ଦ୍ୱାରା ମଧ୍ୟ ବାନ୍ତି ହୋଇଥାଏ ଏବଂ କିଛି ଲୋକଙ୍କୁ ଅଧିକ ଉପରକୁ ଗଲେ ହୋଇଥାଏ । ଏହି କାରଣରୁ ସେମାନେ ବୁଳିବାର ମଜା ମଧ୍ୟ ପାଇପାରନ୍ତି ନାହିଁ, ତାହେଲେ ଆସନ୍ତୁ ଆମେ ଆପଣଙ୍କୁ ବତେଇବୁ କିଛି ଉପାୟ ଯେମିତି ଆପଣ ଆପଣଙ୍କ ବୁଲିବାରେ ମଜା ନେଇ ପାରିବେ ।

ପିଆଜ ରସ :-

ବୁଲିବାକୁ ବାହାରିବାର ଅଧ ଘଣ୍ଟା ପୁର୍ବରୁ ଯଦି ଆପଣ 1 ଚାମଚ ପିଆଜ ରସରେ 1 ଚାମଚ ଅଦାର ରସକୁ ମିଶେଇ ପିଇବେ ତା’ହେଲେ ଆପଣଙ୍କୁ ବାନ୍ତିରୁ ମୁକ୍ତି ମିଳିବ । ଯଦି ଆପଣଙ୍କ ଯାତ୍ରା ଅଧିକ ଲମ୍ବା ହୋଇଥାଏ ତା’ହେଲେ ଏହି ମିଶ୍ରଣକୁ ପ୍ରସ୍ତୁତ କରି ନିଜ ପାଖରେ ରଖନ୍ତୁ ।

ଲବଙ୍ଗ :-

ଯାତ୍ରା ସମୟରେ ଯଦି ଆପଣଙ୍କୁ ବାନ୍ତି ଲାଗିଲା ପରି ଅନୁଭବ କରନ୍ତି ତତକ୍ଷଣ ଲବଙ୍ଗକୁ ପାଟିରେ ଦେଇ କିଛ ସମୟ ରଖନ୍ତୁ । ଏହା କରିବା ଦ୍ୱାରା ବାନ୍ତି ବନ୍ଦ ହୋଇଯିବ ଓ ମନ ମଧ୍ୟ ଭଲ ରହିବ ।

ଅଦା ହେଉଛି ଳାଭକାରି :-

ଅଦାରେ ଏଣ୍ଟିମୋଟିକ ଗୁଣ ନିହିତ ଥାଏ । ଏଣ୍ଟିମୋଟିକ ଗୁଣ ଥିବା ଜିନିଷ ବାନ୍ତି ଏବଂ ମୁଣ୍ଡବୁଲାର ବଡ ଶତ୍ରୁ । ତେଣୁ ଯାତ୍ରା ସମୟରେ ବାନ୍ତି ଅନୁଭବ କରୁଥିବା ବ୍ୟକ୍ତି “ଅଦା ତିଆରି ଚା” ପିଅନ୍ତୁ ଏବଂ ଅଦାର କିଛି ଖଣ୍ଡ ନିଜ ପାଖରେ ରଖନ୍ତୁ ଏବଂ ଯାତ୍ରା ସମୟରେ ଅଳ୍ପ ଅଳ୍ପ କରି ଚୋବାଇ ଖାଆନ୍ତୁ । ଏହା ଦ୍ୱାରା ଆପଣଙ୍କୁ ବାନ୍ତି ହେବ ନାହିଁ ।

ପୁଦିନା :-

ପୁଦିନା ଖାଇବା ଦ୍ୱାରା ଆପଣଙ୍କ ମାଂସପେଶୀକୁ ଆରାମ ମିଳିଥାଏ । ଯେଉଁ ବ୍ୟକ୍ତିମାନଙ୍କର ଯାତ୍ରା ସମୟରେ ଦେହ ଖରାପ, ବାନ୍ତି ଏବଂ ମୁଣ୍ଡ ବୁଲାଉଥାଏ ସେହି ବ୍ୟକ୍ତିମାନେ ପୁଦିନା ସେବନ କରନ୍ତୁ, ଯାହାଫଳରେ ବାନ୍ତି, ମୁଣ୍ଡବୁଲାଇବା ପରି ସମସ୍ୟାରୁ ମୁକ୍ତି ମିଳିଥାଏ । ପୁଦିନାର ତେଲ ମଧ୍ୟ ବାନ୍ତି ହେବାରୁ ଅଟକି ଥାଏ । ଏହାର ତେଲର କିଛି ବୁନ୍ଦା ନିଜ ରୁମାଲ ଉପରେ ପକେଇ ରଖନ୍ତୁ ଏବଂ ବାନ୍ତି ହେବାର ଅନୁଭବ କରିବା ମାତ୍ରେ ଏହାକୁ ଶୁଙ୍ଘି ନେବେ । ଏହା ବ୍ୟତିତ ଶୁଖିଲା ପୁଦିନାର ପତ୍ରକୁ ଗରମ ପାଣିରେ ଫୁଟେଇ ‘ଚା’ ବନାନ୍ତୁ ଏବଂ ଗଟେ ଚାମଚ ମହୁ ମିଶାନ୍ତୁ, ଯାତ୍ରାକୁ ଯିବା ପୂର୍ବରୁ ଏହାକୁ ପିଅନ୍ତୁ । ଆପଣଙ୍କୁ ଆରାମ ମିଳିବ ।

ଏହା ସଂଗେ ସଂଗେ ଆପଣ ଲେମ୍ଭୁ ଓ କମଳାର ଉପଯୋଗୀତା ଦ୍ୱାରା ମଧ୍ୟ ବାନ୍ତି ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ ।