ଯଦି ଛୋଟ ପିଲାର ଗଳାରେ ଲାଗି ଯାଏ କଏନ୍ (ମୁଦ୍ରା) ତେବେ ତୁରନ୍ତ ଆପଣାନ୍ତୁ ଏହି ଘୋରାଇ ଉପାୟ

Spread the love

ପ୍ରାୟତଃ ଛୋଟ ଛୋଟ ପିଲା ଥାନ୍ତି ଯେଉଁମାନେ କି ପଇସା (ମୁଦ୍ରା) ଗିଳି ଦିଅନ୍ତି ଆଉ କଏନ୍ ଗିଳି ଦେବା ପରେ ସ୍ୱାଭାବିକ କଥା ସମସ୍ତେ ଚିନ୍ତିତ ହୋଇଯାନ୍ତି ଏବଂ ବେଳେ ବେଳେ ପିଲାଙ୍କର ଜୀବନ ମଧ୍ୟ ଚାଲି ଯାଇଥାଏ । କାରଣ ଏଥିରେ ଛୋଟ ପିଲାଙ୍କର ଶ୍ୱାସନଳୀ ରୁଦ୍ଧ ହୋଇଯାଇଥାଏ । ଏହିପରି ରୁଦ୍ଧ ହେବ ଦ୍ୱାରା ଜୀବନ ଚାଲିଯିବାର ସମ୍ଭାବନା ଅଧିକ ରହିଥାଏ । ଏହିପରି ପରିସ୍ଥିତିରେ ସମସ୍ୟା ବଢିବାରେ ହିଁ ଲାଗିଥାଏ ଓ ପିଲା କାନ୍ଦି ଥାଏ, ଲୋକେ ବୁଝି ପାରନ୍ତିନାହିଁ ସେଇ ସମୟରେ କଣ କରିବେ !

ଏଥିରେ ପ୍ରଥମେ ଆମେ କହିବୁ କି, ଏହିପରି ପରିସ୍ଥିତିରେ ଆପଣମାନେ ଜମା ବି ବ୍ୟସ୍ତ ହୁଅନ୍ତୁ ନାହିଁ ଆଉ ସମସ୍ୟାକୁ ଟିକେ ହାଲ୍କାରେ ରଖି ସବୁଠାରୁ ପ୍ରଥମେ ପିଲାକୁ ନିଜ ଆୟତାଧିନ କରିବା ପାଇଁ ଚେଷ୍ଟା କରନ୍ତୁ । କାହିଁକି ନା ସେ ଯେମିତି ବେଶୀ ଡିଆଁ ଦୌଡ ନ କରି ପାରେ । ଆଉ ତାପରେ ତାକୁ ତୁରନ୍ତ ଶାନ୍ତ କରିବାକୁ ଚେଷ୍ଟା କରିବେ । ଆଉ ତା’ପରେ ଆଗରେ ତାର ପେଟ ଧରିବେ ଆଉ ପଛରେ ପିଠି ଧରିବେ ।

ଏହାପରେ ପିଲାକୁ ଟିକେ ଆଗ ଆଡକୁ ଝୁକେଇ ଦେବେ ଆଉ ପେଟକୁ ଦବେଇ ପିଠିରୁ ଜୋର କରି ଧକ୍କା ଦେବେ ଯାହା ଫଳରେ ଛେପ ଭଳିଆ ଗାଢ଼ା କଫ ବନିବ ଆଉ ସେଇ କଫ ଦ୍ୱାରା ସେଇ କଏନ୍ (ମୁଦ୍ରା) ମୁହଁରୁ ତୁରନ୍ତ ବାହାରି ଆସିଯିବ । ପିଲାକୁ ମୁହଁ ଆଗ ଆଡ଼କୁ କରିବାକୁ କୁହନ୍ତୁ ଯେମିତି ସେ ଆଗ ଆଡକୁ ମୁହଁ କରିବ ସେମିତି ତାକୁ ପୂର୍ବ ପରି ପିଠିରେ ଜୋର ଜୋର କରି ଧକ୍କା ଦେଇ ଚାଲନ୍ତୁ ଆଉ ମନେ ରଖନ୍ତୁ ପେଟକୁ ଭଲଭାବରେ ଜାବୁଡି ଧରିଥିବେ ।

ଯଦି ଏତେ କଲା ପରେ ବି କଏନ୍ ବାହାରୁ ନାହିଁ ତେବେ ତାକୁ ସେମିତି ସ୍ଥିତିରେ ରଖନ୍ତୁ ଆଉ ତୁରନ୍ତ ତାକୁ ଚିକିତ୍ସା କରିବା ପାଇଁ ଡାକ୍ତରଙ୍କ ପାଖକୁ ନେଇ ଯାଆନ୍ତୁ । ଆଉ ତା’ପରେ ଚିକିତ୍ସାତ ହେଲେ ନିଶ୍ଚିତ ସେଇ କଏନ୍ ବାହାରକୁ ଆସିଯିବ ବାସ୍ ଖାଲି ସେ ସମୟରେ ସେ ପିଲାକୁ ଦମ୍ଭ ଦେବା ସହିତ ନିଜେ ମଧ୍ୟ ଧର୍ଯ୍ୟ ଧରି ଏସବୁ କରିବାକୁ ପଡିବ ।