ଯଦି ଭାଗ୍ୟର ସହଯୋଗ ମିଳୁ ନାହିଁ, ତେବେ ନିଜ ପାଖରେ ନିଶ୍ଚିତ ଭାବରେ ରଖନ୍ତୁ ଏହି ଗୋଟିଏ ଜିନିଷ । କାର୍ଯ୍ୟକଳାପର ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ଯଦି ଆପଣଙ୍କର ସମୟ ଖରାପ ଚାଲୁଛି; ତେବେ ଆପଣ ନିଜ ପାଖରେ ଏହି ଜିନିଷ ରଖନ୍ତୁ ।

ଜୀବନରେ ପ୍ରତ୍ୟେକ ମଣିଷ ସଫଳତା ପାଇବାକୁ ଚାହିଁଥାଏ ଏବଂ ସଫଳତା ପାଇବା ପାଇଁ ପରିଶ୍ରମ କରିବା ସହିତ ଭାଗ୍ୟ ମଧ୍ୟ ଆପଣଙ୍କ ସାଥ ଦେବା ନିହାତି ଦରକାର । ଯଦି ଆପଣ ବହୁତ ପରିଶ୍ରମ କରୁଛନ୍ତି କିନ୍ତୁ ଆପଣଙ୍କର ଭାଗ୍ୟ ଆପଣଙ୍କର ସାଥ ଦେଉନାହିଁ; ତେବେ ଆପଣଙ୍କୁ ଉଚିତ ଫଳ ମିଳିପାରି ନ ଥାଏ । ତେବେ ଏଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ କୁହାଯାଇଛି, ଯାହାକୁ ଆପଣ କରିବା ଦ୍ଵାରା ଆପଣ ଆପଣଙ୍କର ଭାଗ୍ୟକୁ ଅନୁକୂଳ କରାଇ ପାରିବେ । ଆଉ ଯଦି ଆପଣଙ୍କର ଭାଗ୍ୟ ଅନୁକୂଳ ହେଲା, ତେବେ ଆପଣଙ୍କୁ ଇଚ୍ଛା ଅନୁସାରେ ଉଚିତ ଫଳ ମିଳିପାରିବ । ତେବେ ଚାଲନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ରର ଏମିତି ଏକ ଉପାୟ, ଯାହାଦ୍ୱାରା ଆପଣ ଆପଣଙ୍କର ଭାଗ୍ୟକୁ ଅଧିକ ମଜବୁତ କରିପାରିବେ ।

ଯଦି ଆପଣ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି; ତେବେ ଯିବା ସମୟରେ ଆପଣ ଗୋଟିଏ ଅଶ୍ଵତ୍ଥ ଗଛର ପତ୍ରକୁ ଆଣି ଆପଣଙ୍କ ପକେଟରେ ରଖିଦିଅନ୍ତୁ ଏବଂ ଏହା ମଧ୍ୟ ଧ୍ୟାନ ରଖନ୍ତୁ ଯେ, ଏହି ଅଶ୍ଵତ୍ଥ ଗଛର ପତ୍ର ପକେଟରେ ବା ପର୍ସରେ ରଖିବା ସମୟରେ ଯେପରିକି ଫାଟିବ ନାହିଁ କିମ୍ବା ଭାଙ୍ଗିବ ନାହିଁ । ଏହା କୁହାଯାଇ ଥାଏ ଯେ, ଏହି ଅଶ୍ଵତ୍ଥ ଗଛର ପତ୍ରରେ ଭଗବାନ ବିଷ୍ଣୁଙ୍କର ବାସ କରନ୍ତି ଏବଂ ଏହାକୁ ଆପଣ ଆପଣଙ୍କର ପାଖରେ ରଖିବା ଦ୍ଵାରା ଆପଣଙ୍କର ଭାଗ୍ୟ ସୌଭାଗ୍ୟରେ ବଦଳି ଯାଇଥାଏ ।

ଜ୍ୟୋତିଷଙ୍କ ଅନୁସାରେ ଯଦି ଆପଣଙ୍କୁ ଲାଗୁଛି ଯେ, ଆପଣଙ୍କର ଭାଗ୍ୟ ଆପଣଙ୍କ ସାଥ ଦେଉ ନାହିଁ କିମ୍ବା ଆପଣଙ୍କର ଖରାପ ସମୟ ଚାଲୁଛି; ତେବେ ସର୍ବଦା ମନେ ରଖନ୍ତୁ ଯେ, ଆପଣଙ୍କର ପର୍ସରେ ସବୁବେଳେ ମୟୂର ପରଟିଏ ରଖନ୍ତୁ । ଏହାକୁ ମଧ୍ୟ ଆପଣ ଲାଲ ରଙ୍ଗର ବା ହଳଦିଆ ରଙ୍ଗର ପକେଟରେ ମଧ୍ୟ ରଖିପାରିବେ ।

ଆଉ ଯଦି ଆପଣ କୌଣସି ଖାସ କାମରେ ବାହାରକୁ ଯାଉଛନ୍ତି ଏବଂ ସେହି କାର୍ଯ୍ୟରେ ଆପଣ ସଫଳତା ପାଇବାକୁ ଚାହୁଁଛନ୍ତି; ତେବେ ଆପଣ ଆପଣଙ୍କର ପକେଟରେ ଚାରୋଟି ଲବଙ୍ଗ ପକାଇ ଅର୍ଥାତ ରଖି ବାହାରକୁ ଯାଆନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି କଥାକୁ ବିଶ୍ବାସ କାରଖାଏ ଯେ, ଏହାପରି କରିବା ଦ୍ୱାରା ବ୍ୟକ୍ତିର ଭାଗ୍ୟ ମଜବୁତ ହୋଇଯାଇଥାଏ । ବ୍ୟକ୍ତି ପାଇଁ ଭାଗ୍ୟ ଅନୁକୂଳ ହୋଇଯାଇଥାଏ । ବ୍ୟକ୍ତି ସବୁ କାମରେ ସଫଳତା ହାସଲ କରିଥାଏ ଏବଂ ବ୍ୟକ୍ତିର କଥାରେ ଯାଦୁ ଭରି ଯାଇଥାଏ ।

ଆଶା କରୁଛୁ ଅନୁଛେଦଟି ଭଲ ଲାଗିଥିବା । ଭଲ ଲାଗିଲେ ନିଜ ସମ୍ପର୍କୀୟ ଓ ବନ୍ଧୁଙ୍କ ମଧ୍ୟରେ ଶେୟର କରନ୍ତୁ । ହଁ, ନିଜ ମତାମତ ଦେବାକୁ ଭୁଲିବେ ନାହିଁ । ତା’ସଙ୍ଗେ ସଙ୍ଗେ ଗୋଟିଏ ଲାଇକ ମଧ୍ୟ କରିବେ ।