ଆପଣଙ୍କୁ କାଙ୍ଗାଳ କରିଦେଇପାରେ ଯଦି ଆପଣଙ୍କ ଘରେ ଏହି ପାଞ୍ଚଟି ଜିନିଷ ଅଛି, ତୁରନ୍ତୁ ବଦଳାଇ ଦିଅନ୍ତୁ !

Spread the love

ଏହି ବ୍ରହ୍ମାଣ୍ଡରେ ଅବସ୍ଥିତ ପ୍ରତ୍ୟେକ ବସ୍ତୁରେ ସକାରାତ୍ମକ ବା ନକରାତ୍ମକ ଶକ୍ତି ରହିଥାଏ, ଯାହା ପ୍ରତ୍ୟକ୍ଷ ବା ଅପ୍ରତ୍ୟକ୍ଷ ରୂପରେ ନିଜର ପ୍ରଭାବ ପଖାଇ ଥାଏ । ଏହି ପ୍ରଭାବ ଏ ସୃଷ୍ଟି ଠାରୁ ଆରମ୍ଭ କରି ମନୁଷ୍ୟର ଜୀବନ ଉପରେ ମଧ୍ୟ ପଡିଥାଏ । ଖାସ୍ କରି ସେହି ବାତାବରଣ, ଲୋକ, ବସ୍ତୁଗୁଡିକ ଯାହା ତୁମ ଆଖପାଖରେ ଅଛି ଓ ତୁମ ସହିତ ଜଡିତ ରହିଛି, ତାହା ହିଁ ଆପଣଙ୍କ ଉପରେ ସିଧା ପ୍ରଭାବ ପଖାଇଥାଏ । ଯଦି ଏହି ଶକ୍ତି ବା ପ୍ରଭାବ ନକରାତ୍ମକ ହେଲେ, ଏହା ତୁମ ଜୀବନ ଓ ସମସ୍ତ ଗତିବିଧିରେ ବାଧା ସୃଷ୍ଟି କରିଥାଏ ।

ଆମ ଘର ଆମ ପାଇଁ ଗୋଟିଏ ଛୋଟ ବ୍ରହ୍ମାଣ୍ଡ ରୂପେ କାମ କରିଥାଏ ଯଦି ଏଠାରେ କୌଣସି କାରଣରୁ ନକରାତ୍ମକ ଶକ୍ତିର ସଂଚାର ହୋଇଥାଏ ତେବେ ଏହା ତୁମର ଅନେକ ସମସ୍ୟା ଯେଉଁଭଳି କି ଚାକିରୀ, ବ୍ୟବସାୟ, ଶରୀର ଓ ଧନ ଆଦିର କାରଣ ହୋଇପାରେ । ଆସନ୍ତୁ ଏବେ ଆମେ ଜାଣିବା କେଉଁ ପଛଟି ଜିନିଷ ଘରେ ରଖିଲେ ତାହା କାଙ୍ଗାଳୀ କରିଦିଏ…

୧) ଯଦି ଆପଣଙ୍କ ଘରେ ଭଙ୍ଗାକାଚ ଥାଏ ବା କାଚରେ ଫାଟ ଥାଏ ଓ ବଙ୍ଗା କାଚର ଝରକା ଥାଏ, ତେବେ ସେଗୁଡିକୁ ଘରରୁ ତୁରନ୍ତ କାଡ଼ି ଦିଅନ୍ତୁ । ନଚେତ ଏହା ଆପଣଙ୍କ ଘରେ ଓ ସେଠାର ଆଖପାଖର ବାତାବରଣ ନକରାତ୍ମକ ଶକ୍ତିରେ ଘେରି ହୋଇ ରହିବ ।

୨) ଘରର ମନ୍ଦିରରେ ବା ଅନ୍ୟ ସ୍ଥାନରେ ଭଗବାନଙ୍କ କୌଣସି ଅଙ୍ଗ ପାଖରେ ଭଙ୍ଗା ହୋଇଥିବା ମୁର୍ତ୍ତି ଥାଏ ତେବେ ତାହାକୁ ତୁରନ୍ତ ନଦୀରେ ବିସର୍ଜନ କରିଦିଅନ୍ତୁ । ସେହିଭଳି ଯଦି ଆପଣଙ୍କ ଘରେ ଯଦି ଭଗବାନଙ୍କ ଚିରି ହୋଇଥିବା ଫୋଟୋ ଥାଏ ତାହାକୁ ବି ନଦୀରେ ବିସର୍ଜନ କରିଦିଅନ୍ତୁ । ନଚେତ ଏହା ଆପଣଙ୍କ ଧନ ସମ୍ବନ୍ଧୀୟ ରେ ଅସୁବିଧା ବଢିଯିବ ।

୩) ଯଦି ଆପଣଙ୍କ ଘରର ମନ୍ଦିରରେ ଦେବୀ – ଦେବତାଙ୍କ ଫୋଟୋ ବା ମୂର୍ତ୍ତି ସାମ୍ନାସାମ୍ନି ରଖିଥାନ୍ତି ତେବେ ତାହାକୁ ବଦଳାଇ ଦିଅନ୍ତୁ ନଚେତ ଆପଣଙ୍କ ଆୟ କମ ଓ ବ୍ୟୟ ଅଧିକ ହେଇଯିବ ।

୪) ଘରେ ଏଭଳି ଗଛକୁ କଦାପି ରଖନ୍ତୁ ନାହିଁ ଯେଉଁଥିରେ କଣ୍ଟା ଥାଏ ଓ ଯେଉଁ ଗଛରେ କ୍ଷୀର ବାହାରୁ ଥାଏ । ଏହା ଆପଣଙ୍କ ଧନ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ ଓ ଅନ୍ୟ ସମସ୍ୟା ମାନଙ୍କର କାରଣ ମଧ୍ୟ ହୋଇଥାଏ ।

୫) ଯଦି ଆପଣଙ୍କ ଘରେ କୌଣସି ଖରାପ ହୋଇଥିବା ଘଡି, ଗାଡି, ଏଲେକ୍ଟ୍ରୋନିକ୍ସ ଅଧିକ ଦିନରୁ ରହିଥାଏ, ତେବେ ତାହାକୁ ତୁରନ୍ତୁ ଘରରୁ ବାହାର କରିଦିଅନ୍ତୁ ନଚେତ ଏହା ଆପଣଙ୍କ ଘରକୁ ନକରାତ୍ମକ ଶକ୍ତି ଦେଇଥାଏ ।