ଯଦି ଆପଣଙ୍କ ଘରେ ଝିଅ ଅଛି, ତେବେ ମୋଦି ସରକାର ଦେବେ ୫୧ ହଜାର, କିନ୍ତୁ ଜାଣି ନିୖଆନ୍ତୁ ଏହି ଟଙ୍କା ପାଇବା ନିମନ୍ତେ ଥିବା ସର୍ତ୍ତ

Spread the love

ଆଦ୍ୟବିଧି ଶାସନରତ ମୋଦି ସରକାରଙ୍କ “ଶାଦୀ ସଗୁନ” ନାମକ ଏକ ଯୋଜନର ଆରମ୍ଭ କରିଛନ୍ତି । ଏହି ଯୋଜନାକୁ ପ୍ରଚଳନ କରିବା ପାଇଁ ସରକାରଙ୍କୁ ଅନେକ କ୍ରାନ୍ତିକାରୀ ନିର୍ଣ୍ଣୟ ନେଇଛନ୍ତି । ଆପଣଙ୍କୁ ଜଣାଇଦେଉଚୁ ଯେ, ସଂଖ୍ୟା ଲଘୁ ସମ୍ପ୍ରଦାୟ ଗୋଷ୍ଠିର ଝିଅମାନଙ୍କ ପାଇଁ ଏହି ଯୋଜନା ମାଧ୍ୟମରେ ୫୧ ହଜାର ଟଙ୍କା ଦେବା ପାଇଁ ଧାର୍ଯ୍ୟ କରିଛନ୍ତି ମୋଦି ସରକାର । ଏହି ଯୋଜନା ମାଧ୍ୟମରେ ସଂଖ୍ୟା ଲଘୁ ସମ୍ପ୍ରଦାୟର ଝିଅମାନେ ଗ୍ରାଜୁଏସନ ପର୍ଯ୍ୟନ୍ତ ପଢ଼ିବାର ଖର୍ଚ୍ଚ ସରକାର ବହନ କରିବେ ।

ଗୃହ ମନ୍ତ୍ରାଳୟର ଏକ ରିପୋର୍ଟ ଅନୁସାରେ ଭାରତରେ ସଂଖ୍ୟା ଲଘୁ ସମ୍ପ୍ରଦାୟରେ ଥିବା ପରିବାର ଗୋଷ୍ଠିଙ୍କ ଆର୍ଥିକ ସ୍ଥିତି ବହୁତ ଦୁର୍ବଳ, ଏହି ସଂପ୍ରଦାୟ ଗୋଷ୍ଠିରେ ଅନ୍ତର୍ଭୁକ୍ତ ଅଧିକାଂଶ ପରିବାର ଦରିଦ୍ର ସୀମା ରେଖା ତଳେ ରହିଛନ୍ତି । ଯାହାଫଳରେ ଏହି ସଂଖ୍ୟା ଲଘୁ ସଂପ୍ରଦାୟରେ ଥିବା ପରିବାର ଗୋଷ୍ଟୀ ସେମାନଙ୍କ ପୁଅ ଝିଅକୁ ପାଠ ପଢି଼ବାରେ ଅସମର୍ଥ ଥାନ୍ତି । ବିଶେଷ କରି ଝିଅମାନଙ୍କୁ ଜମା ପଢ଼ା ପଢ଼ାଉ ନାହାନ୍ତି ନଚେତ ଅଧାରୁ ପାଠ ବନ୍ଦ କରି ଦିଅନ୍ତି । ଏହି କାରଣରୁ ସଂଖ୍ୟା ଲଘୁ ସମ୍ପ୍ରଦାୟର ଝିଅମାନେ ବହୁତ ପଛୁଆ ରହୁଥାନ୍ତି । ଏହି ସବୁ କଥାଟିକୁ ଧ୍ୟାନ କରି ମୋଦି ସରକାର ଏହି ଯୋଜନାର ଶୁଭାରମ୍ଭ କରିଥିଲେ ।

ସରକାରଙ୍କ ତରଫରୁ ଏହି କଥାଟିକୁ ମଧ୍ୟ ଧ୍ୟାନ ରଖାଯାଇଛି ଯେ, ଝିଅମାନଙ୍କୁ ଏହି ଟଙ୍କା ପ୍ରଦାନ କରିବ କିନ୍ତୁ ଏହାର ଦୁରୂପଯୋଗ ଯେପରି ନ ହେବ । ତେଣୁ ସରକାରଙ୍କ ତରଫରୁ ଏହି ଯୋଜନା ମାଧ୍ୟମରେ ପ୍ରଦାନ କରିବାକୁ ଥିବା ଟଙ୍କାକୁ ନେଇ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି । ବାସ୍ତବରେ 51000 ଟଙ୍କା କେବଳ ସଂଖ୍ୟା ଲଘୁ ସମ୍ପ୍ରଦାୟର ଝିଅଙ୍କୁ ମିଳିବ । ଏହି ଛାତ୍ରବୃତ୍ତି ଟଙ୍କାକୁ ସ୍କୁଲ ସ୍ତରରେ MEFA ସଂସ୍ଥା ତରଫରୁ ଦିଆଯିବ । ଯେଉଁ ଝିଅମାନେ ଏହି ଯୋଜନା ପାଇଁ ଆବେଦନ କରିବେ, ସେଥି ସକାଶେ ବାପା -ମାଙ୍କ ବାର୍ଷିକ ଆୟ ଦୁଇ ଲକ୍ଷ ଠାରୁ କମ ହୋଇଥିବା ଦରକାର ।

“ଶାଦୀ ସଗୁନ” ଯୋଜନା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଆପଣ କେନ୍ଦ୍ର ସରକାରଙ୍କ ସଂଖ୍ୟା ଲଘୁ ବିକାଶ ମନ୍ତ୍ରାଳୟ ୱେବ୍ସାଇଟକୁ ଯାଇ ସବିଶେଷ ବିବରଣୀ ଜାଣି ପାରିବେ । ସରକାରଙ୍କ ଦ୍ଵାରା ନିଆ ଯାଇଥିବା ଏହି ପଦକ୍ଷେପ ଏକ କ୍ରାନ୍ତିକରି ପଦକ୍ଷେପ ଅଟେ ।

କିନ୍ତୁ ସଂଖ୍ୟା ଲଘୁ ସମ୍ପ୍ରଦାୟ ଗୋଷ୍ଟୀର ଝିଅଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି, ଆପଣଙ୍କ ମତାମତ କଣ ରହିଛି ? ଏହା ଦ୍ୱାରା କଣ ଫାଇଦା ହୋଇପାରିବ ।