ଯଦି ଆପଣ ବି ନିଜ ହାତ ଓ ଗୋଡ଼କୁ ଗୋରା କରିବାକୁ ଚାହାନ୍ତି ତେବେ କରନ୍ତୁ ଏହି ସରଳ ଉପାୟ ।

Spread the love

ଶରୀରକୁ ସାଫ ରଖିବା ପାଇଁ ସମସ୍ତେ ଧ୍ୟାନ ଦିଅନ୍ତି ଓ ଭିନ୍ନ ଭିନ୍ନ ଉପାୟମାନ ଅବଲମ୍ବନ କରିଥାନ୍ତି । ଆମର ଗୋଡ଼ ଓ ହାତକୁ ସଫା ରଖିବା ଓ ସୁନ୍ଦର ରଖିବା ମଧ୍ୟ ଜରୁରୀ ଅଟେ । କଥାରେ ଅଛି କି ଗୋଡ଼ ଯେତେ ସଫା ରହିବ ଶରୀରରୁ ରୋଗ ମଧ୍ୟ ସେତେ ଦୂରଇ ରହିବ ଓ ଲୋକଙ୍କ ବ୍ୟକ୍ତିତ୍ୱ ମଧ୍ୟ ଚମକି ଥାଏ । ଗୋଡ ଓ ପାଦକୁ ସୁନ୍ଦର ରଖିବା ପାଇଁ କେତେ କଣ କଲେ ମଧ୍ୟ ସବୁଠୁ ଅଧିକ କଳା ଦାଗର ଶିକାର ଗୋଡ଼ ଓ ପାଦ ହୋଇଥାଏ । ଯେତେ ଚେଷ୍ଟା କରିଲେ ମଧ୍ୟ ଏହା କଳା ଦେଖାଯାଏ ଓ ଝିଅମାନେ ଏହାକୁ ଲୁଚାଇବା ପାଇଁ ନିଜର ଇଚ୍ଛା ମୁତାବିକ ପୋଷାକ ପିନ୍ଧି ପାରନ୍ତି ନାହିଁ । ଏମିତିରେ ସେମାନେ ଏହି ସମସ୍ୟା ପାଇଁ କେତେ କଣ କଲେ ମଧ୍ୟ ଏହା ସେମିତି ହିଁ ରହିଥାଏ । କେତେ ମଧ୍ୟ ସନ୍-ସ୍କ୍ରିନ ବ୍ୟବହାର କଲେ ମଧ୍ୟ କୌଣସି ଫରକ୍ ପଡି ନ ଥାଏ । ତେବେ ଆସନ୍ତୁ ଜାଣିବା ଗୋଡ ଓ ପାଦକୁ ସୁନ୍ଦର କରିବାର ଉପାୟ ।

ଆମେ ପାଦକୁ ସୁନ୍ଦର କରିବା ପାଇଁ କମଳାର ଉପଯୋଗ କରିବାକୁ ହେବ । ଆଜ୍ଞା ହିଁ, କମଳାରେ ପ୍ରାକୃତିକ ବ୍ଲଚିଙ୍ଗ ଏଜେଣ୍ଟ ରହିଛି, ଯାହା ତ୍ୱଚାକୁ ଗୋରା କରିବାରେ ଓ କଳା ଦାଗକୁ ଦୂର କରିଥାଏ । ଏଥିରେ ଯଦି ଟିକିଏ କ୍ଷୀର ମିଶାଇ ଦିଆଯାଏ ତ ଆହୁରି ଭଲ ହେବ । କ୍ଷୀର ତ୍ୱଚାର କଳା ଦାଗକୁ ହଟାଇବାରେ ସାହାଯ୍ୟ କରିଥାଏ । ଏହି ଦୁଈଟିକୁ ମିଶାଇ ଲଗାଇବା ଦ୍ୱାରା କଳାଦାଗ ଦୂର ହୋଇଯାଇଥାଏ ।

ଅମୃତଭଣ୍ଡା:- ଏହା ଖାଇବା ଦ୍ୱାରା ତ୍ୱଚା ବହୁତ ଭଲ ରହିଥାଏ । କିନ୍ତୁ ଅମୃତଭଣ୍ଡାରେ ସମ୍ୟକ ମହୁ ଓ ଲେମ୍ବ ମିଶାଇ ଲଗାଇବା ଦ୍ୱାରା ଆପଣଂକୁ ଗୋରା ଓ ଚମକଦାର ତ୍ୱଚା ମିଳିବ ।

ଲେମ୍ବୁ:- ଲେମ୍ବୁରେ ଟିକିଏ ମହୁ ଓ ମିଳ୍କ ପାଉଡର ମିଶାଇ ଲଗାନ୍ତୁ । ୨୦ ମିନିଟ୍ ଏପରି ରଖିବା ପରେ ଗରମ ପାଣିରେ ଧୋଇ ଦିଅନ୍ତୁ । ଏହାପରେ ସନ୍-ସ୍କ୍ରିନ ଲଗାନ୍ତୁ । ଆପଣଙ୍କୁ ନିଶ୍ଚୟ ଫରକ୍ ଜଣା ପଡିବ ।