ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଛି ତେବେ ଭୁଲରେ ଏହିସବୁ ଜିନିଷ ସେବନ କରନ୍ତୁ ନାହିଁ

Spread the love

ଶୀତ ଦିନ ଆସିବା ମାତ୍ରକେ ଅଣ୍ଟା ଯନ୍ତ୍ରଣା ସହିତ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ମଧ୍ୟ ବଢିବାକୁ ଲାଗିଥାଏ ।ଶରୀରରେ କୌଣସି ବି କାରଣରୁ ହାଡଗୁଡିକ ଯନ୍ତ୍ରଣା ହେବ ଓ ଫୁଲିବା ଏହି ପ୍ରକାର ସମସ୍ୟା ସବୁ ଦେଖା ଦେଇଥାଏ । କହିବାକୁ ଗଲେ ରୋଗ ଉତ୍ପନ୍ନ ହେବାର ଆହୁରି ଅନେକ କାରଣ ବି ରହିଥାଏ ଯେମିତିକି ଗଣ୍ଠିରେ ୟୁରିକ ଏସିଡ ଏକାଠି ହେବା ଇତ୍ୟାଦି । ବେଳେବେଳେ ବଂଶାନୁକ୍ରମରେ ମଧ୍ୟ ଏହି ଗଣ୍ଠି ଯନ୍ତ୍ରଣା ହୋଇଥାଏ । ଏହା କେବେ ଦୁର୍ବଳତା କାରଣରୁ ମଧ୍ୟ ହୋଇଥାଏ ।

ଯନ୍ତ୍ରଣା କାରଣରୁ ବ୍ୟକ୍ତି କାର୍ଯ୍ୟ କରିବାର କ୍ଷମତା ହରାଇ ବସିଥାଏ । ଏହା ଦ୍ୱାରା ଲୋକମାନଙ୍କର ଚାଲିବା ବୁଲିବାରେ ବହୁତ କଷ୍ଟ ହୋଇଥାଏ ଓ ତାଙ୍କ ପାଇଁ ଦିନ ବିତେଇବା ବି ମୁସ୍କିଲ ହୋଇଯାଇ ଥାଏ । ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ଔଷଧ ବ୍ୟବହାର କରିଥାନ୍ତି କିନ୍ତୁ ଏସବୁର ପ୍ରଭାବ ଆଦୌ ନ ପଡିବା ଭଳି ଦେଖା ଯାଇଥାଏ । ଆଜି ଆମେ ଏହି ପୋଷ୍ଟରେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବୁ ଯାହା ସେବନ କରିବା ଦ୍ୱାରା ଆପଣଙ୍କର ଗଣ୍ଠି ଯନ୍ତ୍ରଣାରେ ବହୁତ ଆରାମ ମିଳି ପାରିବ ।

ଯେଉଁ ଲୋକମାନଙ୍କୁ ଗଣ୍ଠି ଯନ୍ତ୍ରଣାର ସବୁଠାରୁ ବେଶୀ ଅଭିଯୋଗ ଅଛି ସେ ଲୋକମାନେବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ଯେପରିକି ଚର୍ବିଯୁକ୍ତ ମାଛ, ବିଭିନ୍ନ ପ୍ରକାରର ଅଲିଭ ତୈଳକ୍ତ ଖାଦ୍ୟ ପଦାର୍ଥର ସେବନ ଅଧିକରୁ ଅଧିକ କରନ୍ତୁ । ଏହିସବୁର ନିୟମିତ ସେବନ କରିବା ଦ୍ୱାରା ଗଣ୍ଠି ଯନ୍ତ୍ରଣାରୁ ଉପଶମ ମିଳିଥାଏ ।

ଏହି ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରୁହନ୍ତୁ :-

ଗଣ୍ଠି ଯନ୍ତ୍ରଣା ଭୋଗୁଥିବା ଲୋକେ ଏହି ନିମ୍ନରେ ଦିଆଯାଇଥିବା ଖାଦ୍ୟ ପଦାର୍ଥ ଠାରୁ ଦୂରରେ ରହିବା ଦରକାର । କାରଣ ଏହି ସବୁ ଖାଦ୍ୟ ପଦାର୍ଥ ଯନ୍ତ୍ରଣା ବଢେଇବାର କାରଣ ହୋଇଥାଏ । ଆସନ୍ତୁ ଜାଣିବା ଏହିସବୁ ଖାଦ୍ୟ ପଦାର୍ଥ ବିଷୟରେ…

ସୋଡା:-

ସୋଡା ନା କେବଳ ଡାଇଭେଟିଜ ଆଉ ହୃଦୟ ରୋଗୀ ପାଇଁ ହାନିକାରକ ହୋଇ ଥାଏ ବରଂ ଗଣ୍ଠି ଯନ୍ତ୍ରଣାରେ ଏହାର ପ୍ରଭାବ ବହୁତ ହାନିକାରକ ହୋଇ ଥାଏ । ସୋଡାରେ ଗ୍ଲୁକୋଜର ମାତ୍ରା ବହୁତ ଅଧିକ ଥାଏ, ଯେଉଁଥିରେ ଶରୀରରେ ସାଇଟୋକିନ୍ସ ରିଲିଜ ହୋଇଥାଏ । ଯାହାକି ଗଣ୍ଠି ଯନ୍ତ୍ରଣା ବଢେଇବାର ସାହାଯ୍ୟ କରି ଥାଏ । ତେଣୁ ସୋଡ଼ାର ସେବ ରୁ ଦୁରେଇ ରୁହନ୍ତୁ ।

ବିଲାତି ବାଇଗଣ:-

ବିଲାତି ବାଇଗଣ ମଧ୍ୟ ଗଣ୍ଠି ଯନ୍ତ୍ରଣା ପାଇଁ ବହୁତ ହାନିକାରକ ହୋଇଥାଏ । କାହିଁକି ନା ବିଲାତି ବାଇଗଣରେ ୟୁରିକ ଏସିଡର ଅଧିକ ମାତ୍ରାରେ ମିଳିଥାଏ । ଯାହା ଶରୀରର ହାଡକୁ ଫୁଲାଇବାରେ ସାହାଯ୍ୟ କରି ଥାଏ ଓ ଗଣ୍ଠିରେ ଯନ୍ତ୍ରଣା ହେବାରେ ଲାଗିଥାଏ ।