ନିଜର କଳା ନିପୁଣତାକୁ କେବେ ମଧ୍ୟ ଗର୍ବ କରିବା ଉଚିତ ନୁହଁ ଓ ବଳଠାରୁ ଅଧିକ ବୁଦ୍ଧିର ପ୍ରୟୋଗ କରିବା ଉଚିତ ।

Spread the love

ଅନେକ ବର୍ଷ ତଳର କଥା । ଏକ ରାଜ୍ୟରେ ଜଣେ ଖଡ୍ଗଗଧାରୀ (ଖଣ୍ଡା ବିଦ୍ୟାରେ ଧୁରନ୍ଧର) ବ୍ୟକ୍ତି ଥିଲେ । ତା’ ପ୍ରତିଭାକୁ ସମସ୍ତେ ପ୍ରଶଂସା କରୁଥିଲେ । ତାଙ୍କ ଖଡ୍ଗଗ ବିଦ୍ୟା ସଭିଁଙ୍କୁ ପ୍ରଭାବିତ କରିଦେଊଥିଲା । ତାଙ୍କ ପ୍ରତିଭାର ଚର୍ଚ୍ଚା ଅନେକ ଦୂର ଦୂରାନ୍ତ ପର୍ଯ୍ୟନ୍ତ ବ୍ୟାପିଥିଲା । ଏକଦା ଏହି ଚର୍ଚ୍ଚା ରାଜ୍ୟର ରାଜାଙ୍କ କାନ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ରାଜା ନିର୍ଣ୍ଣୟ ନେଲେ କି ଥରେ ସେହି ଖଡ୍ଗଗଧାରୀ ସହ ମିଶିବେ ଓ ସେ ଖଡ୍ଗଗଧାରୀଙ୍କ ନିପୁଣତା ସ୍ୱୟଂ ଆଖିରେ ଦେଖିବାକୁ ଚାହୁଁଲେ । ରାଜା ଯେତେବେଳେ ଖଡ୍ଗଗଧାରୀକୁ ଦେଖିଲେ, ସେତେବେଳେ ସେ ପବନରେ ନିଜ କଳାର ପ୍ରଦର୍ଶନ କରୁଥିଲେ ।

ସେନାପତିଙ୍କ ଠାରୁ ଖଡ୍ଗଗ ବିଦ୍ୟା ଶିଖିବା ପାଇଁ ଆସିଥିଲେ ଲୋକମାନେ –

ରାଜା ମଧ୍ୟ ଖଡ୍ଗଗଧାରୀର ଏକ ପ୍ରଶଂସକ ହୋଇଗଲେ । ରାଜା ଖଡ୍ଗଗଧାରୀର ବିଦ୍ୟା ଦେଖି ବହୁତ ଖୁସି ହୋଇଥିଲେ ଓ ତାକୁ ରାଜ୍ୟର ସେନାପତି କରିଦେଲେ । ସେନାପତି ନିଜ କର୍ତ୍ତବ୍ୟ ଭଲ ରୁପେ ପାଳନ କରିଲେ ଓ ଲଢେଇ ଲଢ଼ିଲେ । ସେହି ସେନାପତିର ଉପସ୍ଥିତିରେ ରାଜାଙ୍କୁ କେବେ ହାରିବାର ସାମ୍ନା କରିବାକୁ ପଡିନଥିଲା, କିନ୍ତୁ ସମୟ କାହାର ଅପେକ୍ଷା କରିଥାଏ । ଧୀରେ-ଧୀରେ ସେନାପତି ବୁଢ଼ା ହେବାକୁ ଲାଗିଲେ । ଗୋଟିଏ ଦିନ ଖଡ୍ଗଗଧାରୀକୁ ଅନୁଭବ ହବାକୁ ଲାଗିଲା କି, ମୁଁ ବୁଢ଼ା ହେବାରେ ଲାଗିଲି ମୋତେ ଏବେ ଏହି ଖଡ୍ଗଗ କଳାକୁ ଅନ୍ୟ ଲୋକମାନଙ୍କୁ ଶିଖାଇବା ଉଚିତ; ଯାହା ଦ୍ୱାରା ଏହି ରାଜ୍ୟକୁ ଏକ ଭଲ ସେନାପତି ମିଳିବ ।

ସେନାପତି ଏହି କଥା ରାଜାଙ୍କୁ କହିଥିଲେ, ରାଜାଙ୍କୁ ଏହି କଥା ଠିକ୍ ଲାଗିଥିଲା । ରାଜା ଏହି କଥାର ଘୋଷଣା ସାରା ରାଜ୍ୟରେ କରିଲେ । ଦ୍ୱିତୀୟ ଦିନରେ ହିଁ ସେନାପତିଙ୍କ ପାଖକୁ ଖଡ୍ଗଗ ବିଦ୍ୟା ଶିଖିବାକୁ ଲୋକମାନେ ଆସିବାକୁ ଲାଗିଲେ । ଏଭଳି ଭାବରେ ସମୟ ବହୁତ ବିତିଗଲା । ଖଡ୍ଗଗ ବିଦ୍ୟା ଶିଖୁଥିବା ଲୋକମାନଙ୍କ ମଧ୍ୟରେ ଗୋଟିଏ ଯୁବକ ଥିଲା, ଯିଏ ବହୁତ ଶୀଘ୍ର ଶିଖିବାକୁ ଲାଗୁଥିଲା । ରାଜା ଏବେ ସେହି ଯୁବକ ଉପରେ ବହୁତ ଧ୍ୟାନ ଦେଉଥିଲେ । ଦିନକୁ ଦିନ ସେହି ଯୁବକ କଳା ନିପୁଣତା ବଢିବାକୁ ଲାଗୁଥିଲା । ଦିନେ ସେ ରାଜାଙ୍କ ପାଖକୁ ଗଲା ଏବଂ ରାଜାଙ୍କୁ କହିଲା, ମୁଁ ସେନାପତିଙ୍କ ଠାରୁ ଭଲ ରୁପେ ଖଡ୍ଗଗ ବିଦ୍ୟା ଶିଖିଯାଇଛି । ଆପଣ ମୋତେ ସେନାପତି କରିଦିଅନ୍ତୁ ।

ରାଜା କହିଲେ ତୁମେ ଯୋଗ୍ୟ ଅଟ, କିନ୍ତୁ ଏହା ତୁମେ କେତେ ଯୋଗ୍ୟ ଅଟ, ଏହାର ଏକ ପ୍ରମାଣ ତୁମକୁ ଦେବାକୁ ପଢିବା । ରାଜା ଯୁବକର ପରୀକ୍ଷା ସଦୃଶ କହିଲେ, “ତୁମେ ଯାହାଠାରୁ ମଧ୍ୟ ଏହି ଖଡ୍ଗଗ ବିଦ୍ୟା ଶିଖିଲ ତାକୁ ହରାଇବାକୁ ପଡ଼ିବ ।” ଯୁବକ ଜଣକ ରାଜାଙ୍କ କଥାରେ ସନ୍ମତି ହେଲେ । ରାଜାଙ୍କ ଆଦେଶରେ ୭ଦିନ ପରେ ଦୁହେଁଙ୍କ ମଧ୍ୟରେ ଲଢେ଼ଇ ହେବାକୁ ସମୟ ନିର୍ଦ୍ଧାରିତ ହେଲା । ଯୁବକ ମନରେ ଭାବିଲେ କି, ସେନାପତି ଜିତି ନଯାନ୍ତୁ । ଏହି ଭୟରେ ସେ ସେନାପତିଙ୍କୁ ପିଛା କରିବା ଆରମ୍ଭ କରିଦେଲା । ସେ ଜାଣିବାକୁ ଚାହୁଁଥିଲା କି, ମୋ ଗୁରୁ ଏଭଳି କଣ କାମ କରନ୍ତି, ଯାହାଫଳରେ ସେ ଜିତିପାରନ୍ତି । ଏହା ଜାଣିବା ପାଇଁ ସେ ପ୍ରତ୍ୟେକ ଦିନ ପିଛା କରିବାକୁ ଲାଗିଲା ।

ନିଜ କଳାର ଗର୍ବ କରିବା ମୁର୍ଖତା ଅଟେ –

ଯୁବକ ନିଜ ଗୁରୁଙ୍କୁ ପିଛା କରୁଥିଲା । ସେ ଦେଖିଲା କି ସେନାପତି ଲୁହା କାରିଗରୀ ପାଖକୁ ଗଲେ ଓ ୧୫ ଫୁଟ ଖଡ୍ଗଗ ରଖିବା ପାଇଁ ଏକ ଖୋଳ ବନାଇଲେ । ଯୁବଜ ଭାବିଲା ଏତେ ଲମ୍ବା ଖଡ୍ଗଗ ଦ୍ୱାରା ମୋତେ ସହଜରେ ହରେଇ ଦେବେ । ସେ ଚାଲାକ ଦେଖାଇ ୧୬ ଫୁଟର ଖଡ୍ଗଗ ରଖିବା ଖୋଳ ବନେଇଲା । ସେ ଭାବିଲା, ମୁଁ ଏବେ ସହଜରେ ଏହି ପ୍ରତିଯୋଗିତା ଜିତି ଯିବି ।

ଯେଉଁଦିନ ଲଢେଇ ଆରମ୍ଭ ହେଲା, ଯୁବକ ମନେ ମନେ ଭାବୁଥିଲା, “ମୁଁ ବିଜୟ ହେବି” । ଯେତେବେଳେ ଗୁରୁ ସାମ୍ନାକୁ ଆସିଲେ ସେତେବେଳେ ଦେଖିଲା କି ଗୁରୁ ଏକ ସାଧାରଣ ଖଡ୍ଗଗ ଧରି ଆସିଥିଲେ । ଯୁବକ ୧୬ ଫୁଟ ଖୋଳରୁ ଖଡ୍ଗଗ କାଢ଼ିବାକୁ ଚେଷ୍ଟା କରିବା ଆଗରୁ ହିଁ ସେନାପତି ନିଜ ଖଡ୍ଗଗକୁ ତା’ବେକ ଉପରେ ରଖିଦେଲେ ଓ ସେନାପତି ଗୋଟିଏ କ୍ଷଣରେ ହିଁ ଜିତି ଗଲେ । ସେନାପତି କହିଲେ, “ମୁଁ ତୋତେ ମାନସିକ ଚାପ ହେବା ପାଇଁ ୧୫ ଫୁଟର ଖୋଳ କରିଲି କିନ୍ତୁ ଖଡ୍ଗଗ କରିନଥିଲି ।

ସେନାପତି କହିଲେ, ଶିଷ୍ୟ କେବେ ମଧ୍ୟ ନିଜ କଳା ଉପରେ ଗର୍ବ କରିବା ଉଚିତ ନୁହଁ । ଯେତେବେଳେ ଆମର କଳା ନିପୁଣତା ଉପରେ ଗର୍ବ ଆସିଯାଏ, ସେତେବେଳେ ଆମେ ଏଭଳି କାମ କରିଥାଉ ଯାହା ଯୋଗୁଁ ଆମକୁ ପସ୍ତେଇବାକୁ ପଡିଥାଏ ।

ଦ୍ୱିତୀୟ କଥା ସବୁବେଳେ ଏହା ମନେ ରଖିଥା କି, ଲଢେଇ କେବଳ ଶକ୍ତି ଦ୍ୱାରା ନୁହଁ ବରଂ ବୁଦ୍ଧି ଦ୍ୱାରା ଲଢା ଯାଇଥାଏ । କେବେ କାହାକୁ ହରାଇବାର ଅଛି ଯଦି ବଳର ପ୍ରୟୋଗ ନୁହଁ ବୁଦ୍ଧିର ପ୍ରୟୋଗ କରନ୍ତୁ ।