ନୂଆବର୍ଷ ହେଲା କାଳ, ଗାଡ଼ି ପଛ ପଟେ ବାନ୍ଧି ଘୋଷାଡ଼ି ନେଲେ ଦୁର୍ବୃତ୍ତ, ଚାଲିଗଲା ଯୁବତୀଙ୍କ ଜୀବନ

New year

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନୂଆ ବର୍ଷ ହେଲା ଯୁବତୀଙ୍କ ପାଇଁ କାଳ । ଗାଡି ପଛପଟେ ବାନ୍ଧି ଘୋଷାଡି ନେଲେ ଦୁର୍ବ୍ରତ୍ତ । ଛଟପଟ ହୋଇ ଚାଲିଗଲା ଯୁବତୀଙ୍କ ଜୀବନ । ଯେଉଁ ସମୟରେ ଦେଶ ନୂଆ ବର୍ଷ ପାଳନ କରୁଥିଲା ଚାରିଆଡ଼େ ଶୁଭେଚ୍ଛା ର ସୁଅ ଛୁଟି ଆସୁଥିଲା ସମସ୍ତେ ନୂଆ ବର୍ଷ କୁ ନେଇ ବହୁତ ଖୁସି ଥିଲେ , ନୂଆ ସକାଳକୁ ଦେଖିବା ପାଇଁ ସମସ୍ତେ ଚାହିଁ ବସିଥିଲେ ଠିକ୍ ସେହି ସମୟରେ ଏମିତି ଏକ ଘଟଣା ଘଟିଲା ଯାହା ପୁରା ଦେଶକୁ ଦୁହୁଲାଇ ଦେଇଛି ।

ନୂଆ ବର୍ଷ ର ପାହାନ୍ତି ସକାଳ ଏମିତି ଏକ ଘଟଣା ବର୍ଷ ର ପ୍ରଥମ ପୃଷ୍ଠା ରେ ଲେଖିଥିଲା ଯାହାକୁ କେହି କେବେ ବିଶ୍ୱାସ ବି କରିପାରିବେ ନାହିଁ । ରାସ୍ତା ଉପରେ ଗୋଟିଏ ଯୁବତୀ କୁ ଗାଡି ପଛପଟେ ଘୋଷାରି ଘୋଷାରି ନେଇଥିଲେ କିଛି ଯୁବକ । ଏହି ଘଟଣାଟି ହେଉଛି ରାଜଧାନୀ ଦିଲ୍ଲୀ ର । ସମୟ ଥିଲା ୧ ଜାନୁୟାରୀ ୨୦୨୩ । ଭୋର ୩.୨୪ ରେ ଦିଲ୍ଲୀ ପୋଲିସ ପାଖକୁ ଏକ କଲ୍ ଆସେ । ସେଥିରେ ଜଣେ ବ୍ୟକ୍ତି କୁହନ୍ତି ଗୋଟିଏ କାର୍ ଜଣେ ଯୁବତୀକୁ ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଉଛି । ଝିଅଟେ ବୋଧହୁଏ ଆଉ ବଞ୍ଚି ନାହିଁ ।

girl 1

ଏହି ଖବର ପାଇଁବା ପରେ ପୋଲିସ ତୁରନ୍ତ ଅନୁସନ୍ଧାନରେ ବାହାରି ଯାଏ ଆଉ ଭୋର ୪ ଟା ସମୟରେ ଯାହା ଦେଖେ ସିଏ ତା ଆଖିକୁ ବିଶ୍ୱାସ କରିପାରେ ନାହିଁ । କାରଣ ରାସ୍ତା ଉପରେ ପଡିଥାଏ ବିନା କପଡାରେ କ୍ଷତ ବିକ୍ଷତ ହୋଇଥିବା ଏକ ଯୁବତୀଙ୍କ ର ମୃତ ଦେହ । ଯାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠିବ । ଆଉ ତାର କିଛି ଦୂରରେ ପଡିଥାଏ ଯୁବତୀଙ୍କ ସ୍କୁଟି ।

ସୂଚନା ମୁତାବକ ବିଳମ୍ବିତ ରାତିରେ ଯୁବତୀ ଜଣକ ସ୍କୁଟିରେ ଘରକୁ ଯାଉଥିଲେ । ଯୁବତୀ ଜଣକ ନୂଆ ବର୍ଷ ରେ ଇଭେଣ୍ଟ କାମ ସାରୁ ସାରୁ ବହୁ ବିଳମ୍ବ ହୋଇଯାଇଥିଲା । ଏହି ସମୟରେ ଗୋଟିଏ କାର୍ ସହ ସ୍କୁଟି ଦୁର୍ଘଟଣା ଘଟିଲା । ଏହାପରେ କାର୍ ଚାଳକ ଯୁବତୀ ଜଣକୁ ୪ କିଲୋମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲେ ।

car

ଏହା ସବୁ ସେତିକି ବେଳେ ହୋଇଥିଲା ଯେତେବେଳେ ପୁରା ରାଜଧାନୀ କୁ ଦିଲ୍ଲୀ ପୋଲିସ ଜଗିଥିଲା । ତେବେ ପୋଲିସ ପାଞ୍ଚ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ କିନ୍ତୁ ଯୁବତୀଙ୍କ ପୁରା ପରିବାର ଲୋକ ପୋଲିସ କୁ ଦାୟୀ ବୋଲି କହିଛନ୍ତି । ଏବଂ ତାଙ୍କ ଝିଅ ଦୁ-ଷ୍କ-ର୍ମ ର ଶିକାର ହୋଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *