ବହୁତ ଶୁଭ ହୋଇଥାଏ କ୍ରିଷ୍ଟଲ କଇଁଛ ରଖିଲେ, 24 ଘଣ୍ଟା ମଧ୍ୟରେ ଗରିବରୁ ଧନୀ ହୋଇଯିବେ ।

Spread the love

ପ୍ରତିଟି ବ୍ୟକ୍ତି ଜୀବନରେ ଧନୀ ହେବା ପାଇଁ ଚାହିଁଥାଏ ଏବଂ ଏଥିପାଇଁ ସେ ଯଥାଚିତ ପରିଶ୍ରମ କରିଥାଏ । ପରିଶ୍ରମ କରି ଧନ କମାଇଥାଏ ପରିବାରର ଭରଣପୋଷଣ କରିଥାଏ କିନ୍ତୁ ନିଜ ସ୍ୱପ୍ନ ପୁରଣ କରିପାରେ ନାହିଁ । ଜୀବନରେ ଧନୀ ହୋଇପାରେ ନାହିଁ । ଜୀବନରେ ସଫଳ ଏବଂ ଧନୀ ହେବାପାଇଁ କଠିନ ପରିଶ୍ରମ କରିବା ସହ କିଛି ପରିମାଣର ଭାଗ୍ୟର ସହଯୋଗ ମଧ୍ୟ ଦରକାର ପଡିଥାଏ । ବ୍ୟକ୍ତିର କର୍ମ ଭଲ ଥିଲେ, ବ୍ୟକ୍ତିକୁ ତାହାର ଉଚିତ୍ ଫଳ ମିଳିଥାଏ । ଅନେକ ସମୟରେ କଠିନ ପରିଶ୍ରମ କଲେ ମଧ୍ୟ ବ୍ୟକ୍ତିକୁ ସଫଳତା ମିଳିନଥାଏ ଏବଂ ଶେଷରେ ବ୍ୟକ୍ତି ନିରାଶ ହୋଇ ପଡ଼ିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜିର ଏହି ଲେଖାଟି ନିଶ୍ଚିନ୍ତ ପଢନ୍ତୁ ।

ପେଙ୍ଗସୁଇରେ କଇଁଛର ବିଶେଷ ମହତ୍ତ୍ୱ ରହିଛି :

ଲୋକେ ପେଙ୍ଗସୁଇକୁ ଦିନକୁ ଦିନ ବିଶ୍ୱାସ କରିବାରେ ଲାଗି ପଡିଛନ୍ତି । ଏହାର କାରଣ ହେଉଛି, ଏହାର ଉପାୟ ମାଧ୍ୟମରେ ସଫଳତା ମିଲିଥାଏ । ପେଙ୍ଗସୁଇ ଏବଂ ବାସ୍ତୁ ଶାସ୍ତ୍ରରେ କଇଁଚର ବିଶେଷ ସ୍ଥାନ ରହିଛି । ଏହି କାରଣରୁ ଆଜି ଆମେ କଇଁଛକୁ ନେଇ ଏକ ବିଶେଷ ଉପାୟ ବିଷୟରେ ଜଣାଇବା ପାଇଁ ଚାହୁଁଛୁ, ଯାହାକୁ ଆପଣାଇ ଆପଣ ଜୀବନରେ ସଫଳତା ହାସଲ କରିପାରିବେ ।

ଶୁଭ ଏବଂ ସମୃଦ୍ଧିର ପ୍ରତୀକ ଅଟେ କଇଁଛ :

ପେଙ୍ଗସୁଇରେ କ୍ରିଷ୍ଟଲ କଇଁଛର ବିଶେଷ ମହତ୍ତ୍ୱ ରହିଛି । ମାନ୍ୟତା ରହିଛି କ୍ରିଷ୍ଟଲ କଇଁଛ ଘରେ ରଖିଲେ ଶୁଭ ହୋଇଥାଏ । ଏହା ଦ୍ୱାରା ଘରେ ଦୈବିକ ଉର୍ଜା ଭରି ହୋଇଥାଏ ଏବଂ ବ୍ୟକ୍ତିର ଅଶୁଭ ଗ୍ରହ ଶାନ୍ତି ହୋଇ, ଜୀବନ ସଫଳତା ପଥରେ ଆଗେଇ ଯାଇଥାଏ । କ୍ରିଷ୍ଟଲ କଇଁଛର ସଠିକ ବ୍ୟବହାର କରିବା ଫଳରେ ବ୍ୟକ୍ତି ଜୀବନରେ ଚାଲୁଥିବା ସମସ୍ୟା ଗୁଡିକ ଧୀରେ ଧୀରେ ଦୁରେଇ ଯାଇଥାଏ । କଇଁଛକୁ ଉଭୟ ହିନ୍ଦୁ ଶାସ୍ତ୍ର ଏବଂ ଚାଇନାର ପେଙ୍ଗସୁଇ ଶାସ୍ତ୍ରରେ ଶୁଭର ପ୍ରତୀକ ରୂପେ ମାନ୍ୟତା ରହିଛି ।

ଘରେ ସକରାତ୍ମକ ଉର୍ଜା ଭରି ହୋଇ ରହିଥାଏ :

ମାନ୍ୟତା ରହିଛି ଘରେ କଇଁଛ କିମ୍ବା କଇଁଛର ପ୍ରତୀକ ରଖିବା ଶୁଭ ହୋଇଥାଏ । ଏହାକୁ ଘରେ ରଖିବା ଦ୍ୱାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ଏବଂ ଘରେ ସକରାତ୍ମକ ଉର୍ଜା ଭରି ହୋଇ ରହିଥାଏ । ଏହା ଘର ଲୋକଙ୍କ ସ୍ୱାସ୍ଥ୍ୟକୁ ଠିକ କରିବାରେ ସାହାଯ୍ୟ କରିଥାଏ । ପେଙ୍ଗସୁଇ ଏବଂ ବାସ୍ତୁଶାସ୍ତ୍ରରେ କଇଁଛକୁ ପ୍ରଭାବଶାଳୀ ଯନ୍ତ୍ର ବୋଲି କୁହାଯାଇଛି ।

ଆର୍ଥିକ ସ୍ଥିତି ସୁଧାଇବାରେ ସାହାଯ୍ୟ କରିଥାଏ :

କ୍ରିଷ୍ଟାଲ କଇଁଛ, ଧନପ୍ରାପ୍ତିର ପ୍ରତୀକ ବୋଲି ମାନ୍ୟତା ରହିଛି । ଆର୍ଥିକ ସ୍ଥିତି ଭଲ ନ ଥିଲେ କ୍ରିଷ୍ଟଲ କଇଁଛ ରଖିଲେ ଆର୍ଥିକ ସ୍ଥିତିର ସୁଧୁର ଆସିଥାଏ । କ୍ରିଷ୍ଟଲ କଇଁଛକୁ ଘରେ, ଅଫିସରେ କିମ୍ବା ସିନ୍ଧୁକରେ ରଖନ୍ତୁ । ଏହାକୁ ସ୍ଥାପିତ କରିବାର ଶୁଭ ସମୟ ହେଉଛି ଗୁରୁବାର । ଏହି କାରଣରୁ ଗୁରୁବାର ଦିନ ଏହାର ସ୍ଥାପନା କରନ୍ତୁ । ଏହାକୁ ଆପଣ ଘର କିମ୍ବା ଅଫିସର ଉତ୍ତର ଦିଗରେ ସ୍ଥାପନା କରନ୍ତୁ । ଏହାକୁ ଆପଣ ଶୁଖିଲା ନ ରଖି କଟୋରୀରେ ଅଳ୍ପ ପାଣିରେ ରଖନ୍ତୁ । କିଛି ଦିନ ମଧ୍ୟରେ ଏହାର ପ୍ରଭାବ ଆପଣଙ୍କ ଜୀବନରେ ପଡି ପାରିବ ।