ରାଜାକୃଷ୍ଣଦେବ ରାୟ ଏବଂ ମାଳିର କାହାଣୀ : ମନୁଷ୍ୟକୁ ସର୍ବଦା ଜୀବନରେ ଶାନ୍ତ ମନୋଭାବରେ ନିଷ୍ପତ୍ତି ନେବା ଉଚିତ୍ ।

Spread the love

କ୍ରୋଧରେ ନିଆଯାଉଥିବା ନିଷ୍ପତ୍ତି ସର୍ବଦା ଭୁଲ୍ ସାବ୍ୟସ୍ତ ହୋଇଥାଏ । ସେଥିପାଇଁ ସର୍ବଦା ମନୁଷ୍ୟକୁ ଶାନ୍ତ ମନୋଭାବରେ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବା ଉଚିତ୍ ।

ଏକଦା ରାଜାକୃଷ୍ଣଦେବ ରାୟଙ୍କୁ ତାଙ୍କର ବନ୍ଧୁ ଗୋଟିଏ ସୁବର୍ଣ୍ଣ ରଙ୍ଗର ଫୁଲଗଛ ଉପହାର ରୂପରେ ଦେଇଥିଲେ । କୃଷ୍ଣଦେବ ରାୟଙ୍କୁ ସେହି ଫୁଲଟି ବହୁତ ପସନ୍ଦ ଆସିଥିଲା, ସେ ନିଜ ରାଜ୍ୟର ମାଳିକୁ ଡାକି କରି ତାକୁ ଆଦେଶ ଦେଲେ କି ସେ ଏହି ସୁବର୍ଣ୍ଣ ରଙ୍ଗର ଫୁଲଗଛକୁ ବଗିଚାରେ ଲଗାଇବେ ଏବଂ ଏହି ଗଛଟିର ଦିନରାତି ଦେଖାଶୁଣା କରିବେ । ମାଳି ରାଜାର ଆଜ୍ଞା ମାନି, ସେହି ଗଛଟିକୁ ବଗିଚା ମଧ୍ୟରେ ଲଗାଇଲା । କିଛିଦିନ ପରେ ସେହି ଗଛରେ କେତେଗୁଡ଼ାଏ ସୁବର୍ଣ୍ଣ ରଙ୍ଗର ଫୁଲ ଫୁଟିଲା ଏବଂ ସେହି ଫୁଲକୁ ଦେଖିକରି ରାଜା ବହୁତ ଖୁସି ହୋଇଥିଲେ । କିନ୍ତୁ ଏକ ଦିନ ମଳିର ଛେଳି ବଗିଚାରେ ପସି ସେହି ଫୁଲଗୁଡିକୁ ଖାଇ ଦେଇଥିଲା ।

ରାଜ କୃଷ୍ଣଦେବ ରାୟଙ୍କୁ ଯେମିତି ଏହି କଥା ଜ୍ଞାତ ହେଲା କି, ତାଙ୍କ ଫୁଲ ନଷ୍ଟ ହୋଇଯାଇଛି, ସଙ୍ଗେ ସଙ୍ଗେ ସେ ମାଳିକୁ ଦରବାରକୁ ଡାକି ତାକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଲେ । ମାଳି ରାଜାଙ୍କୁ ବହୁତ କ୍ଷମା ଯାଚନା କରିଲେ, କିନ୍ତୁ କୃଷ୍ଣଦେବ ରାୟଙ୍କ କ୍ରୋଧ ଶାନ୍ତ ହେଲା ନାହିଁ । ବରଂ ସେ ମାଳିର କଥା ନ ଶୁଣି ତାକୁ ମୃତ୍ୟୁ ଦଣ୍ଡ ଦେଇଦେଲେ । ମାଳିର ପତ୍ନୀଙ୍କୁ ଯେମିତି ଏହି କଥା ଜ୍ଞାତ ହେଲା, ସେ ଅତିଶୀଘ୍ର ରାଜମହଲକୁ ଯାଇ କରି ରାଜା କୃଷ୍ଣଦେବ ରାୟଙ୍କୁ ନିଜ ପତିର ମୁକ୍ତି ଭିକ୍ଷା କରିବାକୁ ଲାଗିଲା । କିନ୍ତୁ ରାଜା ଅତ୍ୟନ୍ତ କ୍ରୋଧରେ ଥିଲେ, ତେଣୁ ସେ ମାଳିର ପତ୍ନୀର ଗୋଟିଏ ବି କଥା ଶୁଣିଲେ ନାହିଁ । ସେତେବେଳେ ରାଜା କୃଷ୍ଣଦେବଙ୍କ ଏକ ମନ୍ତ୍ରୀ ମାଳିର ପତ୍ନୀଙ୍କୁ ଡାକି କହିଲେ ତୁମେ ତେନାଲୀ ରାମଙ୍କ ପାଖକୁ ଯାଅ । କେବଳ ତେନାଲୀ ରାମ ହିଁ ରାଜା କୃଷ୍ଣଦେବ ରାୟଙ୍କ ନିର୍ଣ୍ଣୟକୁ ବଦଳାଇ ପାରିବେ । ମଳିର ପତ୍ନୀ ଶୀଘ୍ର ତେନାଲୀ ରାମର ଘରକୁ ଗଲେ ଏବଂ ତାଙ୍କୁ ସମସ୍ତ ଘଟଣା ବୁଝାଇ କହିଲେ । ଏହାପରେ ତେନାଲୀ ରାମ, ମାଳିର ପତ୍ନୀଙ୍କୁ ଗୋଟିଏ ଉପାୟ କହିଲେ ।

ମାଳିର ପତ୍ନୀ ବଜାର ମଝିରେ ନିଜ ଛେଳିକୁ ମାରିବାକୁ ଲାଗିଲା, ଛେଳି ଉପରେ ଏତେ ଅତ୍ୟାଚାର ହେବାର ଦେଖୀ ରାଜା କୃଷ୍ଣଦେବ ରାୟଙ୍କ ସୈନ୍ୟମାନେ ମାଳିର ପତ୍ନୀଙ୍କୁ ରୋକିବାକୁ ଅନେକ ଚେଷ୍ଟା କଲେ । କିନ୍ତୁ ମାଳିର ପତ୍ନୀ କଦାପି ଅଟକି ନଥିଲେ ବରଂ ନିଜ ଛେଳିକୁ ଲଗାତାର ଅଧିକରୁ ଅଧିକ ମାରିବାକୁ ଲାଗିଲା । ଏହି ଖବର କୌଣସି ପ୍ରକାରେ ରାଜାଙ୍କ ପାଖରେ ପହଞ୍ଚିିଗଲା ଏବଂ ରାଜା କୃଷ୍ଣଦେବ ସ୍ଵୟଂ ବଜାରକୁ ଯାଇ, ମାଳିର ପତ୍ନୀଙ୍କୁ ଏମିତି କରିବା ପାଇଁ ମନା କଲେ । କିନ୍ତୁ ମାଳିର ପତ୍ନୀ ରାଜାଙ୍କୁ କହିଲେ କି, ଏହି ଛେଳି ଯୋଗୁଁ ଆଜି ତାଙ୍କ ପତିକୁ ଫାଶୀ ଦଣ୍ଡ ଦିଆଯାଇଛି । ତେଣୁ ଏହି ଛେଳିକୁ ବି ମୁଁ ମାରି ଦେବି । ରାଜା କୃଷ୍ଣଦେବ ମାଳିର ପତ୍ନୀଙ୍କୁ ପଚାରିଲେ କି, ଏହି ଛେଳି ଯୋଗୁଁ ତୁମର ପତିକୁ ଫାଶୀ ଦଣ୍ଡ ଦିଆଗଲା ? ସେତେବେଳେ ମାଳିର ପତ୍ନୀ ରାଜାଙ୍କୁ କହିଲେ କି ଏହି ଛେଳି ତାଙ୍କ ବଗିଚାରେ ଫୁଟିଥିବା ସୁବର୍ଣ୍ଣ ଫୁଲକୁ ଖାଇଦେଇଥିଲା ଏବଂ ଏହି କାରଣରୁ ତା’ ପତିକୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା । ସବୁ ବିଷୟ ଜାଣିବା ପରେ ରାଜାଙ୍କୁ ନିଜ ଭୁଲର ଅନୁଭବ ହୋଇଥିଲା ଏବଂ ସେ ଶୀଘ୍ର ମାଳିକୁ ମୁକ୍ତି କରିଦେଲେ ।

ତା’ପରଦିନ ଯେତେବେଳେ ତେନାଲୀ ରାମ ରାଜକୃଷ୍ଣଦେବ ରାୟଙ୍କ ଦରବାରକୁ ଆସିଲେ, ସେତେବେଳେ ରାଜା ତେନାଲୀ ରାମଙ୍କୁ ଏହା ପଚାରିଲେ କି କ’ଣ ତୁମେ ମାଳିର ପତ୍ନୀଙ୍କୁ ବଜାର ମଧ୍ୟରେ ଛେଳିକୁ ମାରିବାର ଉପାୟ ଦେଇଥିଲ ? ରାଜାଙ୍କ କଥା ଶୁଣି ତେନାଲୀ ରାମ ହସି କରି କହିଲେ, ଆପଣ ସାମାନ୍ୟ ଫୁଲ ନଷ୍ଟ ହୋଇଗଲା ବୋଲି ଏତେ କ୍ରୋଧରେ ଥିଲେ କି କାହାର କଥା ଶୁଣିବାକୁ ନାରାଜ ଥିଲେ ! ସେଥିପାଇଁ ଆପଣଙ୍କ ପାଖକୁ ମାଳିର ପତ୍ନୀର କଥା ପହଞ୍ଚାଇବା ପାଇଁ ମୁଁ ହିଁ ତାକୁ ଛେଳିକୁ ମାରିବା ପାଇଁ ଉପାୟ ଦେଇଥିଲି । ତେନାଲୀ ରାମଙ୍କର ଏହି କଥା ଶୁଣି ରାଜା କୃଷ୍ଣଦେବ ତେନାଲୀଙ୍କୁ ଧନ୍ୟବାଦ ଜଣାଇବା ସହିତ କହିଲେ କି, ମୁଁ କ୍ରୋଧରେ ଆସି କରି ଏମିତି ଏକ ଭୁଲ୍ ନିର୍ଣ୍ଣୟ ନେଇଥିଲି ଏବଂ ତୁମେ ମୋତେ ଏହି ନିର୍ଣ୍ଣୟ ନେବାରୁ ଉଦ୍ଧାର କରିଦେଲ ।

ତେଣୁ କ୍ରୋଧରେ କୌଣସି ପ୍ରକାର ନିଷ୍ପତି ନେବା, ତାହା ନିଜ ପାଇଁ ହିନ କ୍ଷତି ସାବ୍ୟସ୍ତ ହୋଇଥାଏ ।