ବାର୍‌ ଡ୍ୟାନ୍‌ସରଙ୍କ ସହ ନାଚିବା ଥାନା ଅଧିକାରୀଙ୍କୁ ମହଙ୍ଗା ପଡିଲା । ଉଚ୍ଚ ଅଧିକାରୀ କଲେ ସସପେଣ୍ଡ… ଭିଡ଼ିଓ ହେଲା ଭାଇରାଲ୍

Spread the love

ଖଳନାୟକ ଫିଲ୍ମର ଏକ ଲୋକପ୍ରିୟ ଗୀତରେ ବାର୍‌ ଡ୍ୟାନ୍‌ସରଙ୍କ ସହିତ ମହୁଦା ଥାନାର ଥାନାଧିକାରୀଙ୍କୁ ନାଚିବା ମହଙ୍ଗା ପଡିଲା । ସୋସିଆଲ ମିଡିଆରେ ଭାଇରଲ ଭିଡ଼ିଓକୁ ଯାଞ୍ଚ କଲାପରେ ସୋମବାର ଦିନ ଏସ୍‌ଏସ୍‌ପି କିଶୋର କୌଶଲ ମହୁଦା ଥାନାର ଥାନାଧିକାରୀଙ୍କ ସହିତ କନଷ୍ଟେବଳ ନନ୍ଦ କିଶୋର ସିଂହଙ୍କୁ ମଧ୍ୟ ନିଲମ୍ବନ କରିଛନ୍ତି । ତାଙ୍କ ବଦଳରେ ବର୍ତ୍ତମାନ ମହୁଦା ଅଞ୍ଚଳର ଇନ୍ସପେକ୍ଟର ରାମ ପ୍ୟାରେକୁ ମହୁଦା ଥାନାର ପ୍ରଭାରୀ ଦିଆଯାଇଛି ।

https://twitter.com/the_Kalamkaar/status/1145925843232837632

ଭାଇରଲ୍ ହୋଇଥିବା ଭିଡ଼ିଓ ସମ୍ଭବତଃ କୌଣସି ହୋଟେଲର ବୋଲି କୁହାଯାଉଛି । ଭିଡ଼ିଓରେ ଥାନା ଅଧିକାରୀ ଅର୍ଦ୍ଧନଗ୍ନ ମହିଳା ଡ୍ୟାନ୍‌ସରଙ୍କ ସହିତ ଅଣ୍ଟା ହଲେଇ ନାଚୁଛନ୍ତି । ନାଚିବା ସହିତ ସେ ଗୀତକୁ ମଧ୍ୟ ଗୁଣୁଗୁଣ ଗାଉଛନ୍ତି । ଥାନା ଅଧିକାରୀଙ୍କ ଏହି ବ୍ୟକ୍ତିଗତ ମୁହୂର୍ତ୍ତର ଭିଡ଼ିଓକୁ କିଏ ନିଜ ମୋବାଇଲରେ ସୁଟିଂ କରି ଦେଇଛନ୍ତି ଏବଂ ତାକୁ ସୋସିଆଲ ମିଡିଆରେ ଛାଡି ଦେଇଛନ୍ତି । ଘଟଣାଟି ଯେତେବେଳେ ଏସ୍‌ଏସ୍‌ପିଙ୍କ ଜ୍ଞାତରେ ଆସିଲା ସେତେବେଳେ ସେ ବାଘମାରା ଡ଼ିଏସପି ମୋନାଜ କୁମାରଙ୍କୁ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଲେ ।

ବାଘମାରା ଡ଼ିଏସପିଙ୍କ ଯାଞ୍ଚରୁ ଏହା ସ୍ପଷ୍ଟ ହେଲା ଯେ ଡ୍ୟାନ୍‌ସରଙ୍କ ସହିତ ଅଶ୍ଳୀଳ ଚାଲିଚଳନ କଲାବେଳେ କନଷ୍ଟେବଳ ନନ୍ଦ କିଶୋର ମଦ ନିଶାରେ ଜୁଡୁବୁଡୁ ଥିଲେ । ଭିଡ଼ିଓର ସତ୍ୟତା ଜାଣିବା ପାଇଁ ବାଘମାରା ଡ଼ିଏସପି ସୋମବାର ଦିନ ମହୁଦା ଥାନାକୁ ମଧ୍ୟ ଯାଇଥିଲେ । ମହୁଦା ଥାନାର ଏଏସ୍‌ଆଇ ସୁରଜ ମୁର୍ମଙ୍କ ଉପସ୍ଥିତିରେ ଥାନା ପ୍ରଭାରୀ ନନ୍ଦକିଶୋରଙ୍କୁ ପଚରା ଉଚରା କରାଯାଇଥିଲା । ଥାନା ଅଧିକାରୀ ଡ୍ୟାନ୍‌ସରଙ୍କ ସହିତ ନାଚିବା କଥାକୁ ସ୍ଵୀକାର କରିଛନ୍ତି ଏବଂ ଭିଡ଼ିଓଟି ସତ୍ୟ ବୋଲି କହିଛନ୍ତି, ଏହାପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।