ସଲମାନ ଖାନଙ୍କ ସହିତ ଶତ୍ରୁତା ମହଙ୍ଗା ପଡିଲା ପ୍ରିୟଙ୍କା ଚୋପ୍ରାଙ୍କୁ । ମିଳୁ ନାହିଁ କୌଣସି ହିନ୍ଦୀ ଚଳଚ୍ଚିତ୍ରରେ କାମ…

Spread the love

ବଲିଉଡ ଚଳଚ୍ଚିତ୍ର ବା ଫିଲ୍ମରେ କାମ ନ ମିଳିବାରୁ ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ନିଜ ପାଇଁ ଏହି କାମ କରିବାକୁ ଯାଉଛନ୍ତି ।

ବଲିଉଡ ଓ ହଲିଉଡ଼ରେ ନିଜ ଅଭିନୟ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ପ୍ରଡକ୍ସନ ଦୁନିଆରେ ମଧ୍ୟ ସୁନାମ ଅର୍ଜନ କରି ସାରିଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ପ୍ରିୟଙ୍କା କେତେଗୁଡିଏ ଭୋଜପୁରୀ ଓ ମରାଠୀ ଚଳଚ୍ଚିତ୍ରରେ ପ୍ରଯୋଜନା ମଧ୍ୟ କରି ସାରିଛନ୍ତି । ଆହୁରି ମଧ୍ୟ ଆପଣଙ୍କୁ ଜଣାଇ ଦେଉଛୁ ଯେ, ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ଅତିଶୀଘ୍ର ହିନ୍ଦୀ ଚଳଚ୍ଚିତ୍ର ମଧ୍ୟ ପ୍ରଡ୍ୟୁସ କରିବାକୁ ଯାଉଛନ୍ତି । ଖବର ଅନୁଯାୟୀ ପ୍ରିୟଙ୍କା ଅତିଶୀଘ୍ର ନିଜ ପାଇଁ ଏକ ହିନ୍ଦୀ ଚଳଚ୍ଚିତ୍ର ତିଆରି କରିବା ପାଇଁ ଚେଷ୍ଟା କରୁଛନ୍ତି । ପ୍ରିୟଙ୍କା “ଭାରତ” ଚଳଚ୍ଚିତ୍ରରେ ଅଭିନୟ କରିବାକୁ ମନା କରିବା ପରେ ତାଙ୍କୁ ଅନ୍ୟ କୌଣସି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ମିଳୁନାହିଁ । ସଞ୍ଜୟ ଲୀଳା ବଂଶାଳୀଙ୍କ ଠାରେ ପ୍ରିୟଙ୍କା ବହୁତ ଆଶା ରଖିଥିଲେ କିନ୍ତୁ ସଲମାନ ଖାନଙ୍କ ଯୋଗୁଁ ବଂଶାଳୀ ମଧ୍ୟ ପ୍ରିୟଙ୍କାଙ୍କୁ ତାଙ୍କ ଚଳଚ୍ଚିତ୍ରରେ କାଷ୍ଟ କରିଲେ ନାହିଁ ।

କହିବାକୁ ଗଲେ ପ୍ରିୟଙ୍କା ସବୁବେଳେ ଗଣମାଧ୍ୟମରେ ଚର୍ଚ୍ଚାରେ ରୁହନ୍ତି, କିନ୍ତୁ ବର୍ତ୍ତମାନ ଏମିତି ଖବର ଆସିଛି ଯେ, ହିନ୍ଦୀ ଚଳଚ୍ଚିତ୍ରରେ କାମ ନ ମିଳିବା ଯୋଗୁଁ ସେ ବହୁତ ଦିନ ହେଲା ଚିନ୍ତାରେ ସମୟ ବିତାଉଛନ୍ତି । ପ୍ରିୟଙ୍କାଙ୍କ ଅତି ନିକଟତରଙ୍କ ସୁତ୍ରରୁ ଜଣାପଡିଛି ଯେ, ପ୍ରିୟଙ୍କା ଯେବେ ମଧ୍ୟ ମୁମ୍ବାଇ ଆସନ୍ତି, ସେତେବେଳେ ତାଙ୍କର କୌଣସି ନା କୌଣସି ବଡ଼ ପ୍ରଡ୍ୟୁସରଙ୍କ ସହିତ ଦେଖା ସାକ୍ଷାତ ହୋଇଥାଏ । କିନ୍ତୁ ଏହା ପରେ ମଧ୍ୟ କୌଣସି କଥା ଠିକ ହୋଇପାରି ନାହିଁ । ଆପଣଙ୍କୁ କହି ରଖୁଛୁ ଯେ, ବର୍ତ୍ତମାନ ନିକଟରେ ହିଁ ପ୍ରିୟଙ୍କା “ସ୍କାଏ ଇଜ ପିଙ୍କ” ଚଳଚ୍ଚିତ୍ରର ସୁଟିଂ ଶେଷ ସାରିଛନ୍ତି ।

ଯେହେତୁ ସଞ୍ଜୟ ଲୀଳା ବଂଶାଳୀଙ୍କ ଚଳଚ୍ଚିତ୍ର “ହୀରାମଣ୍ଡ”ରେ ପ୍ରିୟଙ୍କାଙ୍କୁ ମୁଖ୍ୟ ଭୂମିକା ମିଳିବାର ଖବର ଆସିଥିଲା କିନ୍ତୁ ଏବେ ବଂଶାଳୀ ଏହି ଚଳଚ୍ଚିତ୍ରକୁ କିଛି ଦିନ ପାଇଁ ବନ୍ଦ କରି ଦେଇଛନ୍ତି ଓ ବର୍ତ୍ତମାନ ସେ ଚଳଚ୍ଚିତ୍ର “ଇଂଶା ଅଲ୍ଲାହ”ର ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଏହି ଚଳଚ୍ଚିତ୍ରରେ ବଂଶାଳୀ ସଲମାନ ଖାନ ଓ ଆଲିୟା ଭଟ୍ଟକୁ ମୁଖ୍ୟ ଭୂମିକାରେ କାଷ୍ଟ କରିଛନ୍ତି । କାରଣ ଏହି ଚଳଚ୍ଚିତ୍ରରେ ସଲମାନଙ୍କୁ ହିରୋ ଭାବରେ ପାଇଥିବାରୁ ବଂଶାଳୀ ତାଙ୍କର ଅନ୍ୟ ଚଳଚ୍ଚିତ୍ରଗୁଡ଼ିକର କାମ ବନ୍ଦ କରି ଦେଇଛନ୍ତି ଓ ବର୍ତ୍ତମାନ ସେ ଦିନରାତି ଏହି ଚଳଚ୍ଚିତ୍ରର ପ୍ରସ୍ତୁତିରେ ହିଁ ଲାଗି ପଡ଼ିଛନ୍ତି । ସେ ବର୍ତ୍ତମାନ “ଇଂଶା ଅଲ୍ଲହା” ଚଳଚ୍ଚିତ୍ର ପାଇଁ ସ୍ଥାନ ଖୋଜୁଛନ୍ତି । ଦର୍ଶକ ମାନେ ମଧ୍ୟ ଏହି ଚଳଚ୍ଚିତ୍ରକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । କାରଣ ପ୍ରଥମ ଥର ପାଇଁ ଦର୍ଶକ ବଡ଼ ପରଦାରେ ସଲମାନ ଓ ଆଲିୟାଙ୍କୁ ଏକା ସାଥିରେ ଦେଖିବେ ।

କୌଣସି ହିନ୍ଦୀ ଚଳଚ୍ଚିତ୍ରରେ କାମ ନ ମିଳିବା ଦ୍ଵାରା ଏବେ ପ୍ରିୟଙ୍କା କେତେକ କାହାଣୀ ଉପରେ ନିଜେ ହିଁ ବିଚାର କରିବା ଆରମ୍ଭ କରି ଦେଇଛନ୍ତି ଓ ଖବର ଅନୁସାରେ ସେ ନିଜର ଆଗାମୀ ହିନ୍ଦୀ ଚଳଚ୍ଚିତ୍ର ପାଇଁ ଦୁଇଟି କାହାଣୀକୁ ମଧ୍ୟ ପ୍ରସ୍ତୁତ କରି ସାରିଛନ୍ତି । ଖବର ଆସୁଛି ଯେ, ପ୍ରିୟଙ୍କାଙ୍କ ପ୍ରଡକ୍ସନ ଦଳ ତାଙ୍କ ଚଳଚ୍ଚିତ୍ର ପାଇଁ ନିର୍ଦ୍ଦେଶକ ମଧ୍ୟ ଖୋଜୁଛନ୍ତି । କିନ୍ତୁ ଯଦି ଶୀଘ୍ର ଏହି ଚଳଚ୍ଚିତ୍ର ପାଇଁ କୌଣସି ନିର୍ଦ୍ଦେଶକ ନ ମିଳିନ୍ତି; ତେବେ ପ୍ରିୟଙ୍କା ନିଜ ପ୍ରଡକ୍ସନ ହାଉସରେ ହିଁ ଚଳଚ୍ଚିତ୍ରର ପ୍ରସ୍ତୁତି ଆରମ୍ଭ କରିପାରନ୍ତି ।

ସମସ୍ତେ ଜାଣନ୍ତି ଯେ, ଏହି ଇଣ୍ଡଷ୍ଟ୍ରିରେ ସଲମାନଙ୍କ ସହିତ କଳହ ବା ବିବାଦ କଲେ ଏହାପରେ ନିଜ କ୍ୟାରିୟର ତିଆରି କରିବା ବହୁତ କଷ୍ଟ ହୋଇଥାଏ ଏବଂ ଏମିତି ହିଁ କିଛି ପ୍ରିୟଙ୍କାଙ୍କ ସହିତ ମଧ୍ୟ ଘଟିଛି । ଚଳଚ୍ଚିତ୍ର “ଭାରତ”କୁ ମନା କରିବା ପରେ ପ୍ରିୟଙ୍କାଙ୍କ ପାଇଁ ଏହି ଇଣ୍ଡଷ୍ଟ୍ରିରେ ନିଜ ସ୍ଥାନ ବଜାୟ ରଖିବା ବହୁତ କଷ୍ଟ ହୋଇପାରେ । କିନ୍ତୁ ଏବେ ଦେଖିବା କଥା ଏହା ଯେ, ପ୍ରିୟଙ୍କା ନିଜ ଚଳଚ୍ଚିତ୍ର ପାଇଁ କିପରି କାମ କରିବେ ।