ମାତ୍ର ୭୦ ଟଙ୍କାରେ ପୂରାପୂରି ଖରାପ ହୋଇଯାଇଥିବା ନିଜ ଯକୃତକୁ ଏହି ଜିନିଷର ବ୍ୟବହାର କରି ଠିକ୍ କରି ପାରିବେ ମଧୁମେହକୁ ମଧ୍ୟ ଠିକ୍ କରିଥାଏ

Spread the love

ଗିଲୋୟ ଏକ ଆୟୁର୍ବେଦିକ ଜଡିବୁଟି ଅଟେ । ଏହାର ବ୍ୟବହାର ବହୁ ବର୍ଷରୁ ଭାରତୀୟ ଚିକିତ୍ସାରେ ବ୍ୟବହୃତ ହୋଇ ଆସୁଛି । ସଂସ୍କୃତରେ ଗିଲାୟୋକୁ ଅମୃତର ଆଖ୍ୟା ଦିଆଯାଇଛି । କାରଣ ଏଥିରେ ବହୁତ ଔଷଧୀୟ ଗୁଣ ରହିଛି । ଖାଦ୍ୟ ଓ ଔଷଧୀୟ ପ୍ରଶାସନ (ଏଫ.ଡି.ଏ) ଗିଲୋୟର ଲାଭ ଓ ଔଷଧୀୟ ଗୁଣ ରହିଛି ବୋଲି କହିଛି । ଗିଲୋୟରୁ ତିଆରି ରସ, ପାଉଡର କିମ୍ବା କ୍ୟାପସୁଲ ଆପଣ ସେବନ କରି ପାରିବେ ।

ଗିଲୋୟ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢାଇଥାଏ, ଶରୀର ଯଦି ଫୁଲି ଯାଇଥାଏ, ଏହା ସେହି ଫୁଲାକୁ କମାଇଥାଏ ଓ ଚର୍ମକୁ ବିଭିନ୍ନ ସମସ୍ୟାରୁ ରକ୍ଷା କରାଇ ଥାଏ । ଗିଲୋୟରେ ହେପୋଟୋପ୍ରୋଟେକିତ୍ସର ଗୁଣ ରହିଛି । ଅଧ୍ୟୟନରୁ ଜଣାପଡିଛି ଯେ, ଏହି ଆୟୁର୍ବେଦିକ ଗିଲୋୟ ଯକୃତରେ ହେଉଥିବା ଚିହ୍ନକୁ ରୋକିଥାଏ । ଏହା ସହ ପୂରାପୂରି ଖରାପ ହୋଇ ଯାଇଥିବା ଯକୃତର ଟିସୁକୁ ପୁଣି ଥରେ ଠିକ୍ କରିଦେଇ ଥାଏ ।

ଗିଲୋୟରେ ଏଣ୍ଟିଅକ୍ସିଜେନ ଗୁଣ ଯକୃତରେ ହେଉଥିବା ରୋଗକୁ ରୋକିଥାଏ । ଏଥିରେ ଫ୍ରୀ ରେଡିକାଲ ଡେମେଜକୁ ରୋକି ପିଲିଆ ଓ ହେପାଟାଟିସରୁ ରକ୍ଷା କରିଥାଏ ।
ଖରାପ ଖାଦ୍ୟପେୟ ଯୋଗୁଁ ଯକୃତ ଉପରେ ଖରାପ ପ୍ରଭାବ ପଡିଥାଏ । ଏହି କାରଣ ଯୋଗୁଁ ଯକୃତ ଫୁଲି ଯାଇଥାଏ । ଯକୃତକୁ ଠିକ ରଖିବାରେ ଗିଲୋୟ ଖୁବ ଦରକାରୀ ଅଟେ ।

ଗିଲୋୟର ବ୍ୟବହାର ଏହିପରି କରନ୍ତୁ :

ଆୟୁର୍ବେଦର ଶାସ୍ତ୍ର ଅଧ୍ୟୟନରତମାନଙ୍କ ମତରେ, ଶରୀରର ଓଜନ ଅନୁସାରେ ପ୍ରତି କିଲୋଗ୍ରାମ ପିଛା ୪୦୦ ଗ୍ରାମ ଗିଲୋୟ ବ୍ୟବହାର କରିବା ଶରୀର ପାଇଁ ଲାଭଦାୟକ ଅଟେ । ଏହି ମାତ୍ରାର ଗିଲୋୟ ପାଉଡରକୁ ୧୦ ରୁ ୨୦ ମିଲିଲିଟର ଘି’କୁଆଁରୀ କିମ୍ବା ଗହମ ଘାସର ରସରେ ଗ୍ରହଣ କଲେ ଯକୃତକୁ ଠିକ୍ କରାଯାଇ ପାରିବ । ଯଦି ୧୫ ରୁ ୨୦ ଗିଲୋୟର ପତ୍ର ଓ କିସମିସ୍ ନିୟମିତ ସେବନ କରନ୍ତି, ତାହା ହେଲେ ଆପଣଙ୍କର ଯକୃତ ସଂପୂର୍ଣ୍ଣ ଠିକ ରହିବ ।

ଗିଲୋୟର ବ୍ୟବହାର କରି ମଧୁମେୟ ନିୟନ୍ତ୍ରଣ କରାଯାଇ ପାରିବ :

ବହୁତଗୁଡିଏ ପରୀକ୍ଷା ନିରୀକ୍ଷାରୁ ଜଣା ପଡିଛି ଯେ, ଟାଇପ ୨ ମଧୁମେୟକୁ ଗିଲୋୟର ବ୍ୟବହାର କରି ରୋକା ଯାଇପାରିବ । ଗିଲୋୟରେ ଅତିରିକ୍ତ ଗ୍ଲିକୋଜକୁ ନଷ୍ଟ କରିବା କ୍ଷମତା ରହିଛି, ଯାହା ରକ୍ତ ମଧୁମେୟକୁ ନିୟନ୍ତ୍ରଣ କରିଥାଏ ।

ଗିଲୋୟ ଏକ ହାଇପୋଗଳାଇକେମିକ ଏଜେଣ୍ଟ ରୂପରେ କାର୍ଯ୍ୟ କରିଥାଏ ଯାହା ମଧୁମେୟକୁ ଠିକ ରୂପରେ ନିୟନ୍ତ୍ରଣ କରିଥାଏ । ଏହି ତତ୍ଵ ରକ୍ତ ମଧୁମେୟ ଓ ଲିପିଡ଼କୁ କମ କରିବାରେ ସାହାଯ୍ୟ କରିଥାଏ ।

ଏହି କଥା ଗୁଡିକ ଧ୍ୟାନ ରଖନ୍ତୁ :

ଯଦି ଆପଣ ଯକୃତ ଜନିତ ରୋଗ କିମ୍ବା ମଧୁମେୟ ରୋଗରେ ପୀଡିତ ଅଛନ୍ତି ଓ ଏହି ଔଷଧର ବ୍ୟବହାର କରିବାକୁ ଚହୁଁଛନ୍ତି, ତାହା ହେଲେ ପ୍ରଥମେ ନିଜ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ବିନା ପରାମର୍ଶରେ ଏହି ଔଷଧକୁ ସେବନ କଲେ ଆପଣ ବହୁ ସମସ୍ୟାରେ ଜଡିତ ହୋଇପାରନ୍ତି ।