ISRO ପ୍ରଥମ ୩ ମିନିଟ୍ ମଧ୍ୟରେ ୩୦୦ କି.ମି ଦୂରରେ ଥିବା ସ୍ୟାଟେଲାଇଟ୍ କୁ ନଷ୍ଟ କରିଦେଲା, ବର୍ତ୍ତମାନ କରିଲା ଏମିତି କାମ ଯେ ଶତ୍ରୁ ଆଉ ରକ୍ଷା ପାଇପାରିବ ନାହିଁ ।

Spread the love

ମିଶନ ଶକ୍ତି ପରେ ଭାରତକୁ ଆଉ ଏକ ବଡ଼ ସଫଳତା ମିଳିଛି । ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା ଅର୍ଥାତ ISRO ପି.ଏସ୍.ଏଲ୍.ବି C-45 ରକେଟ ଜରିଆରେ EMISAT ସ୍ୟାଟେଲାଇଟ୍ କୁ ଅନ୍ତରୀକ୍ଷ କକ୍ଷରେ ସ୍ଥାପିତ କରିଦେଇଛି । EMISAT ଇଲେଟ୍ରୋନିକ୍ ଇଣ୍ଟେଲିଜେନ୍ସ ସ୍ୟାଟେଲାଇଟ୍ ଅଟେ । ଏହା DRDକୁ ଡିଫେନ୍ସ ରିସର୍ଚ୍ଚରେ ସାହାଯ୍ୟ କରିବ ଓ ଏହାର କାମ ହେଉଛି ଶତ୍ରୁର ରେଡାର୍ ବିଷୟରେ ସୂଚନା ଦେବା । ଆପଣଂକୁ ଜଣାଇ ଦେଉଛୁ ଯେ, ISRO ଶ୍ରୀହରିକୋଟାର ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ ୨୯ଟି ନେନୋ ସ୍ୟାଟେଲାଇଟ୍ ଲଞ୍ଚ କରିଛନ୍ତି । ଏଥିରେ ଭାରତର ଏମିସୈଟ, ଆମେରିକାର ୨୪ଟି, ଲିଥୁଆନିଆର ୨ଟି ଓ ଗୋଟିଏ ଗୋଟିଏ ଉପଗ୍ରହ ସ୍ପେନ ଓ ସ୍ୱିଜର୍ଲ୍ୟାଣ୍ଡର ଅଟେ ।

ISROକୁ ମିଳିଲା ଆଉ ଏକ ସଫଳତା :

ପ୍ରଥମ ଥର ISROର ମିଶନ ଏକା ଥରକେ ୩ଟି କକ୍ଷକୁ ପଠା ଯାଇଛି । ଏହାର ଲଂଚିଙ୍ଗ ସକାଳ ୯:୨୭ ମିନିଟ୍ ସମୟରେ ପି.ଏସ୍.ଏଲ୍.ବି ରକେଟ୍ ସାହାଯ୍ୟରେ କରାଯାଇଛି । ଲଞ୍ଚ କରାଯାଇଥିବା ଭାରତୀୟ ଉପଗ୍ରହ ଏମିସୈଟର ବ୍ୟବହାର ଇଲେଟ୍ରୋ ମ୍ୟାଗନେଟିକ ସ୍ପେକ୍ଟର୍ମକୁ ମାପିବା ପାଇଁ କରାଯିବ । ଏହା ଜରିଆରେ ଶତ୍ରୁ ଦେଶର ରାଡ଼ାର୍ ସିଷ୍ଟମ ଉପରେ ନଜର ରଖିବା ସହ ତାଙ୍କର ଲୋକେସନ୍ ବିଷୟରେ ମଧ୍ୟ ସୂଚନା ମିଳିବ । ପଠାଯାଇଥିବା ଉପଗ୍ରହମାନଙ୍କ ମଧ୍ୟରୁ ଏମିସୈଟର ଓଜନ ୪୩୭ କେଜି ଓ ବାକି ଉପଗ୍ରହ ଗୁଡ଼ିକର ଓଜନ ୨୨୦ କେଜି ଅଟେ ।

ଆପଣଂକୁ ଜଣାଇ ଦେଉଛୁ ଯେ, ପୁରା ଅଭିଯାନ ପାଇଁ ୧୮୦ ମିନିଟ୍ ସମୟ ଲାଗିଥିଲା । ପ୍ରଥମ ୧୭ ମିନିଟ୍ ପୁରା ହେବା ପରେ ପି.ଏସ୍.ଏଲ୍.ବି ୭୪୯ କିମି ଉଚ୍ଚରେ ଏମିସୈଟକୁ ସ୍ଥାପନ କରିଛି । ଏହାପରେ ଚତୁର୍ଥ ଚରଣରେ ଲାଗିଥିବା ସୋଲାର ପାୱାର ଇଞ୍ଜିନକୁ ଚଲାଇ ପାଖାପାଖି ୫୦୪ କିମି ଉଚ୍ଚକୁ ଅଣାଗଲା ଓ ଏଠାରେ ବାକି ବିଦେଶୀ ସ୍ୟାଟେଲାଇଟ୍ କୁ ସ୍ଥାପନ କରାଗଲା । ଚତୁର୍ଥ ଚରଣରେ ହିଁ ରକେଟକୁ ୪୮୫ କିମି ଉଚ୍ଚକୁ ଅଣାଯାଇ ତିନୋଟି ପ୍ରୟୋଗିକ ପ୍ଲେଡ଼ ସାହାଯ୍ୟରେ ଚନ୍ଦ୍ରଯାନ-୨ ଅଭିଯାନ ସହ ଜଡିତ କିଛି ଖାସ୍ ପ୍ରୟୋଗ କରାଯିବ ।

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନର ଏହା ପ୍ରଥମ ଏପରି ମିଶନ ଯାହାକୁ ସାଧାରଣ ଲୋକଙ୍କ ଉପସ୍ଥିତରେ ଲଞ୍ଚ କରାଯାଇଥିଲା । ଏଥିପାଇଁ ISROକୁ ଏକ ଗ୍ୟାଲେରୀ ତିଆରି କରିଛି ଯେଉଁଥିରେ ୫୦୦୦ ଲୋକ ବସି ପାରିବେ । ଏହି ଗ୍ୟାଲେରୀରୁ ଦୁଇଟି ଲଂଚପେଡ ଦେଖାଯାଇ ପାରିବ ।

EMISATର କାମ କଣ ?

ଏମିସୈଟକୁ ISRO ଓ DRDO ମିଶି ବନାଇଛନ୍ତି । ଏହି ଉପଗ୍ରହ ଦେଶର ସୁରକ୍ଷା ପାଇଁ ବହୁତ ଆବଶ୍ୟକ । ଏହାର ଲକ୍ଷ୍ୟ ଅଟେ ଯେ, ସୀମା ଉପରେ ଇଲେଟ୍ରୋନିକ୍ ବା କୌଣସି ପ୍ରକାରର ମାନବିକ ଗତିବିଧିକୁ ନଜର ରଖିବା । ଦେଶ ଉପରକୁ ଆସୁଥିବା ସଙ୍କଟକୁ ଦୁର କରିବା ପାଇଁ ଏହା ବହୁତ ଲାଭଦାୟୀ ଅଟେ ।

ଏହି ଥର ପି.ଏସ୍.ଏଲ୍.ବି C-45 ରୁ ୨୯ଟି ସ୍ୟାଟେଲାଇଟ ଲଞ୍ଚ କରାଯିବ । ପି.ଏସ୍.ଏଲ୍.ବି ଏହା ୪୭ତମ ବଡ଼ ଉଡାଣ ହେବ । ଏହା ବହୁତ ଭାରସଦାୟୀ ଲଞ୍ଚ ବିମାନ ଅଟେ । ଜୁନ୍ ୨୦୧୭ରେ ନିଜର ୩୯ତମ ଉଡାଣରେ ପି.ଏସ୍.ଏଲ୍.ବି ଦୁନିଆର ସବୁଠୁ ଭରସାଯୁକ୍ତ ଲଞ୍ଚ ଭାଇକେଲ ବନିଯାଇଛି । ୧୦୪ଟି ସ୍ୟାଟେଲାଇଟ୍ ଲଞ୍ଚ କରିବା ପାଇଁ ବୈଜ୍ଞାନିକମାନେ ଏହାର ପାୱାରଫୁଲ୍ ଏକ୍ସଲ୍ ଭର୍ସନ୍ ର ବ୍ୟବହାର କରିଥିଲେ । ୨୦୦୮ରେ ମିଶନ ଚନ୍ଦ୍ରଯାନ ଓ ୨୦୧୪ରେ ମିଶନ ମଙ୍ଗଳଯାନକୁ ଏହା ଜରିଆରେ ପୁରା କରାଯାଇଛି ।

ISRO ନିଜ ନାମରେ କରିଛି ବିଶ୍ୱ ରେକର୍ଡ :

୧୫ ଫେବୃଆରୀ ୨୦୧୭ରେ ISRO ଏକା ଥରକେ ସବୁଠୁ ଅଧିକ ସ୍ୟାଟେଲାଇଟ ଲଞ୍ଚ କରି ବିଶ୍ୱ ରେକର୍ଡ କରିଥିଲା । ୩୦ ମିନିଟ୍ ମଧ୍ୟରେ ଏକ ରକେଟ ଜରିଆରେ ୭ଟି ଦେଶର ୧୦୪ଟି ସ୍ୟାଟେଲାଇଟ୍ କୁ ଏକା ସାଥିରେ ଲଞ୍ଚ କରିଥିଲା । ଏହା ପୂର୍ବରୁ ଏହି ରେକର୍ଡ ରୁଷ କରିଥିଲା । ଏବେ ଏହି ରେକର୍ଡ ଭାରତ ନିଜ ନାମରେ କରିସାରିଛି ।