ଇଷା ଅମ୍ବାନୀଙ୍କ ଏହି ଅଭ୍ୟାସକୁ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ରହିଯିବେ ।

Spread the love

ଇଷା ଅମ୍ବାନୀଙ୍କ ୫ଟି ମହଙ୍ଗା ଅଭ୍ୟାସ ଅଛି । ଆପଣମାନେ ତ’ ନିଶ୍ଚୟ ଜାଣିଥିବେ ମୁକେଶ ଅମ୍ବାନୀ ଦେଶର ସବୁଠାରୁ ଧନୀ ଲୋକ ଓ ଏହା ମଧ୍ୟ ସତ୍ୟ ଅଟେ କି, ମୁକେଶ ଅମ୍ବାନୀଙ୍କ ସହ ତାଙ୍କ ପିଲାମାନେ ମଧ୍ୟ ବହୁତ ଚର୍ଚ୍ଚାରେ ରହିଥାନ୍ତି । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ତାଙ୍କ ସୁନ୍ଦର ଝିଅ ଇଷା ଅମ୍ବାନୀଙ୍କ ବିଷୟରେ । ଦୁନିଆରେ ଧନୀ ଲୋକଙ୍କ ସଂଖ୍ୟା କମ ନୁହେଁ, ସେମାନଙ୍କ ଏତେ ମହଙ୍ଗା ଅଭ୍ୟାସ ଥାଏ ଯେ, ସାଧାରଣ ଲୋକଙ୍କ ପାଇଁ ତାହା ସ୍ୱପ୍ନ ସହିତ ସମାନ ହୋଇଥାଏ । ଇଷା ଅମ୍ବାନୀଙ୍କ ବାହାଘର ସମୟରେ ଟଙ୍କା ପାଣି ବହିବା ଭଳି ଖର୍ଚ୍ଚ କରିଥିଲେ । ଆଜି ଆମେ ମୁକେଶ ଅମ୍ବାନୀଙ୍କ ସୁନ୍ଦର ଝିଅ ଇଷା ଅମ୍ବାନୀଙ୍କ ସେହି ୫ଟି ମହଙ୍ଗା ଅଭ୍ୟାସ ବିଷୟରେ କହିବାକୁ ଯାଉଛୁ, ଯାହାକି ଅମ୍ବାନୀଙ୍କ ଭଳି ଲୋକମାନେ ହିଁ ଖର୍ଚ୍ଚ କରିପାରନ୍ତି ।

● ଭାରତର ସବୁଠାରୁ ସଫଳ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଇଷା ଅମ୍ବାନୀ ଗାଡ଼ି ରଖିବା ପାଇଁ ବହୁତ ପସନ୍ଦ କରନ୍ତି । ତାଙ୍କ ପାଖରେ ୧୫ରୁ ଅଧିକ ଗାଡ଼ି ଅଛି, ଯାହାକି ସାଧାରଣ ଲୋକଙ୍କ ପାଇଁ ଅସମ୍ଭବ ଅଟେ ।

● ଭାରତର ସବୁଠାରୁ ଧନୀ ମୁକେଶ ଅମ୍ବାନୀଙ୍କ ଝିଅ ଇଷା ଅମ୍ବାନୀଙ୍କ ପାଖରେ ଯେଉଁ ଫୋନ ଅଛି ତାହା କୋଟି କୋଟି ଟଙ୍କାର ଅଟେ । ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଇଷା ଅମ୍ବାନୀଙ୍କ ଫୋନକୁ କେହି ହ୍ୟାକ କରିପାରିବେ ନାହିଁ । ସେହି ଫୋନ ଲାଗିଥିବା ମେଟାଲ ଫୋନକୁ ଭାଙ୍ଗିବାରୁ ସୁରକ୍ଷାରେ ରଖିଥାଏ ।

● ଇଷା ଅମ୍ବାନୀଙ୍କ ମେକ୍-ଅପ୍ କିଟ୍ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ଅଟେ । ଇଷା ଅମ୍ବାନୀଙ୍କ ମେକ୍-ଅପ୍ ପ୍ରୋଡ଼କ୍ଟ୍ ବହୁତ ମହାଙ୍ଗା ଅଟେ ।

● ଇଷା ଅମ୍ବାନୀ ପିଆନୋ ବଜାଇବା ପାଇଁ ବହୁତ ପସନ୍ଦ କରନ୍ତି । ଏହା ସହ ମହଙ୍ଗା ପୋଷାକ ପିନ୍ଧିବାକୁ ମଧ୍ୟ ବହୁତ ପସନ୍ଦ କରନ୍ତି । ଇଷା ଅମ୍ବାନୀଙ୍କ ଗୋଟିଏ ପୋଷାକ ଅଛି ଯାହା ୯୦ କୋଟି ଟଙ୍କାର ଅଟେ । ବିବାହ ସମୟରେ ସେ ଯେଉଁ ପୋଷାକ ପିନ୍ଧିଥିଲେ ତାହାର ଦାମ ୧୦ କୋଟି ଥିଲା ।

● ଇଷା ଅମ୍ବାନୀ ନିଜ ମାଆଙ୍କ ସହ ମିଶି ଗରିବ ଲୋକଙ୍କ ପାଇଁ ଅନେକ ଫାଉଣ୍ଡେସନ କରି ଗରିବ ଲୋକଙ୍କ ପର୍ଯ୍ୟନ୍ତ ସାହାଯ୍ୟ ପହଂଚାଉଛନ୍ତି । ଏହାଛଡା ନିଜ ବିବାହ ଦିନେ ସେ ହଜାର ଗରିବ ପିଲାମାନଙ୍କୁ ଖାଇବାକୁ ଦେଇଥିଲେ । ସେ ବହୁତ ଉଦାର ଅଟନ୍ତି । ସେ ସବୁବେଳେ ନିଜ ପରିବାର ଓ ସମାଜ ପାଇଁ ଚିନ୍ତା କରନ୍ତି ।

● ଇଷା ଅମ୍ବାନୀ ବୁଲିବାକୁ ବହୁତ ପସନ୍ଦ କରନ୍ତି । ସେ ନିଜ ସାଙ୍ଗମାନଙ୍କ ସହ ମିଶି ବୁଲିବାକୁ ଯାଇ ବହୁତ ଟଙ୍କା ଖର୍ଚ୍ଚ କରନ୍ତି । ଅଧିକାଂଶ ସମୟରେ ସେ ପାର୍ଟି କରିବା ପାଇଁ ନିଜ ସାଙ୍ଗମାନଙ୍କ ସହ ବିଦେଶକୁ ଯାଇଥାନ୍ତି । ଇଷା ଅମ୍ବାନୀ ଖେଳକୁଦ କରିବାକୁ ମଧ୍ୟ ବହୁତ ପସନ୍ଦ କରନ୍ତି ।

ଅନୁଛେଦରେ ପ୍ରଦାନ କରାଯାଇଥିବା ତଥ୍ୟକୁ ନେଇ ଆପଣ କଣ ମନ୍ତବ୍ୟ ପ୍ରଦାନ କରିବେ କମେଣ୍ଟ ଜରିଆରେ ଜାଣନ୍ତୁ । ଧନ୍ୟବାଦ !