କଣ ସଲମାନ ଖାନ ବିବାହ ପୂର୍ବରୁ ବାପା ହେବାର ପ୍ରସ୍ତୁତି କରୁଛନ୍ତି କି ? ଜାଣନ୍ତୁ ଏହି ବିଷୟରେ ।

Spread the love

ସଲମାନଙ୍କ ମାନ୍ୟତା ରହିଛି, ସେ ଜଣେ ଭଲ ପିତା ହୋଇପାରିବେ କିନ୍ତୁ ଭଲ ପତି ହୋଇପାରିବେ ନାହିଁ ।

ସଲମାନ ବଲିଉଡରେ କିଙ୍ଗ ରୂପେ ପରିଚିତ । ତାଙ୍କର ପ୍ରତିଟି ଚଳଚିତ୍ରରେ କୋଟି କୋଟି ଟଙ୍କା ଉପାର୍ଜନ ହୋଇଥାଏ । ସେ ଚଳିତ ମାସରେ ୫୩ ବର୍ଷ ବୟସରେ ପଦାର୍ପଣ କରିସାଇଛନ୍ତି କିନ୍ତୁ ଆଜି ମଧ୍ୟ ଅନେକ ଚଳଚିତ୍ରରେ ଲିଡ଼ ରୋଲରେ ଦେଖିବା ପାଇଁ ମିଳନ୍ତି । ସଲମାନଙ୍କ ପାଖରେ ବହୁତ ଟଙ୍କା ଅଛି ଏବଂ ସେ ଦେଖିବା ପାଇଁ ମଧ୍ୟ ସୁନ୍ଦର ଅଟନ୍ତି କିନ୍ତୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି । ମିଡ଼ିଆ ଏବଂ ସଲମାନଙ୍କ ପ୍ରଶଂସକ ସର୍ବଦା ସଲମାନଙ୍କୁ ଗୋଟିଏ ହିଁ ପ୍ରଶ୍ନ ପଚାରିଥାନ୍ତି; ସେହି ପ୍ରଶ୍ନ ହେଉଛି; ଆପଣ ବିବାହ କେବେ କରିବେ ? ଏହି ପ୍ରଶ୍ନର ଉତ୍ତର ଆଜି ମଧ୍ୟ ରହସ୍ୟ ଘେରରେ ରହିଛି । କିନ୍ତୁ ବର୍ତ୍ତମାନ ଏକ ଖବର ଶୁଣିବା ପାଇଁ ମିଳୁଛି, ସଲମାନ ଖାନ ବିବାହ ବିନା ପିତା ହେବାକୁ ଯାଉଛିନ୍ତି । ନିଜ ପାଇଁ ଗୋଟିଏ ପିଲା ଜନ୍ମ କରାଇବାର ଯୋଜନା କରୁଛନ୍ତି ।

ସରଗେସୀ ମାଧ୍ୟମରେ ପିତା ହୋଇପାରନ୍ତି :

ଆପଣମାନେ ଚିନ୍ତାରେ ଥିବେ ସଲମାନ ଖାନ ବିବାହ ନ କରି କିପରି ଛୁଆ ଜନ୍ମ କରାଇବେ ? ଆସନ୍ତୁ ଜାଣିବେ ଏହି ରହସ୍ୟ ବିଷୟରେ । ସଲମାନ ପିତା ହେବା ପାଇଁ ସରଗେସୀର ସାହାରା ନେଇପରନ୍ତି । ଆଜିକାଲି ବଲିଉଡରେ ଅନେକ ଯୋଡି ଏହି ପ୍ରଣାଳୀରେ ପିତାମାତା ହେଉଛନ୍ତି । ନିକଟରେ କରଣ ଜୋହର, ତୁଷାର କପୁର, ଏକତା କପୁରଙ୍କ ପରି ତାରକାମାନେ ଏହି ପ୍ରଣାଳୀରେ ସିଙ୍ଗଲ ପେରେଣ୍ଟ ହୋଇଛନ୍ତି । ଯଦି ସବୁ କିଛ ଠିକ୍ ରୁହେ; ତେବେ ସଲମାନ ମଧ୍ୟ ଏହି ସୂଚୀରେ ସାମିଲ ହୋଇଯିବେ ।କିନ୍ତୁ ଏହାକୁ ନେଇ ସଲମାନଙ୍କ ତରଫରୁ କୌଣସି ଆଧିକାରୀକ ପୃଷ୍ଟି ହୋଇନାହିଁ ।

ସରଗେସୀ କଣ ଅଟେ :

ଆପଣ ମାନଙ୍କ ମଧ୍ୟରୁ ଅନେକ ଜାଣି ନ ଥିବେ ସରଗେସୀ କଣ ଅଟେ ? ସରଗେସୀ ଏକ ଏହିପରି ଏକ ପ୍ରଣାଳୀ ଯେଉଁଥିରେ ଭଡାରେ ପ୍ରସବ କରାଯାଇଥାଏ । ଏହି ପ୍ରଣାଳୀରେ କୌଣସି ଜଣେ ମହିଳାଙ୍କ ଭିତରେ ପୁରୁଷଙ୍କ ଶୁକ୍ରାଣୁ ଏବଂ ମହିଳାଙ୍କ ଅଣ୍ଡାଣୁ ଫାର୍ଟିଳାଇଜେସନ୍ କରାଯାଏ । ଏହାପରେ ମହିଳା ୯ ମାସ ପର୍ଯ୍ୟନ୍ତ ନିଜ ପେଟରେ ଶିଶୁକୁ ପାଳିଥାନ୍ତି । ଏହି ପରିପ୍ରେକ୍ଷୀରେ ସରଗେସୀ କରାଇବା ଲୋକେ ମହିଳାଙ୍କ ଖାଦ୍ୟପେୟ, ରହିବା ଏବଂ ମେଡିକାଲ ଉତ୍ୟାଦି ଖର୍ଚ୍ଚ ଉଠାଇଥାନ୍ତି । ପରେ ଯେତେବେଳେ ଛୁଆ ଜନ୍ମ ହୋଇଯାଇଥାଏ, ସେହି ସମୟରେ ଛୁଆକୁ ନିଜର ବାୟୋଲୋଜିକଲ ପିତାମାତାଙ୍କୁ ହସ୍ତାନ୍ତର କରିଦିଆ ଯାଏ । ଏହି ସମୟରେ ନିଜ ଭଡାକୁ ନିଆଯାଇଥିବା ମହିଳାଙ୍କ ସହ ଏକ କଣ୍ଟ୍ରାକ୍ଟ ଦସ୍ତଖତ କରାଯାଇଥାଏ । ସେହି ମହିଳାଙ୍କୁ ଏହି କାମ ପାଇଁ ଟଙ୍କା ମଧ୍ୟ ଦିଆଯାଇଥାଏ । ଏହି ପ୍ରଣାଳୀ ସେହି ବ୍ୟକ୍ତିମାନଙ୍କ ପାଇଁ ଭଲ ଅଟେ, ଯେଉଁମାନେ ସିଙ୍ଗଲ ପେରେଣ୍ଟ ହେବା ପାଇଁ ଚାହୁଁଛନ୍ତି କିମ୍ବା ମେଡିକାଲ କଣ୍ଡିସନ ପାଇଁ ପିତାମାତା ହୋଇପାରନ୍ତି ନାହିଁ ।

ସଲମାନଙ୍କ ଭଲ ପାଇବା ପିଲାଙ୍କ ପ୍ରତି ଅଧିକ ଅଟେ :

ଅନେକ ସମୟରେ ସଲମାନଙ୍କୁ ପିଲାଙ୍କ ସହ ଦେଖିବା ପାଇଁ ମିଳିଥାଏ । ଛୋଟ ଛୋଟ ପିଲାଙ୍କୁ ଖୁବ ପସନ୍ଦ କିଆରନ୍ତି ସଳମାନ । ପିଲାମାନେ ଯେଉଁଠି ମଧ୍ୟ ଦେଖାଯାନ୍ତି; ସେ ସେଠାରେ ଅଳ୍ପ ସମୟ ରହିଯାଇ ପିଲାଙ୍କ ସହ କିଛି ସମୟ ବିତାନ୍ତି । ନିଜ ଭଉଣୀ ଅର୍ପିତାଙ୍କ ପୁଅକୁ ମଧ୍ୟ ଖୁବ ପସନ୍ଦ କରନ୍ତି ସଲମାନ । ଆବଶ୍ୟକ ପିଲାଙ୍କୁ ନିଜ ଏନଜିଓ ମାଧ୍ୟମରେ ସଲମାନ ସାହାଯ୍ୟ କରିଥାନ୍ତି । ସଲମାନଙ୍କ ମାନ୍ୟତା ରହିଛି, ସେ ଭଲ ପିତା ହୋଇପାରନ୍ତି କିନ୍ତୁ ସେ ଭଲ ପତି ହୋଇପାରିବେ ନାହିଁ । ଏହି କାରଣରୁ ସେ ବିବାହ କରି ନାହାନ୍ତି ।