ପ୍ରଥମ ସ୍ୱାମୀ ଛାଡପତ୍ର ଦେଇଦେଲେ, ଦ୍ୱିତୀୟ ସ୍ୱାମୀ ଘରରୁ ବାହାର କରିଦେଲେ ! ଏବେ ଜଣେ ହିଁ ଦୁଇ ସନ୍ତାନର ଲାଳନପାଳନ କରୁଛନ୍ତି ।

Spread the love

ଟିଭି ଜଗତରେ ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି, ନିଜ ପ୍ରେମ ଜୀବନ ଓ ବିବାହ ଜୀବନର ଖବରରେ ସବୁବେଳେ ଚର୍ଚ୍ଚିତରେ ରୁହନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଗୋଟିଏ ଏଭଳି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜ ଦୁଇ ଗୋଡ଼ରେ ଛିଡ଼ା ହୋଇ ଦୁଇ ସନ୍ତାନକୁ ଏକାକୀ ହିଁ ଲାଳନପାଳନ କରୁଛନ୍ତି ।

୩୦ ଜୁନ୍ ୨୦୧୧ରେ ସୋନି ଏଣ୍ଟରଟେଣ୍ଟମେଣ୍ଟ ଚାନେଲରେ ପ୍ରସାରିତ ହେଉଥିବା ସିରିଏଲ୍ “ବଡ଼େ ଆଛେ ଲାଗତେ ହୈ” ଏହି ଟିଭି ସିରିଏଲ୍ ରେ ଆୟସା ନାମରେ ଅଭିନୟ କରୁଥିଲେ । ଯିଏ କି ବହୁତ ସୁନ୍ଦର ଦିଶୁଥିବା ଅଭିନେତ୍ରୀ ଥିଲେ । ଯାହାର ପ୍ରକୃତ ନାମ ଥିଲା ଚାହତ ଖନ୍ନା । ଆପଣଙ୍କୁ କହିବାକୁ ଚାହୁଁଛୁ କି “ବଡ଼େ ଆଛେ ଲାଗତେ ହୈ” ଟିଭି ସିରିଏଲ୍ ରେ ୬୪୪ ଏପିସୋଡ୍ ଟେଲିକାଷ୍ଟ ହୋଇଥିଲା ଓ ୨୦୧୪ରେ ଏହି ଧାରାବାହିକକୁ ବନ୍ଦ କରାଗଲା ।

ଚାହତ ଖାନ୍ନା ଏକ ଭାରତୀୟ ଚଳଚ୍ଚିତ୍ରର ଅଭିନେତ୍ରୀ ଅଟନ୍ତି । ସେ ଟିଭି ଧାରାବାହିକ ସହ ଅନେକ ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ଚାହତ ଖାନ୍ନା ନିଜ ଜୀବନରେ ଦୁଇଥର ବିବାହ ହୋଇଥିଲେ । କିନ୍ତୁ ଦୁଇଥର ବହୁତ ଶୀଘ୍ର ସମ୍ପର୍କ ଭାଙ୍ଗିଗଲା ଓ ଦୁହେଁ ମଧ୍ୟ ଚାହତ ଖାନ୍ନାକୁ ଛାଡପତ୍ର ଦେଇଛନ୍ତି । କିନ୍ତୁ ଦୁଇଟି ସନ୍ତାନ ନିଜ ମାଆ ଚାହତ ପାଖରେ ହିଁ ରହୁଛନ୍ତି ।

ଆପଣଙ୍କୁ କହିବାକୁ ଚାହୁଁଛୁ କି ଚାହତ ୨୦୦୬ ମସିହାରେ ପ୍ରଥମ ବିବାହ ଭରତ ନର୍ସିଂଘାଣି ସହ ହୋଇଥିଲା କିନ୍ତୁ ସେହି ଦୁହେଁ କେବଳ ୩ ବର୍ଷ ହିଁ ମିଶି ରହିପାରିଲେ ଓ ପରେ ଛାଡପତ୍ର ଦେଇଦେଲେ । ସେ ୨୦୦୯ ମସିହାରେ ଦ୍ୱିତୀୟ ଛାଡପତ୍ର ଦେଲେ । ସେ ୨୦୧୩ ମସିହାରେ ଚାହତ ଖାନ୍ନା ଫରହାନ ଖାନ୍ ସହ ଦ୍ୱିତୀୟ ଥରପାଇଁ ବିବାହ ହୋଇଥିଲେ । କିନ୍ତୁ ବିବାହ ହେବା ୫ ବର୍ଷରେ ହିଁ ସେହି ଦୁହେଁ ଅର୍ଥାତ ୨୦୧୮ରେ ଛାଡପତ୍ର ନେଇଗଲେ ।

ଏତେ ସବୁକିଛି ହେବାପରେ ମଧ୍ୟ ଚାହତ ଖାନ୍ନା ନିଜ ବଳରେ ଦୁଇ ସନ୍ତାନକୁ ଲାଳନପାଳନ କରୁଛନ୍ତି । ଦୁଇ ସନ୍ତାନକୁ ବହୁତ ଯତ୍ନରେ ଦେଖୁଛନ୍ତି ଓ ଅଳ୍ପ ସମୟ ପୂର୍ବେ ସେ ମୁମ୍ବାଇରେ ଗୋଟିଏ ଘର ମଧ୍ୟ କିଣିଛନ୍ତି ।