ଓଡ଼ିଶାକୁ ମାଡ଼ି ଆସୁଛି କି ବିପଦ ଓଡ଼ିଶାରେ ଦେଖା ଦେଲେ ଧଳା କାଉ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶାକୁ ମାଡି ଆସୁଛି ବିପଦ । ଦେଖା ଦେଲାଣି ଧଳା କୂଆ । ସତ ହେବକି ମାଳିକା ବଚନ । ମାଡି ବସୁଛି ବଡ ବିପଦ । ସତ ହେବାକୁ ଯାଉଛି ଗୋଟି ଗୋଟି ମାଳିକାର ବାଣୀ । ଓଡିଶାକୁ ଆସିଛି ଧଳା କୂଆ । ମିଳିଛି ବିପଦର ସଙ୍କେତ । ଆପଣମାନେ କଳା କାଉ ସବୁବେଳେ ଦେଖିଥିବେ । ଓଡିଶାକୁ ଆସିଛି ଧଳା କୂଆ । ତଳେ ପଡିଥିବା ଖାଦ୍ୟକୁ ଖୁଣ୍ଚି ଖୁଣ୍ଟି ସେ ଖାଉଛି । କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦାମନଯୋଡି ଅଞ୍ଚଳରେ ଗୋଟିଏ ଧଳା କାଉ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଦାମନଯୋଡି ସ୍ଥିତ ମାଲସନ୍ତା ସରକାରୀ ଉଚ୍ଚ ବିଦ୍ୟାଳୟ ର ଆଲୋବିନା ବାଡ଼ି ଉଚ୍ଚ ବିଦ୍ୟାଳୟର ସମେତ ମାଥାଲପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଧଳା କାଉଟିଏ । ବିଶେଷ କରି ପିଲା ମାନଙ୍କର ମଧ୍ୟାହ୍ନ ଭୋଜନ ଶେଷ ହେବା ପରେ ତଳେ ପଡିଥିବା ଖାଦ୍ୟକୁ ଧଳା କାଉଟିଏ ଖୁଣ୍ଟି ଖୁଣ୍ଟି ଖାଇଥିବାର ଦେଖିବାକୁ ମିଳିଛି ।

crow

ତେବେ ଏଥିରେ ବିଶେଷ କିଛି ଆଶ୍ଚର୍ଯ୍ୟ ହେବାର ମଧ୍ୟ ନାହିଁ । ବିଜ୍ଞାନ ଅନୁସାରେ ଧଳା କାଉର ଗୁଣ କଳା କାଉ ଭଳି । କିନ୍ତୁ ଅନୁମାନସିକ ଗୁଣ କାରଣରୁ କିଛି କାଉର ରଙ୍ଗ ଧଳା ହୋଇଥାଏ । ଏଥିପାଇଁ କାଉଙ୍କର ଦୁନିଆରେ ଏମିତି କିଛି ପ୍ରଜାତି ଅଛି ଯାହା ଶରୀରରେ କେଉଁଠି ଧଳା ଦାଗ ଥାଏ । କାଉଙ୍କର କଳା ରଙ୍ଗ ହେବାର ପୌରାଣିକ କାରଣ ମଧ୍ୟ ରହିଛି ।

ଉକ୍ତ କାହାଣୀ ଅନୁସାରେ କାଉ ପ୍ରଥମେ ଧଳା ଥିଲା । ଥରେ ଜଣେ ଋଷି ଗୋଟିଏ ଧଳା ରଙ୍ଗର କାଉକୁ ଅମୃତ ଖୋଜିବାକୁ ଏବଂ ଅମୃତ ବିଷୟରେ ଆସି କହିବାକୁ କହିଥିଲେ । ଆହୁରି ମଧ୍ୟ ଅମ୍ରୁତ ପିଇବାକୁ ମଧ୍ୟ ବାରଣ କରିଥିଲେ । ଆଉ କିଛି ବର୍ଷ ସମୟ ପରେ ଅମୃତ ପାଇଗଲା ମଧ୍ୟ କାଉ । ଏତେ ପରିଶ୍ରମ କରି ପାଇଁ ଥିବାରୁ କାଉକୁ ଅମୃତ ପିଇବାକୁ ଇଛା ହେଲା । ଆଉ ଏହାପରେ କାଉ ଅମୃତ ପିଇ ଋଷିଙ୍କ ପାଖକୁ ଆସି କହିଲା । ଋଷି ଏହି କାଉର କଥା ଶୁଣି ରାଗି ଯାଇଥିଲେ ।

ଆଉ ତାପରେ କାଉକୁ ଅଭିଶାପ ଦେଲେ । ବଚନ ଭାଙ୍ଗି କାଉ ନିଜ ଅପବିତ୍ର ଥଣ୍ଟରେ ପବିତ୍ର ଅମୃତକୁ ଅପବିତ୍ର କରିଦେଲା । ସେଥିପାଇଁ ଲୋକମାନେ ତାଙ୍କୁ ଘୃଣା କରିବେ ଏବଂ ତାଙ୍କୁ ଅଶୁଭ ମାନିବେ ଆଉ ତାଙ୍କ ସହ ଖରାପ ବ୍ୟବହାର କରିବେ ଋଷି ଏହି ଅଭିଶାପ ଦେଇକି ଏବଂ କଳା ପାଣିରେ ବୁଡାଇଦେଲେ । ଯାହା ପରଠାରୁ କାଉ ଧଳାରୁ କଳା ହୋଇଯାଇଥିଲା । ଯାହା ହେଉଁ ବେଳେ ବେଳେ ଧଳା କାଉ ଦେଖିବାକୁ ମିଳେ । ଏବେ ଏହି ଧଳା କାଉ ବିଷୟରେ ସବୁଆଡ଼େ ଚର୍ଚ୍ଚା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *