କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ମଧ୍ୟ IRS ଅଧିକାରୀ କଲେ ଆତ୍ମହତ୍ୟା ! ସୁଇସାଇଡ୍ ନୋଟରେ ଲେଖିଲେ ଏହାର କାରଣ…

Spread the love

୫୬ ବର୍ଷ ବୟସ୍କ IRS ଅଧିକାରୀଙ୍କ ମୃତଦେହ କାର୍ (Car)ରେ ମିଳିଥିଲା ​।

ଅତିରିକ୍ତ ସି.ଆ.ଟି CIT ପୋଷ୍ଟରେ କାର୍ଯ୍ୟରତ ଥିଲେ ।

ସାରା ଦେଶରେ କରୋନାର ପ୍ରକୋପ ବଢ଼ିଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରସର କୌଣସି ପ୍ରତିଷେଧକ ଟୀକା ବାହାରି ନାହିଁ । ଏମିତିରେ ଏଥିରୁ ବଞ୍ଚିବାର ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତ୍ୱ ପାଳନ ଓ ନିଜ ପରିବେଶକୁ ଏବଂ ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖିବା । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ କରାଯାଇଛି । କିନ୍ତୁ ଲକଡାଉନ ଶେଷ ହୋଇ କିଛି ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି । କରୋନା ଭାଇରସ ଯୋଗୁଁ ଲୋକମାନେ ଭୟରେ ଅଛନ୍ତି । କିନ୍ତୁ ଆମକୁ ଭୟ କରିବା ଦରକାର ନାହିଁ, ବରଂ ସତର୍କତା ଅବଲମ୍ବନ କରିବା ଉଚିତ । ଯଦି ଆପଣଙ୍କୁ କରୋନା ହୋଇଯାଏ ତେବେ ଆପଣ ଏହାର ସମ୍ପୂର୍ଣ୍ଣ ଚିକିତ୍ସା କରାନ୍ତୁ । ଯଦିଓ କିଛି ଲୋକ ଭୟ କରି କିଛି ଭୁଲ ପଦକ୍ଷେପ ଉଠାଇ ଦେଉଛନ୍ତି । ଯେମିତିକି କିଛି ଦିନ ତଳେ ଜଣେ ଆଇଆରଏସ କରୋନା ଭୟରେ ଏସିଡ଼ ପିଇ ଆତ୍ମହତ୍ୟା କରିଛନ୍ତି ।

google

କଣ ଅଟେ ସମ୍ପୂର୍ଣ୍ଣ ମାମଲା ?

ଆଇଆରଏସ ଅଧିକାରୀ ଶିବରାଜ ସିଂହ ଦିଲ୍ଲୀର ଦ୍ଵାରିକା ଅଞ୍ଚଳର ସେକ୍ଟର-୬ ସ୍ଥିତ ଆୟକର ବିଭାଗରେ ଏଡିସନାଲ ଡ଼ାଇରେକ୍ଟର ଥିଲେ । ତାଙ୍କ ଭିତରେ କରୋନାର ଲକ୍ଷଣ ପ୍ରକାଶ ପାଇଲା । ଏମିତିରେ ସେ ନିଜର କରୋନା ପରୀକ୍ଷଣ କରାଇଲେ । ତିନି ଦିନ ପରେ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା, ତାଙ୍କୁ କରୋନା ହୋଇନଥିଲା । କିନ୍ତୁ ଏହା ସତ୍ତ୍ୱେ ସେ ବହୁତ ଭୟଭୀତ ଥିଲେ ।

ମିଡ଼ିଆ ରିପୋର୍ଟ ଅନୁଯାୟୀ ୫୬ ବର୍ଷୀୟ ଶିବରାଜ ସିଂହଙ୍କୁ ଏହି କଥାର ଭୟ ରହିଥିଲା ଯେ ଯଦି ତାଙ୍କୁ କରୋନା ହୋଇଯିବ ତେବେ ତାଙ୍କ ସନ୍ତାନ ଓ ପରିବାର ଲୋକେ ଚିନ୍ତିତ ହୋଇଯିବେ । ସେ ଚାହୁଁ ନଥିଲେ ଯେ, ତାଙ୍କ ଯୋଗୁଁ ତାଙ୍କ ପରିବାର ମଧ୍ୟ କରୋନା ସଂକ୍ରମିତ ହୋଇଯାଉ । ଏଥିପାଇଁ କରୋନା ସଂକ୍ରମଣ ଭୟରେ ସେ ଏସିଡ଼ ପିଇ ନିଜ ଜୀବନ ଦେଇଦେଲେ ।

google

ପୋଲିସଙ୍କୁ ମିଳିଲା ସୁସାଇଡ଼ ନୋଟ

ଶବ ନିକଟରେ ପୋଲିସଙ୍କୁ ଏକ ସୁସାଇଡ଼ ମଧ୍ୟ ମିଳିଛି । ଏଥିରେ ସେ ଲେଖିଛନ୍ତି ଯେ କରୋନା ହୋଇଥିବା ସନ୍ଦେହରେ ମୁଁ ଆତ୍ମହତ୍ୟା କରୁଛି । ଜଣାଇଦେଉଛୁ ଯେ ରବିବାର ଦିନ ସେ ଘରୁ ବାହାରକୁ ଯାଇଥିଲେ । ସେଠାରେ ନିଜ ଅପାର୍ଟମେଣ୍ଟରେ ଛିଡ଼ା ହୋଇଥିବା ଗୋଟିଏ କାରରେ ବସି ଏସିଡ଼ ଭଳି ଏକ ପଦାର୍ଥ ପିଇଦେଇଥିଲେ । ଯେତେବେଳେ ତାଙ୍କ ପରିବାର ଲୋକେ ଏହି କଥା ଜାଣିଲେ ତେବେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କଲେ । କିନ୍ତୁ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା ।

google

ପୋଲିସ ଲାଗିପଡିଛି ତଦନ୍ତରେ

୨୦୦୬ ମସିହାର ଆଇଆରଏସ ଅଧିକାରୀ ଶିବରାଜ ସିଂହ ଆତ୍ମହତ୍ୟା କଲେ କାହିଁକି ? ଏହାର ପ୍ରକୃତ କାରଣ କଣ ଥିଲା ? ବର୍ତ୍ତମାନ ପୋଲିସ ପ୍ରଶାସନ ଏହାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହା କେବଳ ଏକ ଆତ୍ମହତ୍ୟା ବୋଲି ଜଣାପଡୁଥିଲା, କିନ୍ତୁ ସମସ୍ତଙ୍କ ସନ୍ତୁଷ୍ଟି ପାଇଁ ଏହା ସହ ଜଡିତ ଅନ୍ୟ ସମସ୍ତ ପକ୍ଷର ଯାଞ୍ଚ ଓ ତଦନ୍ତ କରାଯିବ ।

ଜଣାଇଦେଉଛୁ ଯେ, ଏହା କୌଣସି ପ୍ରଥମ ମାମଲା ନୁହେଁ କି ଯେତେବେଳେ ଏକ ଆଇଆରଏସ ଅଧିକାରୀ ଆତ୍ମହତ୍ୟା କରିଛନ୍ତି । ବାସ୍ତବରେ ଏହା ପୂର୍ବରୁ ମଧ୍ୟ ଚାଣକ୍ୟପୁରୀ ଅଞ୍ଚଳରେ ଜଣେ ବରିଷ୍ଠ ଆଇଆରଏସ ଅଧିକାରୀ କେଶବ ସକ୍ସେନା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ବର୍ତ୍ତମାନରେ ଆତ୍ମହତ୍ୟା ସହ ଜଡ଼ିତ ଅଧିକ ମାମଲା ସମ୍ମୁଖକୁ ଆସୁଛି । ଚଳିତ ବର୍ଷରେ କେହି କେହି ଆତ୍ମହତ୍ୟା ଭଳି ପଦକ୍ଷେପ ଉଠାଇ ନେଉଛନ୍ତି । ଗଣମାଧ୍ୟମରେ ବର୍ତ୍ତମାନ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ଏଥିପାଇଁ ଆପଣ ଏହିପରି କିଛି ଭୁଲ ପଦକ୍ଷେପ ଗ୍ରହଣ କରନ୍ତୁ ନାହିଁ । ସମସ୍ତ ସମସ୍ୟାର ସମାଧାନ ରହିଥାଏ । ଡିପ୍ରେସନ କିମ୍ବା ଭୟରୁ ନିଜର ମୂଲ୍ୟବାନ ଜୀବନକୁ ଏହିପରି ଭାବେ ଶେଷ କରନ୍ତୁ ନାହିଁ ।