୧୪ ବର୍ଷ ବୟସରେ ପରିବାରକୁ ବଞ୍ଚାଇବା ପାଇଁ ଆତଙ୍କବାଦୀଙ୍କ ସହ ଲଢିଥିଲେ ଇର୍ଫାନ୍, ଏବେ ସାହସ ପାଇଁ ମିଳିଲା ସୂର୍ଯ୍ୟଚକ୍ର ସମ୍ମାନ

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜମ୍ମୁ-କଶ୍ମୀରର ୧୬ ବର୍ଷୀୟ ଇର୍ଫାନ୍ ରମ୍ଜାନ୍ ଶେଖ୍ଙ୍କୁ ମଙ୍ଗାବର ଦିନ ସର୍ବୋଚ୍ଚ ସୈନ୍ୟ ପୁରସ୍କାର ସୂର୍ଯ୍ୟ ଚକ୍ରରେ ସମ୍ମାନିତ କରିଛନ୍ତି । ନିଜ ପରିବାରକୁ ଆତଙ୍କବାଦୀଙ୍କଠାରୁ ବଞ୍ଚାଇବା ପାଇଁ ଯେଉ ଅପୂର୍ବ ବୀରତ୍ଵ ଓ ସାହସର ସହ ସେହି ଆତଙ୍କବଦୀଙ୍କ ସମ୍ମୁଖୀନ କରିଥିଲେ ତାହା ବାସ୍ତବରେ ଗୌରବମୟ ଅଟେ । ସେ ୧୪ ବର୍ଷ ବୟସରେ ଯେଉଁ ଭଳି ଭାବରେ ନିଜର ପରାକ୍ରମ ଦେଖାଇଥିଲେ, ତା’କୁ ଆଖି ଆଗରେ ରଖି ରାଷ୍ଟ୍ରପତି ଇର୍ଫାନ୍ଙ୍କୁ ସମ୍ମାନିତ କରିଛନ୍ତି ।
ସୂଚନା ଅନୁସାରେ ଘଟଣଟି ଘଟିଥିଲା, ୨୦୧୭ ମସିହା ଅକ୍ଟୋବର ୧୬, ୩ ଜଣ ଆତଙ୍କବାଦୀ ଇର୍ଫାନ୍ଙ୍କ ଘରକୁ ଘେରି ନେଇଥିଲେ । ଯେତେବେଳେ ଇର୍ଫାନ୍ ଘରର କବାଟ ଖୋଲିଲେ, ସେ ଦେଖିଲେ, ସାମ୍ନାରେ ଆତଙ୍କବାଦୀଙ୍କୁ ଠିଆ ହୋଇଥିବା ଦେଖି, ପ୍ରଥମେ ଇର୍ଫାନ୍ ଡ଼ରି ଯାଇଥିଲେ । ୩ ଜଣ ଆତଙ୍କବାଦୀ ତାଙ୍କ ବାପା ରମ୍ଜାନ୍ ଶେଖ୍ଙ୍କୁ ହତ୍ୟା କରିବା ପାଇଁ ଆସିଥିବା ଜାଣି ଇର୍ଫାନ୍ ୩ ଜଣ ଆତଙ୍କବାଦୀଙ୍କ ସହ ଲଢ଼ିବା ଆରମ୍ଭ କରି ଦେଇଥିଲେ । ୧୪ ବର୍ଷର ହୋଇ ମଧ୍ୟ ଇର୍ଫାନ୍ ୩ ଜଣ ଆତଙ୍କବାଦୀଙ୍କୁ ଘର ଭିତରକୁ ପ୍ରବେଶ କରିବାକୁ ଦେଇ ନଥିଲେ । ଜୀବନ ପ୍ରତି ବିପଦ ଥିବା ଜାଣି ମଧ୍ୟ ପରିବାରକୁ ବଞ୍ଚାଇବା ପାଇଁ ଇର୍ଫାନ୍ ଏବଂ ତାଙ୍କ ବାପା ୩ଜଣ ଆତଙ୍କବାଦୀଙ୍କ ସହ ଲଢ଼ିଥିଲେ । ଏ ମଧ୍ୟରେ ଇର୍ଫାନ୍ଙ୍କ ବାପା ଆହତ ହୋଇଯିବା ସହ ଜଣେ ଆତଙ୍କବାଦୀ ନିହତ ହୋଇ ଯାଇଥିଲେ । ନିଜ ବାପାଙ୍କୁ ଆହତ ଅବସ୍ଥାରେ ଦେଖି ମଧ୍ୟ ନ ଡ଼ରି ଇର୍ଫାନ୍ ଅନ୍ୟ ଦୁଇ ଆତଙ୍କବାଦୀଙ୍କ ପିଛା କରିଥିଲେ ।
#WATCH President Ram Nath Kovind confers Shaurya Chakra award upon Irfan Ramzan Sheikh of Jammu & Kashmir, for foiling an attack by three terrorists on his house in 2017 when he was 14 years old. pic.twitter.com/on45WKguLX
— ANI (@ANI) March 19, 2019
୨ଆତଙ୍କବାଦୀଙ୍କ ପାଖରେ ଏକେ-୪୭ ଏବଂ ଗ୍ରେନେଡ୍ ଥାଇ ମଧ୍ୟ ସେମାନେ ୧୪ବର୍ଷୀୟ ଇର୍ଫାନକୁ ଡ଼ରି ଖସି ପଳାଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଭାରତବାସୀ ଇର୍ଫାନ୍ଙ୍କ ସାହାସକୁ ପ୍ରଂଶସା କରୁଥିବା ବେଳେ ଏବେ ତାଙ୍କୁ ସୂର୍ଯ୍ୟ ଚକ୍ର ଭଳି ସମ୍ମାନରେ ସମ୍ମାନିତ କରାଯାଇଛି ।