ଅମୀର ଖାଁଙ୍କ ଝିଅ ଇରା, ସେୟାର କଲେ ବୟଫ୍ରେଣ୍ଡ ସାଙ୍ଗରେ ଫୋଟ, ୟୁଜର୍ସ କହିଲେ “ହୃଦୟ ଭାଙ୍ଗ ନାହିଁ ।”

Spread the love

ବଲିଉଡରେ ବର୍ତ୍ତମାନ ଷ୍ଟାର କିଡ୍ସ (Star Kids)ଙ୍କ ଜମାନା ଚାଲିଛି । ଜଣେ ପରେ ଜଣେ ଷ୍ଟାର୍ କିଡ୍ ବଲିଉଡ୍ ରେ ଡେବ୍ୟୁ କରୁଛନ୍ତି, ତ କିଛି ଷ୍ଟାର୍ କିଡ୍ ବିନା ବଲିଉଡକୁ ଆସି ହିଁ ଲୋକପ୍ରିୟ ହୋଇସାରିଛନ୍ତି, ଯେଉଁଥିରେ ଅମୀର ଖାଁଙ୍କ ଝିଅ ଇରା ମଧ୍ୟ ସାମିଲ ଅଛନ୍ତି । କହିବାକୁ ଗଲେ, ଅମୀର ଖାଁ ନିଜ ପାରିବାରିକ ଜୀବନକୁ କେବେ ମଧ୍ୟ ସୋସିଆଲ୍ ମିଡିଆରେ ଶେୟର କରିନାହାନ୍ତି, କିନ୍ତୁ ବେଳେବେଳେ ଷ୍ଟାର୍ ପରିବାର ହୋଇଥିବା ଯୋଗୁଁ ତାଙ୍କ ପରିବାର ଚର୍ଚ୍ଚାରେ ଆସିଥାନ୍ତି । ଆଜ୍ଞା ହଁ, ଅମୀର ଖାଁଙ୍କ ଝିଅ ଲାଇମ ଲାଇଟ ବା ଷ୍ଟାର୍ ଦୁନିଆର ଏହି ଚକାଚକ ଆଲୋକରୁ ଦୂରରେ ରହିଥିଲେ ମଧ୍ୟ ସୋସିଆଲ ମିଡ଼ିଆରେ ତାଙ୍କ ଫ୍ୟାନ, ଫୋଲଇଙ୍ଗ୍ କାହା ଠାରୁ ବି କମ ନୁହେଁ । ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଆର୍ଟିକଲରେ ଆପଣଂକ ପାଇଁ କଣ ଖାସ୍ ରହିଛି ।

ଅଭିନେତା ଅମୀର ଖାଁଙ୍କ ଝିଅ ଇରା ଖାଁ ଅଧିକାଂଶ ସମୟରେ ନିଜର ଫୋଟ ସୋସିଆଲ ମିଡିଆରେ ସେୟାର କରିଥାନ୍ତି, ଯାହା ଯୋଗୁଁ ସେ ବେଳେବେଳେ ଲୋକ ଚର୍ଚ୍ଚାରେ ଆସିଥାନ୍ତି । କିନ୍ତୁ ଏହିଥର ଇରା ଖାଁ କିଛି ଏପରି ଫୋଟ ସେୟାର କରିଛନ୍ତି ଯାହା ବର୍ତ୍ତମାନ ଭାଇରଲ ହୋଇଛି । ଏହିଥର ଇରା ଖାଁ ଏକ ପୁଅ ସହ ବହୁତ ଫୋଟ ସେୟାର କରିଛନ୍ତି, ଯେଉଁଥିରେ ଦୁହେଁ ବହୁତ ପାଖାପାଖି ବା କ୍ଲୋଜ ନଜର ଆସୁଛନ୍ତି, ଯେଉଁ ଫୋଟ ଗୁଡିକରେ ଲୋକମାନେ ବର୍ତ୍ତମାନ କମେଣ୍ଟ ଦେବା ଆରମ୍ଭ କରିଦେଇଛନ୍ତି । ଲୋକଙ୍କ କହିବା ଅନୁସାରେ ଏହି ପୁଅଟି ଇରା ଖାଁଙ୍କ ବୟଫ୍ରେଣ୍ଡ ଅଟନ୍ତି ।

ତେବେ କଣ ସତରେ ବୟଫ୍ରେଣ୍ଡ ସହ ଇରା ଖାଁ ଫୋଟ ସେୟାର କରିଛନ୍ତି ?

ଇରା ଖାଁ ସୋସିଆଲ ମିଡିଆରେ ଫୋଟ ସେୟାର କରିଛନ୍ତି, ଯେଉଁଥିରେ ସେ ମିସାଲ କୃପାଳିନୀ ନାମକ ଏକ ପୁଅ ସହ ନଜର ଆସିଛନ୍ତି । ମିସାଲ କୃପାଳିନୀ ଓ ଇରା ଖାଁ ଫୋଟରେ ବହୁର କ୍ଲୋଜ ଦେଖାଯାଉଛନ୍ତି । କୌଣସି ଗୋଟିଏ ଫୋଟରେ ଇରା ଖାଁ ଓ ମିସାଲ କୃପାଳିନୀ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି । ଅନ୍ୟ ଏକ ଫୋଟରେ ମିସାଲ କୃପାଳିନୀ ଇରା ଖାଁଙ୍କ ମଥାରେ ଚୁମ୍ବନ ଦେବାର ଦୃଶ୍ୟ ନଜର ଆସିଛି । ଯାହା ଯୋଗୁଁ ଏହା କୁହାଯାଉଛି ଯେ, ଇରା ଓ ମିସାଲ ବର୍ତ୍ତମାନ ପରସ୍ପରକୁ ଡେଟ୍ କରୁଛନ୍ତି । କିନ୍ତୁ ମିସାଲ, ଇରାଙ୍କ ବୟଫ୍ରେଣ୍ଡ ବୋଲି ବର୍ତ୍ତମାନ କହିବା ଭୁଲ ହେବ ।

ଆଲିଙ୍ଗନ କରୁଥିବାର ନଜର ଆସିଲେ ଇରା ଖାଁ :

ଇରା ଖାଁ ଯାହା ବି ଫୋଟ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି; ସେଥିରେ ସେ କ୍ୟାପସନ୍ ଦେଇଛନ୍ତି ଯେ, ତୁମର ବସନ୍ତର ଛୁଟି ଦିନ ଉଜ୍ଜ୍ୱଳ ଓ ଖୁସିରେ ପରିପୂର୍ଣ୍ଣ ରହୁ । ମିସାଲ କୃପାଳିନୀ ଓ ଇରା ଖାଁଙ୍କ ମଧ୍ୟରେ କଣ ସମ୍ପର୍କ ଅଛି; ଏହା କେବଳ ଫୋଟରୁ ହି ଅନୁମାନ କରାଯାଇପାରେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଧିକାରୀକ ପୃଷ୍ଟି ହୋଇନାହିଁ । ଏହି ଫୋଟରେ ଇରା, ମିସାଲଙ୍କୁ ଆଲିଙ୍ଗନ କରିବାର ଦେଖାଯାଉଛି ।