ଏହି ବାଇକ ଚାଳକ ଆଗରେ IPS ଅଧିକାରୀ ହାତଯୋଡିଲେ, ସତ ଜାଣିଲା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ

Spread the love

ସରକାର ଯେତେ କହିଲା ପରେ ବି ଆମେ ବାଇକ ବିନା ହେଲିମେଟ ନେଇ ବାହାରି ଯାଇ ଥାଉ । କିନ୍ତୁ ଯେବେ ହାଇଦ୍ରାବାଦର ଜଣେ ପୋଲିସ ଵାଲା ଜଣେ ବାଇକ ଚାଳକକୁ ଦେଖି ବୁଝି ପାରିଲେ ନାହିଁ ଯେ ସେ କଣ  କରିବେ ? ସେ ପୋଲିସଵାଲା ସେ ବାଇକରେ ବସି ଥିବା ଫେମେଲିକୁ ହାତ ଯୋଡି ପକେଇଲେ ଆଉ ଏହି ଫୋଟୋ ସୋସିଆଲ ମେଡିଆରେ ଭାଇରାଲ ହେବାରେ ଲାଗିଛି । ହାଇଦ୍ରାବାଦର ଅନନ୍ତପୁରରେ ଇନିସ୍ପେକ୍ଟର ବି. ଶିବକୁମାର ଆଚମ୍ବିତ ହୋଇ ପଡିଲେ ଯେବେ ଗୋଟେ ବାଇକରେ 5 ଜଣ ଲୋକେ ବସି ଥିବାର ଦେଖିଲେ ।

କିଛି ନ ବୁଝି ପାରି ସେ ବାଇକ ଵାଲା ଆଗରେ ହାତ ଯୋଡି ପକେଇଲେ ଆଉ ଏହି ଫଟୋକୁ କର୍ଣ୍ଣାଟକର ଆଇପିଏସ ଅଫିସର ଅଭିଷେକ ଗୋଏଲ ନିଜର ଟ୍ୱିଟର ଏକାଉଣ୍ଟରେ ସେଆର କଲେ ଆଉ ତା ସହିତ ସେ ଲେଖିଲେ ଯେ, “ଏହା ଛଡା ଆଉ ସେ କ’ଣ ବା କରି ପାରିବେ ?” ଶିବ କୁମାରଙ୍କ କହିବା କଥା କି ରୋଡ଼ ସେଫ୍ଟିକୁ ନେଇ ଦେଢ଼ ଘଣ୍ଟା ପ୍ରୋଗ୍ରାମ କରି ଆସୁଥିଲି ।  ଆସିବା ବାଟରେ ମୋତେ ଗୋଟେ ବାଇକ ଦେଖାଗଲା ଯେଉଁଥିରେ କି 5 ଜଣ ଲୋକ ବିନା ହେଲମେଟରେ ଆସୁଥିଲେ ।

ବାଇକରେ ହନୁମାନ ତାରା ଲଦ୍ଦୁ ନାମକ ଜଣେ ବ୍ୟକ୍ତି ନିଜର ସ୍ତ୍ରୀ, ଦୁଇ ପିଲାଙ୍କୁ ଆଉ ଜଣେ ସମ୍ପର୍କୀୟକୁ ନେଇ ଆସୁ ଥିଲେ । ସିଟରେ ଜାଗା ନ ଥିବା ହେତୁ ନିଜର ପିଲାକୁ ତେଲ ଟାଙ୍କିରେ ବସେଇ ଥିଲେ । ଏହା ଦେଖି ମୋତେ ପ୍ରଥମେ ରାଗ ଲାଗିଲା କାହିଁକି ନା ସେ ରୋଡ଼ ସେଫ୍ଟି ସମୟରେ ନିୟମ ଉଲଂଘନ କରୁଥିଲେ । କିନ୍ତୁ ତା ପାଇଁ ଏସବୁ ମଜାକ ଥିଲା ।  ଏହାକୁ ଦେଖି ମୁଁ ଖାଲି ହାତ ଯୋଡି ନେଲି ଏହା ଦେଖି ହନୁମାନ ତାରା ହସିଲେ ଆଉ ମନେ ମନେ କ’ଣ କହିଲେ ମୋତେ ତାହା ଶୁଣା ଗଲା ନାହିଁ ।